ହେଡଲାଇନସ୍:

ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ : ଶବ ଆଣିବାକୁ ପରିବାର ଲୋକେଏସପିଙ୍କୁ କଲେ ନିବେଦନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା,(ଅମିତ ପୁରୋହିତ);ନୂଆପଡ଼ା ଜିଲ୍ଲାର ଜଣେ ଦାଦନ ଶ୍ରମିକଙ୍କ ଉତ୍ତରପ୍ରଦେଶ ଲକ୍ଷ୍ନୋରେ ସନ୍ଦେହଜନକ ମୃତ୍ୟୁ ଘଟିଛି । ତାଙ୍କ ପରିବାର ଲୋକ ଏହା ଏକ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ।  ଶବ ପାଖରେ ସ୍ତ୍ରୀ ଓ ୨ ସନ୍ତାନ ରହିଛନ୍ତି । ଶବ ବ୍ୟବଚ୍ଛେଦ ପରେ ଶବକୁ ଗାଁକୁ ଆଣିବା ପାଇଁ ପରିବାର ଲୋକ ନୂଆପଡ଼ା ଏସ୍ପିଙ୍କୁ ଗୁହାରି କରିଛନ୍ତି । ସୂଚନା ଅନୁସାରେ , ନୂଆପଡ଼ା  ଜିଲ୍ଲା କୋମନା ଥାନା ସମରସିଂ ଗ୍ରାମ ପାଣ୍ଡବ ବିଭାର (୪୨), ତାଙ୍କ ସ୍ତ୍ରୀ ରୁକ୍ମିଣୀ, ପୁଅ ଗଜେନ୍ଦ୍ର(୬) ଓ ଝିଅ ବର୍ଷା (୪) କୁ ନେଇ ଗତ ୧୪ ତାରିଖ ଦିନ ସ୍ଥାନୀୟ ୨ ଜଣ ଦଲାଲଙ୍କ ସହ ଉତ୍ତରପ୍ରଦେଶ ଲକ୍ଷ୍ନୋ  ନିଗାଓ ଥାନା ବରବଙ୍ଗଠାରେ ଇଟାଭାଟିରେ କାମ କରିବାକୁ ଯାଇଥିଲେ । ସେଠାରେ ୧୭ ତାରିଖରେ ପହଂଚି ଥିଲେ । ୧୭ ତାରିଖରେ ପାଣ୍ଡବ ବଜାର କରିବାକୁ ଯାଇ ଆଉ ଫେରି ନ ଥିଲେ । ୧୮ ତାରିଖ ସକାଳେ ଏକ ଗଛରେ ତାଙ୍କ ଶବ ଝୁଲୁଥିବା ଦେଖିବାକୁ ମିଳିଥିଲା । ନିଗାଓ ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଥିଲେ । ଏ ନେଇ ସେଠାକାର ପୁଲିସ ଏକ ଅପମୃତ୍ୟୁ  ମାମଲା ରୁଜୁ କରିଛି ।  ଶବ ସହ ସ୍ତ୍ରୀ ଓ ୨ ସନ୍ତାନ ରହିଛନ୍ତି । ସେଠାକୁ ମାଲିକ ଆସୁ ନଥିବାରୁ ରୁକ୍ମିଣୀ କ ଣ କରିବେ ଚିନ୍ତା କରି ପାରୁ ନାହାନ୍ତି । ଅନ୍ୟ ପକ୍ଷରେ ଏହି ଖବର ପାଇବା ପରେ ମୃତ ପାଣ୍ଡବଙ୍କ ଶ୍ୱଶୁର ସୋମବାରୁ ସୁନାନୀ କିଛି ଗ୍ରାମବାସୀଙ୍କ ସହ ଆସି ନୂଆପଡ଼ା ଏସ୍ପି ବିନୀତ ଅଗ୍ରୱାଲଙ୍କୁ ସାକ୍ଷାତ କରିଛନ୍ତି । ପାଣ୍ଡବଙ୍କୁ ହତ୍ୟା କରାଯାଇଥିବା ସେ ଅଭିଯୋଗ  କରିବା ସହ ଶବ ଆଣିବାର ବ୍ୟବସ୍ଥା କରିବାକୁ ଗୁହାରି କରିଛନ୍ତି । ଏହି ସମସ୍ୟାକୁ ନେଇ ଆଜି ନୂଆପଡ଼ା  ଗରିବସେନାର ରବି ମଙ୍ଗରାଜ ଜିଲ୍ଲାର ୧୮୫ ଜଣ ଦଲାଲଙ୍କ ତାଲିକା ଶ୍ରମ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ସମ୍ପୃକ୍ତ ଦଲାଲଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ତନ୍ମଧ୍ୟରୁ ପ୍ରଶାସନ ମାତ୍ର ୧୬ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟମାନଙ୍କ ଉପରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ  ପାଇଁ ସେ ଦାବି କରିଛନ୍ତି । 

0
0
0
s2sdefault