ନୂଆପଡା.(ଅମିତ ପୁରୋହିତ); ରାଜ୍ୟ ନିଖିଳ ଓଡିଶା ଠିକାଦାର ମହା ସଂଘ ତା ୭.୧୧.୨୦୯ ରିଖ ଠାରୁ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଦେଇଥିବା କାର୍ଯ୍ୟ ବନ୍ଦ ଡାକରାକୁ ଆଜି ନୂଆପଡା ଜିଲ୍ଲା ଠିକାଦାର ସଂଘ ସମର୍ଥନ ଜଣାଇ କାର୍ଯ୍ୟ ବନ୍ଦ ଡାକରା ଦେଇଛି । ପ୍ରକାଶ ଥାଉ କି ସ୍ଥାନୀୟ ଭରଦ୍ୱାଜ ମଣ୍ଡପ ଠାରେ ନୂଆପଡା ଜିଲ୍ଲା ଠିକାଦାର ସଂଘ ତରଫରୁ ଏକ ସଭାର ଆୟୋଜନ କରାଯାଇଥିଲା । ଯେଉଁଥିରେ ସଂଘର ସଭାପତି କ୍ଷିରୋଦ ପାଢୀ ଓ ସମ୍ପାଦକ ଗୋପାଳ ଚନ୍ଦ୍ର ସାହୁ ଙ୍କ ସହ ଗୋପମଣି ପାଣିଗ୍ରାହୀ, ମନମିତ ସିଂ, ସଞୟ କୁମାର ପୁରୋହିତ, ହରେକୃଷ୍ଣ ପଣ୍ଡା, ମନୋଜ କୁମାର ପଟ୍ଟନାଏକ ଆଦି ମଞ୍ଚାସୀନ ଥିଲେ । ମହାସଂଘ ତରଫରୁ ଉପସ୍ଥାପିତ ୧୦ ଦଫା ଦାବିକୁ ସମର୍ଥନ ଜଣାଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ପାଇଁ ସଂଘ ସ୍ଥିର କରିଥିଲା । ଏନେଇ ପିଡବ୍ଲୁଡି କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଂଚିଥିଲେ । ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ୧୦ ଦଫା ଦାବିପତ୍ର ପ୍ରଦାନ କରିଥିଲେ । ବସନ୍ତ ସିଂ ଠାକୁର ସଭାକାର୍ଯ୍ୟ ପରିଚାଳନା କରିଥିଲା ବେଳେ ପ୍ରଦୀପ ମହାପାତ୍ର, ପ୍ରବିଣ ଠାକୁର, ମନିଷ ତିୱାରୀ, ଅଜିତ ମିଶ୍ର, ପିଣ୍ଟୁ ପୁରୋହିତ, ଦେଓ ପ୍ରସାଦ ସାହୁ, ରିଙ୍କୁ ବଗର୍ତ୍ତି, ଟିଙ୍କୁ ପଣ୍ଡା ଆଦି ସହଯୋଗ କରିଥିଲେ । ଜିଲ୍ଲାର ପ୍ରାୟ ୨୦୦ ରୁ ଅଧିକ ଠିକାଦାର ଉପସ୍ଥିତ ଥିଲେ ।
ରାଜ୍ୟ
ଜିଲ୍ଲା ଠିକାଦାର ସଂଘ ତରଫରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ
- Hits: 430