ହେଡଲାଇନସ୍:

ପାଇକମାଳ ହାଇସ୍କୁଲ ରେ Career Guidance ପ୍ରଶିକ୍ଷଣ ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ପାଇକମାଳ :- ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ହାଇସ୍କୁଲରେ ୨ ଦିନିଆ Career Guidance ପ୍ରଶିକ୍ଷଣ ପ୍ରଧାନ ଶିକ୍ଷକ ଡ଼ ଦ୍ଵାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ପାଇକମାଳ ବ୍ଲକ ଶିକ୍ଷା ଅଧିକାରୀ ଅଦନ ସୁନା ଯୋଗଦାନ କରିଥିଲେ l ପ୍ରଥମେ ନିରୁପମା ସାହୁ,ଏ.ବି.ଇ.ଓ. ରାଧେଶ୍ୟାମ ମେହେର,ଚକାମନ ସୁନା,ଦୁବରାଜ ବେଷ୍ରା ଏବଂ ସି.ଆର.ସି.ସି.ରଞ୍ଜନ ବାଗ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ lପ୍ରଶିକ୍ଷଣ ରେ ୪ ଜଣ ଆର୍.ପି. କଲ୍ୟାଣୀ ସାମନ୍ତ,ଆଶୁତୋଷ ବେହେରା,ଗଗନ ବେହେରା,ସସ୍ମିତା ସାହୁ ଙ୍କ ସହିତ ପାଇକମାଳ ଏବଂ ଝାରବନ୍ଧ ବ୍ଲକ ର ୭୩ ଜଣ ଶିକ୍ଷକ ପ୍ରଶିକ୍ଷଣରେ ଯୋଗଦାନ କରିଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ଏବଂ ଛବିଳ ସେଠ୍ ଧନ୍ୟବାଦ୍ ଅର୍ପଣ କରିଥିଲେ l

0
0
0
s2sdefault