ହେଡଲାଇନସ୍:

ଧାନ କିଣାବିକାରେ ଟୋକନ ବ୍ୟବସ୍ଥାକୁ ବିରୋଧ: ରାଜପଥ ଉପରେ ଧାନ ଗଦା କରି ପ୍ରତିବାଦ କଲେ ଚାଷୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼(ଶାସକପ୍ରଶାସକ)-ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟୋକନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି। ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାରଙ୍କ ଟୋକନ ବ୍ୟବସ୍ଥାକୁ ବିରୋଧ କରି ବରଗଡ଼ ଜିଲାରେ ଚାଷୀ ଆନ୍ଦୋଳନ ଉଗ୍ର ରୁପ ଧାରଣ କରିଛି। ଗତ ସୋମବାରରୁ ଚାଷୀମାନେ ବରଗଡ଼, ଅତାବିରା, ଭେଡେନ ଅଞ୍ଚଳର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ କରି ଦେଇଥିବା ବେଳେ ଗୁରୁବାର ରାସ୍ତା ଉପରେ ଧାନ ଗଦା କରିଦେଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ସକାଳୁ ଗୋଡଭଗା ସମଲେଶ୍ବରୀ ମନ୍ଦିର ସମ୍ମୁଖ ରାଜପଥରେ ଚାଷୀମାନେ ଧାନ ଗଦା କରି ଟୋକନ ବ୍ୟବସ୍ଥାର ପ୍ରତିବାଦ କରିବା ସହ ଏହି ବ୍ୟବସ୍ଥାକୁ ଉଠାଇବା ପାଇଁ ଦାବି କରିଛନ୍ତି। ଅନ୍ୟପଟେ ରାସ୍ତାରେ ଧାନ ଗଦା ହୋଇଥିବାରୁ ରାଜପଥ ଅବରୋଧ ହୋଇଛି। ଫଳରେ ରାଜପଥର ଉଭୟ ପାଶର୍‌ବରେ ଯାନବାହାନ ଅଟକି ରହିବା ସହ ଯାତାୟତ ବାଧାପ୍ରାପ୍ତ ହୋଇଛି। ଚାଷୀଙ୍କ ଏହି ଆନ୍ଦୋଳନ ଯୋଗୁ ବରଗଡ-ସମ୍ବଲପୁର ରାସ୍ତାରେ ଯାତାୟତ ଠପ୍‌ ହୋଇଯାଇଛି। ତେବେ ସ୍କୁଲ ବସ୍‌ ଏବଂ ଆମ୍ବୁଲାନ୍ସ ଯିବା ଆସିବା ପାଇଁ ରାଜପଥ ପାର୍ଶ୍ବରେ କିଛି ଅଂଶକୁ ଚାଷୀମାନେ ଛାଡିଦେଇଛନ୍ତି। ଘଟଣାସ୍ଥଳରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି।

 

0
0
0
s2sdefault