ହେଡଲାଇନସ୍:

ଅନ୍ତଃରାଜ୍ୟ ୱାଇ.ଏମ.ସି  କପ୍ କ୍ରିକେଟ ପ୍ରସ୍ତୁତି ବୈଠକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡା.(ଅମିତ ପୁରୋହିତ); ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ୨୮ତମ ଅନ୍ତଃରାଜ୍ୟ ୱାଇ ଏମ ସି  କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ହୋଇଯାଇଛି । ଆସନ୍ତା ଡିସେମ୍ବର ୬ ତାରିଖରୁ ଖେଳ ଆରମ୍ଭ ହୋଇ ୧୨ ତାରିଖରେ ଫାଇନାଲ ଖେଳାଯିବାର ସ୍ଥିର ହୋଇଛି । ବୈଠକରେ ୱାଇ.ଏମ.ସି କ୍ଲବ ସଭାପତି ବାପି ଦାସ, ସମ୍ପାଦକ ପିଣ୍ଟୁ ବଗର୍ତ୍ତି ଜିଲ୍ଲା କ୍ରିକେଟ ଏସୋସିଏସନର ସଭାପତି ପ୍ରକାଶ ସାହୁ, ସମ୍ପାଦକ ସରୋଜ କୁମାର ସାହୁ ଏବଂ ଉପଦେଷ୍ଟା କମିଟିର ମୂଖ୍ୟ ସୁରେଶ ସାହୁ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟକୁ କିପରି ସଫଳ ଭାବରେ ଅନୁଷ୍ଠିତ  କରାଯାଇପାରିବ ତାହା ଉପରେ ମତ ଦେଇଥିଲେ । ବିଜୟୀ ଦଳକୁ ୬୫ ହଜାର ଓ ଉପ ବିଜୟୀ ଦଳକୁ ୪୦ ହଜାର ପୁରଷ୍କାର ରାଶି ପ୍ରଦାନ କରାଯିବା ନିମନ୍ତେ ବୈଠକରେ ସ୍ଥିର କରାଯାଇଥିଲା । ବୈଠକରେ ପୂର୍ବତନ  କ୍ରିକେଟ ଖେଳାଳୀ ସଞୟ କୁମାର ପୁରୋହିତ, ଦୁଲୁ ସୁପକାର, ସଞୟ ପତ୍ଥନାୟକ,ବାବି ମହଲା, ଟୁଲୁ ପାଢୀ, ଜାବେଦ ଖାନ୍ ଆଦି ଉପସ୍ଥିତ ରହି ସହଯୋଗ କରିଥିଲେ ।     

 

0
0
0
s2sdefault