ହେଡଲାଇନସ୍:

ମାଫିଆଙ୍କର କବଜାରେ ମାତୃନିକେତନର ଜମି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅସୁରକ୍ଷିତ ଅନ୍ତେବାସୀ, ସନ୍ଦେହ ଘେରରେ ମୁଖିଆଙ୍କର ଭୂମିକା

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ରୁ ନୃସିଂହନାଥ ମନ୍ଦିର କୁ ଯିବା ରାସ୍ତାରେ ଅବସ୍ଥିତ କସ୍ତୁରବା ଗାନ୍ଧୀ ମାତୃନିକେତନ । ମହାନ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରି ଙ୍କର ଦ୍ୱାରା ପ୍ରତିଷ୍ଠିତ ଏହି ମାତୃନିକେତନ ବର୍ତମାନ ସରକାରୀ ସାହାଯ୍ୟ ରେ ପରିଚାଳିତ ହେଉଛି । 

          ଗତ କିଛି ମାସ ପୂର୍ବରୁ ଏହି ସଂସ୍ଥା ର ବର୍ତମାନ ଅଧିକ୍ଷକ ନିର୍ମଲ ଗିରି ଙ୍କର ନାମରେ ବିଭିନ୍ନ ଅଧିକାରୀଙ୍କର ନିକରେ ଅନେକ ଅଭିଯୋଗ ହେଇ ଆସୁଛି । ଏପରିକି ବରଗଡ ର ତତ୍କାଳୀନ ଜିଲ୍ଲାପାଳ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଅଧିକ୍ଷକ ଙ୍କର ବିରୋଧରେ ହେଇଥିବା ଅଭିଯୋଗ ର ଅନୁସନ୍ଧାନ ପାଇଁ ଆଦେଶ ମଧ୍ୟ ଦେଇଥିଲେ । ଏହି ଅନୁଷ୍ଠାନ ରେ ଅନେକ ଅସୁବିଧା ଓ ଅନିୟମିତତା ରହିଛି । ଅଧିକ୍ଷକ ଏହି ଅନୁଷ୍ଠାନ ରୁ ପ୍ରତ୍ୟେକ ମାସ ମୋଟା ଅଙ୍କରେ ଦରମା ନିଅନ୍ତି ହେଲେ ଏହି ଅନୁଷ୍ଠାନ ର ଉନ୍ନତି କିମ୍ବା ଠିକ ଭାବରେ ପରିଚାଳନା କରିବା ପାଇଁ ତାଙ୍କର ତିଳେ ମାତ୍ର ଆନ୍ତରିକତା ନାହିଁ । ସ୍ଥାନୀୟ ଅନେକ ଲୋକ ଅଧିକ୍ଷକ କୁଆଡେ ଅନୁଷ୍ଠାନ ର ଅନେକ ଅର୍ଥ ଆତ୍ମସାତ କରିଛନ୍ତି ବୋଲି ଖୋଲାଖୋଲି ଭାବରେ କହୁଛନ୍ତି । 

          ବିଗତ କିଛି ମାସ ତଳେ ଜର୍ଜ ଗଡ଼ ନିବାସୀ ପ୍ରଶାନ୍ତ ସିରଚୁଆ ନାମକ ଜଣେ ବ୍ୟକ୍ତିକୁ ଅନୁଷ୍ଠାନ ର ପ୍ରାୟ 2 ଏକଡ଼ରୁ ଉର୍ଦ୍ଧ୍ବ ଜମି କୁ ଲିଜରେ ନିଜେ ଅଧିକ୍ଷକ ଦେଇଥିବା  ଜଣା ପଡ଼ିଛି । ଲିଜରେ ନେଉଥିବା ବ୍ୟକ୍ତି ଉକ୍ତ ଜମିରେ ବିଭିନ୍ନ ପ୍ରକାର ପରିବା ଚାଷ କରି ବିକୁଛି । ଏହି ଜମିଟି ମାତୃନିକେତନ ର ଆବାସିକ ଗୃହକୁ ଲାଗି ରହିଛି । ଏହି ଆବାସିକ ଗୃହ ଓ ଲିଜ ରେ ପ୍ରଦାନ କରାଯାଇଥିବା ଜମି ମଝିରେ କୋଣସି ପ୍ରକାର ପାଚେରୀ ନାହିଁ । ଲିଜ ରେ ଦିଆଯାଇଥିବା ଜମି ରେ ଏକ ପୁରୁଣା ଘର ରହିଛି । ସେହି ଘରେ 5 ରୁ 7 ଜଣ ପୁରୁଷ ଲୋକ ଦିନ ରାତି ରହୁଛନ୍ତି । ଯାହାକି କୋଣସି ସମୟରେ ଅନୁଷ୍ଠାନ ରେ ରହୁଥିବା ଅନ୍ତେବାସୀ ମାନଙ୍କର ପାଇଁ ବିପଦ । ପ୍ରଥମ କଥା କୋଣସି ସରକାରୀ ଅଧିକାରୀ ମାନଙ୍କୁ ନଜଣାଇ କିଭଳି ଭାବରେ ଜଣେ ବ୍ୟକ୍ତିଙ୍କୁ ଗୋଟେ ଅନୁଷ୍ଠାନ ର ଜମିକୁ ଲିଜରେ ପ୍ରଦାନ କରାଗଲା ? ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଂଜନ ପ୍ରଧାନ କିଛି ଦିନ ତଳେ ଏହି ଅନୁଷ୍ଠାନକୁ ଆସିଥିଲେ ଏବଂ ଏହି ବିଷୟରେ ଜାଣିବା ପରେ ବିରକ୍ତି ପ୍ରକାଶ କରିଥିଲେ । ଏଠାରେ ଗୋଟେ କଥା ସ୍ପଷ୍ଟ ଯେ ଏହି ଅନୁଷ୍ଠାନର ଅଧିକ୍ଷକ ପୁରା ପୁରି ନିଜର ଇଚ୍ଛା ମୁତାବକ କାମ କରନ୍ତି | ସେ କାହାରିକୁ ଖାତିର କରନ୍ତି ନାହିଁ ଯାହାକି ଜିଲ୍ଲାପାଳଙ୍କ ଗସ୍ତ ସମୟରେ ପ୍ରମାଣିତ ହେଇଯାଇଛି । 

          ସ୍ଥାନୀୟ ସଚେତନ ନାଗରିକ ଙ୍କର ଦାବି ଯେ କସ୍ତୁରବା ଗାନ୍ଧୀ ମାତୃନିକେତନ ରୁ ବେଆଇନ ଜବରଦଖଲ କୁ ତୁରନ୍ତ ହଟାଯିବା ସହିତ ଅଧିକ୍ଷକ ଙ୍କର ବିରୋଧ ରେ ହେଇଥିବା ସବୁ ଅଭିଯୋଗ ର ନିରପେକ୍ଷ ତଦନ୍ତ କରାଗଲେ ଅନୁଷ୍ଠାନ ଟି ବଂଚିଯିବା ସହିତ ଅନୁଷ୍ଠାନ ର ଅନ୍ତେବାସୀ ମନେ ସରକାରୀ ନିୟମାବଳୀ ମୁତାବକ ସମସ୍ତ ସୁବିଧ ସୁଯୋଗ ପାଇ ପାରିବେ ।    

0
0
0
s2sdefault