ଶାଶୁଙ୍କ ଉପରେ ଢାଳିଦେଲା ଗରମ ପାଣି
ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି I ଘରୋଇ କଳି ଯୋଗୁଁ ନିଜ ବୋହୂ ତାଙ୍କ ଶାଶୂଙ୍କୁ ଗରମ ପାଣି ଢାଳି ଦେଇଛି I ଫଳରେ ଶାଶୂ ଗୁରୁତର ହୋଇଛନ୍ତି I ଗୁରୁତର ଜଣକ ହେଲେ ବ୍ରହ୍ମଣୀପାଲି ଗାଁର ଗିରିଶ ସାମଲ ଙ୍କ ସ୍ତ୍ରୀ ରୁକୁଣି ସାମଲ I ଗତ ୯ ତାରିଖ ଦିନ ସକାଳେ ରୁକୁଣି ଗୁହାଳକୁ ଯାଇଥିବା ବେଳେ ବୋହୂ ସବିତା ପୂର୍ବରୁ ଫୁଟାଇ ରଖିଥିବା ପାଣି ତାଙ୍କ ଉପରକୁ ଫିଙ୍ଗି ଦେଇଥିଲେ I ଫଳରେ ସେ ଗୁରୁତର ହୋଇଥିଲେ I ଏହାପରେ ରୁକୁଣି ଥାନାରେ ଅଭିଯୋଗ କରିବାକୁ ଯିବାରୁ ତାଙ୍କୁ ସେଠାରୁ ଫେରାଇ ଦେବା ସହ ଚିକିତ୍ସା ପରେ ମାମଲା ରୁଜୁ ହେବ ବୋଲି କହିଥିଲେ I ଘଟଣାରୁ ପ୍ରକାଶ ବ୍ରାହ୍ମଣୀପାଲି ଗାଁର ରୁକୁଣୀ ର ଏକ ମାତ୍ର ପୁଅ ଓ ଝିଅ ଅଛନ୍ତି I ପୁଅ ଝିଅଙ୍କ ବିବାହ ସରିଥିବା ବେଳେ ପୁଅ ବୋହୂ ୧୦ ବର୍ଷ ହେଲାଣି ଅଲଗା ରହୁଛନ୍ତି I ହେଲେ ଶାଶୂ ଓବୋହୁ ଙ୍କ ମଧ୍ୟରେ ବିଭିନ୍ନ ସମୟ ରେ କଳି ଗୋଳ ମାଳ ଲାଗି ରହୁଥିଲେ I ହେଲେ ଘଟଣା ଦିନ ଘରୁ ଚାଉଳ ଚୋରି ହୋଇଥିବା ନେଇ ବୋହୂଙ୍କୁ ପଚାରିବାରୁ ବୋହୂ ଏଥିରେ ଉତକ୍ଷିପ୍ତ ହୋଇ ଗରମ ପାଣି ଫିଙ୍ଗି ଦେଇଥିଲେ I ତେବେ ଘଟଣାର ୧୧ ଦିନ ପରେ ପୋଲିସ ମାମଲା ରୁଜୁ କରିଥିବା ବେଳେ ଗ୍ରାମବାସୀ ଅଭିଯୁକ୍ତ ବୋହୁଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି I ରୁକୁଣି ସାମଲ ଏ ପର୍ଯ୍ୟନ୍ତ ରେଢାଖୋଲ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି I