ହେଡଲାଇନସ୍:

ସର୍ଗିଫୁଲ ସାଂସ୍କୃତିକ କାର୍ଯ୍ୟକ୍ରମରେ ଚମତ୍କାର ନୃତ୍ୟ ପ୍ରଦର୍ଶନ କରି ଅତିଥିମାନଙ୍କ ମନକୁ ଜିଣିଛନ୍ତି ଛାତ୍ରଛାତ୍ରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା (ସରୋଜ ସାହୁ)– ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ତରଫରୁ ଏକଲବ୍ୟ ଆଦର୍ଶ ଆବାସିକ, ସିରିଗୁଡା ଠାରେ ୨ ଦିନ ଧରି ଚାଲିଥିବା ସର୍ଗିଫୁଲ ସାଂସ୍କୃତିକ କାର୍ଯ୍ୟକ୍ରମରେ ଚମକ୍ରାର ନୃତ୍ୟ ପ୍ରଦର୍ଶନ କରି ଅତିଥି ମାନଙ୍କ ମନକୁ ଜିଣିଛନ୍ତି । ଦଳଗତ ନୃତ୍ୟ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିବା ସହ ଡିସେମ୍ବରି ୧୯ ଏବଂ ୨୦ ତାରିଖ ଦିନ ହେବାକୁ ରାଜ୍ୟସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲା ତରଫରୁ ଅଂଶଗ୍ରହଣ କରିବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛନ୍ତି । ରାଜ୍ୟସ୍ତରୀୟ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜର ଶ୍ରେଷ୍ଠ ନୃତ୍ୟ ପ୍ରଦର୍ଶନ କରି ପୁରସ୍କାର ଜିତିବା ସହ ରାୟଗଡା ଜିଲ୍ଲାର ନାମ ରଖିବା ନିମନ୍ତେ ଛାତ୍ର ଛାତ୍ରୀ ମାନଙ୍କୁ ଜିଲ୍ଲାପାଳ  ପ୍ରମୋଦ କୁମାର ବେହେରା ଉତ୍ସାହିତ କରିଥିଲେ । ଉଦ୍ୟାପନୀ ଉତ୍ସବରେ ପୁରସ୍କାର ବିତରଣ ସମୟରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ସହ ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ପିଏ, ଆଇଟିଡିଏ ଟୁକୁ ବାରିକ, ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ପ୍ରଧାନ ଶିକ୍ଷକ ଗଗନ ସାହୁ, ସହକାରୀ ଶିକ୍ଷକ ଦ୍ୱିତୀଚନ୍ଦ୍ର ସାହୁ  ପ୍ରମୁଖ ମଂଚରେ ଉପସ୍ଥିତ ଥିଲେ ।  

0
0
0
s2sdefault