(ହରଭଙ୍ଗା/ପ୍ରତାପ ମେହେର ) :- ହରଭଙ୍ଗା ବ୍ଲକ କରଡି ଗ୍ରାମରେ ପ୍ରଥମ ଓଡିଶା ପକ୍ଷରୁ ଏକ ଇଂରାଜୀ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥିଭାବେ ହରଭଙ୍ଗାବ୍ଲକ ଶିକ୍ଷାଅଧିକାରି ସନାତନ ଗାହାଣ ଯୋଗଦେଇଥିଲେ। ସମ୍ମାନିତ ଅତିଥି ରୁପେ ବ୍ଲକ ସହଶିକ୍ଷାଅଧିକାରି ଦେବରାଜ୍ ପ୍ରଧାନ,ଏସ୍ଡି ଏମ୍ସି ଟ୍ରଷ୍ଟ ର ଆଡ୍ଭାଇଜର ଶୁଭମୟ ଚଟ୍ଟୋପାଧୟ, ପ୍ରଥମ ଓଡିଶାର ରାଜ୍ୟ ସଂଯୋଜକ ହିମାଂଶୁ ପତି,ମନ ରଂଜନ ଦାସ୍, ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଥମ ଓଡିଶାର ଜିଲ୍ଲା ସଂଯୋଜକ ଦିପ୍ତିମୟି ଦାସ ପରିଚାଳନା କରିଥିଲେ। ସେହିପରି ରାଧାନଗର ଗ୍ରାମରେ ଅନୁଷ୍ଠାନ ପକ୍ଷରୁ ବିଜ୍ଞାନ ଓ ଖେଳକୁଦ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗ୍ରାମର ଛୋଟ,ଛୋଟ ପିଲାମାନେ ଭାଗନେଇ ନିଜନିଜ ପ୍ରକଳ୍ପ ତିଆରି କରିଥିଲେ। କୃତି ପ୍ରତିଯୋଗିତାଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ରାଧାନଗର ବିଜୁ ଯୁବବାହିନିର କର୍ମକତ୍ତାଙ୍କ ସମେତ ଅଭିଷେକ ପତି,ଜଗବନ୍ଧୁ ମହା ମାନସି,ଅମଳ ରଣା,ଜାନକି ଭୋଇ ପ୍ରମୁଖ ସହଯୋଗ କରିଥିଲେ। ଏହିଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ବ୍ଲକର ୨୫ଟି ଗ୍ରାମରେ ଅନୁଷ୍ଠାନ ପକ୍ଷରୁ କରିବାର ଯୋଜନା ରହିଛି ବୋଲି ପ୍ରଥମ ଓଡିଶାର ଜିଲ୍ଲା ସଂଯୋଜକ ଦିପ୍ତିମୟି ଦାସ ସୁଚନା ପ୍ରଦାନ କରିଥିବା ଜଣାପଡିଛି।