ହେଡଲାଇନସ୍:

   ମାଗଣା ଚକ୍ଷୁ ଟିକିତ୍ସା ଓ ମଧୁମେହ ପରୀକ୍ଷଣ ଶିବିର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ମୃତ୍ୟୁ ପରେ ଚକ୍ଷୁ ଦାନ କରିବା ନିମନ୍ତେ 51 ଜଣ କଲେ ପଞ୍ଜିକରଣ 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ଠାରେ ମାରବାଡ଼ି ଯୁବା ମଞ୍ଚ ଓ ସମ୍ବଲପୁରର ଶଙ୍କର ନେତ୍ରାଳୟର ଅନୁକକୁଲ୍ୟରେ ଏକ ମେଗା ଚକ୍ଷୁ ଚିକିତ୍ସା ଶିବିର ଓ ମଧୁମେହ ପରୀକ୍ଷଣ ଶିବିରର ଆୟୋଜନ କରାଯାଇଥିଲା। ପାଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଲତାଫ ମହମ୍ମଦ , ଶ୍ରୀ ବିନୋଦ କଳିଆ, ଶ୍ରୀ ଗୋବରଧନ ଅଗ୍ରୱାଲ, ବରିଷ୍ଠ  ସାମ୍ବାଦିକ ବଡ଼ ସତପଥୀ ,ପ୍ରେମ ସାଗର ଫୌଜଦାରୀ, ଲାଲା ଅଗ୍ରୱାଲଙ୍କର ଉପସ୍ଥିତିରେ  ବିଡ଼ିଓ ଶ୍ରୀ ସଦାଶିଵ ନାୟକ ଏହି ଶିବିରକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । 

       ଏହି ଶିବିରରେ 295 ଜଣ ରୋଗୀଙ୍କର ଚକ୍ଷୁ ପରୀକ୍ଷା କରାଯିବା ସହିତ 144 ଜଣ ଙ୍କୁ ମୋତିଆ ବିନ୍ଦୁ  ଅସ୍ତ୍ରୋପଚାର ପାଇଁ ସମ୍ବଲପୁର ସ୍ଥିତ ଶଙ୍କର ନେତ୍ରାଳୟ କୁ ନିଆଯାଇଛି । ଏହି ଅସ୍ତ୍ରୋପଚାର ର ସମସ୍ତ ଖର୍ଚ୍ଚ ତଥା ରୋଗୀ ମାନଙ୍କର ଯିବାଆସିବା, ଖାଇବା ଖର୍ଚ୍ଚ ସମ୍ପୂର୍ଣ୍ଣ ଭାବରେ ଶଙ୍କର ନେତ୍ରାଳୟ ବହନ କରିବ । ଆଜି ଏହି ଶିବିର ରେ ଡା. କୁନାଲ ବର୍ମାଙ୍କର ନେତୃତ୍ୱରେ ଡ଼ା, ଚାନ୍ଦିନୀ ଅଗ୍ରୱାଲ, ଡ଼ା, ରବି ପଟେଲ, ଡ଼ା, ରଶ୍ମିତା ଥେଟୁଆର, ଡା, ସୁବୋଧ କୁମାର ସାହୁ ପ୍ରମୁଖ ରୋଗୀଙ୍କର ଚକ୍ଷୁ ପରୀକ୍ଷା କରିଥିଲେ । ଯୁବମଞ୍ଚର ନବୀନ କୁମାର ଅଗ୍ରୱାଲ, ସୁମିତ କୁମାର ଅଗ୍ରୱାଲ , ଡ଼ା, କମଲେଶ ଅଗ୍ରୱାଲ, ଅନୀଲ , ମୁକେଶ , ଆଶିଷ,ବିକାଶ , କମଲେଶ , କବି , ଭୁପେଶ , ରମେଶ,ଗୋପାଳ ଅଗ୍ରୱାଲ ତଥା ଯୁବା ମଞ୍ଚର ଅନ୍ୟାନ୍ୟ ସଭ୍ୟ ମନେ ଏହି ଶିବିରକୁ ସୁଚାରୁ ରୁପେ ପରିଚାଳନା କରିଥିଲେ । ଶେଷରେ 51 ଜଣ ମୃତ୍ୟୁ ପରେ ସେମାନଙ୍କର ଚକ୍ଷୁ ଦାନ କରିବା ନିମନ୍ତେ ରେଜିଷ୍ଟ୍ରେସନ କରାଇଥିଲେ ।

0
0
0
s2sdefault