ହେଡଲାଇନସ୍:

ଜିଲ୍ଲାରେ ବ୍ୟାପୁଛି ଡେଙ୍ଗୁ ରୋଗ :ଏଡ଼ିଏମଙ୍କୁ ଭେଟି ଆଲୋଚନା କଲେ  ସମାଜସେବୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼/Horachand Deuria - ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଗତ ତିନିଦିନ ପୂର୍ବରୁ ରାଜଗାଙ୍ଗ ପୁର ତାଳିକିପଡାର ଜଣେ 26 ବର୍ଷୀୟ ଯୁବକ ମୃତ୍ୟୁବରଣ କରିବା ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଜିଲ୍ଲାର ଜଣାଶୁଣା ସମାଜସେବୀ ଶାନ୍ତନୁ କୁସୁମ | ଜିଲ୍ଲାରେ ଦିନକୁ ଦିନ ବ୍ୟାପୁଥିବା ଡେଙ୍ଗୁ ରୋଗ ପାଇଁ କୁସୁମ ସ୍ୱାସ୍ଥ୍ୟ ବିଭାଗର ଅପାରଗତାକୁ ସିଧାଶଳଖ ଦାୟୀ କରିବା ସହିତ ଡେଙ୍ଗୁ ରୋଗର ସ୍ଥାୟୀ ନିରାକରଣ ନିମିତ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଦାବୀ କରିଛନ୍ତି | ଆଜି ଏହି ପରୀପ୍ରେକ୍ଷୀରେ ସମାଜସେବୀ ଶ୍ରୀ କୁସୁମ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କୁ ସାକ୍ଷାତକରି ଜିଲ୍ଲାରେ ଡେଙ୍ଗୁ ରୋଗ ଧାରଣ କରିଥିବା ମହାମାରୀ ରୂପ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି | ତତ ସଙ୍ଗେ ସଙ୍ଗେ ଏହାର ସ୍ଥାୟୀ ନିରାକରଣ ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ସୁନ୍ଦରଗଡ଼ ଜିଲ୍ଲା ଅଘୋସିତ ମଶାଣୀରେ ପରିଣତ ହେବ ବୋଲି କୁସୁମ ଚେତାଇ ଦେଇଛନ୍ତି | ଏହି ଅବସରରେ ସେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଛନ୍ତି | ଏଡ଼ିଏମଙ୍କୁ ପ୍ରଦାନ କରିଥିବା ସ୍ମାରକପତ୍ରରେ ସମାଜସେବୀ କୁସୁମ ଦର୍ଶାଇଛନ୍ତି ଯେ ବିଗତ କିଛିଦିନ ପୂର୍ବରୁ କୁତ୍ରା ବ୍ଲକ ଅନ୍ତର୍ଗତ ଖତକୁରବାହାଲ ଗ୍ରାମରେ 100 ରୁ ଉର୍ଦ୍ଧ ଲୋକ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଉକ୍ତ ଗ୍ରାମର ଅଙ୍ଗନବାଡି କର୍ମୀ ଲଳିତା ବୁଡା ମୃତ୍ୟୁବରଣ କରିଥିଲେ | ଏହି ଘଟଣା ମନରୁ ନଲିଭୁଣୁ ବର୍ତ୍ତମାନ ରାଜଗାଙ୍ଗପୁର ସହରରେ 35 ରୁ ଉର୍ଦ୍ଧ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ରାଜଗାଙ୍ଗପୁର ତାଳିକିପଡାର 26 ବର୍ଷୀୟ ଯୁବକ ମୁକୁନ୍ଦ ସୋନି ଡେଙ୍ଗୁରେ ଆକ୍ରାନ୍ତହୋଇ ଗତ ତିନିଦିନ ପୂର୍ବେ ମୃତ୍ୟୁବରଣ କରିଛନ୍ତି | ହେଲେ ଏଭଳି ଏକ ସମ୍ବେଦନଶିଳ ଘଟଣାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯେଭଳି ତତ୍ପରତା ପ୍ରକାଶ କରାଯିବା କଥା ତାହା ଦୃଷ୍ଟିଗୋଚର ହୋଇନାହିଁ | ଶ୍ରୀ କୁସୁମ ଆହୁରି ଦର୍ଶାଇଛନ୍ତି ଯେ ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ରାଉରକେଲା ସରକାରୀ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା କଥା କୁହାଯାଉଥିବା ବେଳେ ଏହି ଚିକିତ୍ସାଳୟ ଗୁଡିକରେ ଡେଙ୍ଗୁ ରୋଗୀଙ୍କୁ ଯେତିକି ସ୍ୱାସ୍ଥ୍ୟସେବା ଉପଲବ୍ଧ ହେବା କଥା ତାହା ହେଉନାହିଁ | ତେଣୁ ଜିଲ୍ଲାରେ ଦିନକୁ ଦିନ ବ୍ୟାପି ଚାଲିଥିବା ଜୀବନବାହକ ଡେଙ୍ଗୁ ରୋଗର ସ୍ଥାୟୀ ନିରାକରଣ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସମାଜସେବୀ ଶ୍ରୀ କୁସୁମ ଦାବୀ କରିଛନ୍ତି | ଅଭିଯୋଗକୁ ବିସ୍ତୃତ ଭାବରେ ଅନୁଧ୍ୟାନ କଲାପରେ ଅତିରିକ୍ତ ଜିଲ୍ଲାପାଳ ଏ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ କ୍ରିୟାଶିଳ ହେବ ବୋଲି ପ୍ରତିଶୃତି ଦେଇଛନ୍ତି | ଏହି ସାକ୍ଷାତ ଆଲୋଚନା କାଳରେ ଶ୍ରୀ କୁସୁମଙ୍କ ସହିତ ନେହେରୁ ପଟନାୟକ, ପ୍ରିତମ ଭୋଇ ଓ କୃଷ୍ଣଚନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ 

 

 

 

0
0
0
s2sdefault