ହେଡଲାଇନସ୍:

ପୋଲିସ ପଞ୍ଝାରେ ନିଶା ବେପାରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Melchhhamunda/ Manoj Bhoi : ବରଗଡ ଜିଲ୍ଲା ମେଲଛାମୁଣ୍ଡା ଥାନା ଅର୍ନ୍ତଗତ କୁଚିପାଲ ଗ୍ରାମର ଭବେଶ ଅଗ୍ରୱାଲ (୩୪) ନିଶା କାରବାର ରେ ଜଡିତ ଥିବାରୁ ମେଲଛାମୁଣ୍ଡା ପୋଲିସ ଗିରଫ କରିଛି । ଘେଁସ ଅଂଚଳରେ ଦେଶୀ ତଥା ବିଦେଶୀ ମଦ, କଫ୍ ସିରଫ ବିଭିନ୍ନ ନିଶା ସାମଗ୍ରୀ କାରବାର୍ ଦୀର୍ଘ ଦିନରୁ ଚାଲି  ଆସୁଥିଲା । ଯାହାର ପ୍ରଭାବରେ କି ବିଶେଷ ଭାବରେ ଆଜିର ଯୁବ ପିଢୀ କୁ ବହୁ ମାତ୍ରାରେ କ୍ଷତି ପହଞ୍ଚାଉଛି  । ନିଶାରେ ପ୍ରଭାବିତ ଯୁବକ ମାନେ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଥିଲେ । ଅସାଧୂ ବ୍ୟବସାୟୀମାନେ କିନ୍ତୁ ମାଲାମାଲ  ହେଉଥିଲେ ଜନ ସାଧାରଣଙ୍କ ଜୀବନ ସହିତ ଖେଳି ।  କୌଣସି ସୂତ୍ରରୁ ଖବର ପାଇ ମେଲଛାମୁଣ୍ଡା ଥାନା ଅଧିକାରୀ କର୍ମଚାରୀମାନଙ୍କ ସହିତ ଯାଇ ଘେଁସ ବସ୍ ଷ୍ଟାଣ୍ଡ ଥିବା ଭବେଶ୍ ଙ୍କ ଦୋକାନରେ ଚଢଉ କରିଥିଲେ । ଯାହା ଫଳରେ ଭବେଶଙ୍କ ପାଖରୁ ଅପମିଶ୍ରିତ ୫ ଲିଟର ଲିକୁଇଡ ପ୍ଲାଷ୍ଟିକ ଜାର୍ ସହିତ ୧୩ଟି ଆର୍ ସି କଫ୍ ସିରଫ ଜବତ କରାଯାଇଛି । ମେଲଛାମୁଣ୍ଡା ଥାନାରେ ଏକ ମାମଲା  କେସ୍ ନଂ୧୪୭ ଭାରତୀୟ ପିଙ୍ଗଳ କୋର୍ଟ ଧାରା ୨୭୪/୨୭୫ ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ସ୍ୱପ୍ନାରାଣୀ ଗୋଛାଏତ ସୂଚନା ଦେଇଛନ୍ତି । ମିଳିଥିବା ଲିକୁଇଡରେ ନକଲି ମାଦକ ଦ୍ରବ୍ୟ ତଥା କଫ୍ ସିରଫ୍ ତିଅରି କରାଯାଉଥିବାର ଲୋକେ ଅନୁମାନ କରୁଛନ୍ତି । ଆହୁରି କଡାକଡି ଭାବେ ତଦନ୍ତ କରାଗଲେ ଆହୁରି ଗୁମର ଖୋଳିବ ବୋଲି ଲୋକେ ଆଲୋଚନା କରୁଛନ୍ତି ।ଏପରି ଅଭିଯୁକ୍ତ ମାନଙ୍କୁ କଠୋରରୁ କଠୋରତର କାର୍ଯ୍ୟାନୁଷ୍ଠାନ  କରାଯିବା ଦରକାର ବୋଲି ଅଂଚଳବାସୀ ଦାବି କରିଛନ୍ତି । 

0
0
0
s2sdefault