ହେଡଲାଇନସ୍:

ସମଲେଶ୍ବରୀ କ୍ରିକେଟ କପ ଉଦଘାଟିତ: ଖଲିଆପାଲି ଓ ଆମ୍ବବାହାଲ କ୍ବାଟର ଫାଇନାଲରେ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଦହିତା ପଞ୍ଚାୟତ ଆମ୍ବବାହାଲ ଠାରେ ମାଁ ସମଲେଶ୍ବରୀ ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ସମଲେଶ୍ବରୀ କ୍ରିକେଟ କପ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଦହିତା ସରପଞ୍ଚ ସତ୍ୟନାରାୟଣ କପାଟି ଯୋଗଦେଇଥିଲେ ।ପ୍ରଥମ ଦିନ ସର୍ବମୋଟ ସାତ ଗୋଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା ।ପ୍ରଥମ ମ୍ୟାଚ ବନୁପାଲି ଓ ଦହିତା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ସପ୍ତମ ମ୍ୟାଚ ଆମ୍ବବାହାଲ ଓ ଲୁଆସିଂହା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ପ୍ରଥମ ଦିନର ମ୍ୟାଚ ରେ ଆମ୍ବବାହାଲ ଓ ଖଲିଆପାଲି ଦଳ କ୍ବାଟର ଫାଇନାଲରେ ପ୍ରବେଶ କରିଛନ୍ତି ।ପ୍ରମୋଦ ଚୌହାନ, ରାଜା ପଟ୍ଟନାୟକ, ଶୁସାନ୍ତ ସାହୁ, ତନ୍ମୟ ଗାନ,ବିଶାଲ ନେଗୀ,ରାଜୁ ବାଗ,ଅଶୋକ ନାୟକ ଓ ବିଦ୍ୟାଧର ବାଗ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault