ହେଡଲାଇନସ୍:

ବଡ଼ବିଲ ଥାନାରେ ହତ୍ୟା ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ , ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ଥାନା ହାଜତରେ ଜଣେ ହତ୍ୟା ଅଭିଯୁକ୍ତ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ବଡ଼ବିଲ ସରକାରୀ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ ଗତ ୧୮ ତାରିଖରେ ସ୍ଥାନୀୟ ସେଡିଂ ବସ୍ତିରେ ଜୈନେକ ମହିଳା ବାସନ୍ତୀ ନଏକଙ୍କ କ୍ଷତ ବିକ୍ଷତ ମୃତଦେହକୁ ପୋଲିସ ଜବତ କରିଥିଲା। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ମୃତ ମହିଳାଙ୍କ ସ୍ୱାମୀ ସୁରେଶ ନାଏକଙ୍କୁ ହତ୍ୟା ସନ୍ଦେହରେ ଅଟକ ରଖି ପଚରା ଉଚୁରା କରୁଥିଲା। ତେବେ ଆଜି ଭୋର ସମୟରେ ସୁରେଶ ବେକରେ ଏକ କପଡା ଗୁଡେଇ ଆତ୍ମହତ୍ୟା ଉଦ୍ୟମ କରିଥିଲା। ପୋଲିସ  ସୁରେଶକୁ ବଡ଼ବିଲ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା। ତେବେ କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ର ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ଘଟଣାର ନିରପେକ୍ଷ ତଦନ୍ତ ନିମନ୍ତେ ପିସିଆର ସେଲର ଜଣେ ଡ଼ିଏସପିଙ୍କୁ  ସ୍ୱତନ୍ତ୍ର ତଦନ୍ତକାରୀ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି। ଅଭିଯୁକ୍ତ ସୁରେଶକୁ ୧୮ ତାରିଖ ଦିନ ତଦନ୍ତ ପାଇଁ ପୋଲିସ ଅଟକ ରଖିଥିଲା ଏବଂ ପ୍ରମାଣ ପାଇବା ପରେ ତାକୁ ଗତକାଲି ଗିରଫ କରାଯାଇଥିଲା। ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହକୁ ପୋଷ୍ଟମର୍ଟମ କରାଯାଇଥିବା ଜଣାପଡିଛି।

0
0
0
s2sdefault