ହେଡଲାଇନସ୍:

ଗଂଜେଇ ଗଛ କଟା ଅଭିଯାନ : ୨୬ ଏକର ଜାଗାରେ ୩ .୯ କୋଟି  ଟଙ୍କାର ଗଂଜେଇ ଗଛ ନଷ୍ଟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା/(ସରୋଜ ସାହୁ)– ଗଂଜେଇ ଚାଷକୁ ରାୟଗଡା ଜିଲ୍ଲାରୁ ସଂପୂର୍ଣ୍ଣ ଭାବେ ମୁଳୋତ୍ପାଟନ  କରିବା ନିମନ୍ତେ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ସଦଭାବନା କକ୍ଷରେ ଏକ ବୈଠକ ଅନୁଷ୍ଠିତ  ହୋଇଥିଲା । ଏଥିରେ ଜିଲ୍ଳା ପୋଲିସ,ଅବକାରୀ ,ରାଜସ୍ୱ,ବନ ବିଭାଗ ଓ କୃଷି ବିଭାଗକୁ ସାମିଲ କରାଯାଇ ଗଂଜେଇ ଚାଷକୁ କିପରି ରୋକାଯାଇ ପାରିବ ସେ ନେଇ ଆଲୋଚନା ହୋଇଥିଲା  । ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡ .ସର୍ବଣା ବିବେକ ଏମ.,ଜିଲ୍ଳା ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରା, ରାୟଗଡ ଏସଡିପିଓ ତପନ ନାରାୟଣ ରଥ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ବୈଠକରେ ଚଳିତ ବର୍ଷ ପ୍ରାୟ ୫୦୦ଏକରରେ ହେଉଥିବା ଗଂଜେଇ ଚାଷକୁ ନଷ୍ଟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା  । ଅପରେସନ କ୍ଲିନ ଗଂଜେଇ ଗଛ କଟା ଅଭିଯାନ ଅନ୍ତର୍ଗତ ପ୍ରଥମ ଦିନରେ ଚନ୍ଦ୍ରପୁର ଥାନା ଅନ୍ତର୍ଗତ କୁଟିଙ୍ଗାଗୁଡା ଗ୍ରାମରେ ୧୮ ଏକର ଏବଂ ଡାବିରି ଗ୍ରାମରେ ୧୧ ଏକର ମୋଟ ୨୬ ଏକର ଜାଗାରେ ଅବୈଧ ଭାବରେ ଲଗାଯାଇଥିବା ଗଂଜେଇ ଗଛକୁ ନଷ୍ଟ କରାଯାଇଛି । ନଷ୍ଟ କରାଯାଇଥିବା ଗଂଜେଇ ଗଛର ଆନୁମାନିକ ମୂଲ୍ୟ ୩ କୋଟି ୯୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଗଂଜେଇ ଗଛଗୁଡିକକୁ କାଟି ପୋଡି ନଷ୍ଟ କରି ଦିଆ ହୋଇଛି । ଏହି ଗଛକଟା ସମୟରେ ଚନ୍ଦ୍ରପୁର ତହସିଲଦାର ମାଜିଷ୍ଟ୍ରେଟ  ଦାୟିତ୍ୱରେ ଥିବା ବେଳେ, ମୁନିଗୁଡା ଏସଡିପିଓ ଚନ୍ଦ୍ରଶେଖର ହୋତାଙ୍କ ନେତୃ୍ତ୍ୱରେ ଏପିଆର ପୋଲିସ ବାହିନୀ, ଅବକାରୀ ଅଧିକ୍ଷକ ଦଣ୍ଡପାଣି ବେହରାଙ୍କ ସମେତ ୧୦୦ରୁ ଉର୍ଧ୍ଵ  ଅବକାରୀ କର୍ମଚାରୀ, ବନ ବିଭାଗ କର୍ମଚାରୀ ଏବଂ ସିଆରପିଏଫ ଜବାନ ମାନେ ସାମିଲ ହୋଇଥିଲେ ।

 

0
0
0
s2sdefault