ହେଡଲାଇନସ୍:

  ଶୈାଚାଳୟ ବ୍ୟବହାର ପାଇଁ ସଚେତନତାର ବାର୍ତା ଦେଲେ ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବ୍ଲକ ଦଣ୍ଡୋର ଉନ୍ନୀତ ଉ.ପ୍ରା.ବିଦ୍ୟାଳୟର ଇକୋ କ୍ଲବ ତରଫରୁ ଆଜି ବିଶ୍ୱ ଶୈାଚାଳୟ ଦିବାସ ପାଳନ ଅବସରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରଧାନଶିକ୍ଷକ ପବିତ୍ର ମୋହନ ସାହୁ ଓ ଇକୋ କ୍ଲବ ଶିକ୍ଷକ ଯଶୋବନ୍ତ ପଟ୍ଟନାୟକଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଧରି ଦଣ୍ଡୋର, ଗୋଡିପଲ୍ଲୀ ଓ ଲିଙ୍ଗରାଜପ୍ରସାଦ ଗ୍ରାମ ପରିକ୍ରମା କରି ବିଭିନ୍ନ ସଚେତନ ଧର୍ମୀ ସ୍ଲୋଗାନମାନ ଦେଇଥିଲେ । ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିବାକର ପଣ୍ଡା ସାମିଲ ହୋଇ ପାଇଖାନା ବ୍ୟବହାର କରିବା, ଗାଁ ପରିବେଶକୁ ନିର୍ମଳ ରଖିବା ପାଇଁ ଲୋକଙ୍କୁ ସଚେତନ କରାଇଥିଲେ । ଏବଂ ପାଇଖାନା ନଥିବା ଲୋକଙ୍କ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ପାଇଖାନା ନିର୍ମାଣ କରିବା ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ଏହାପରେ ପ୍ରଧାନଶିକ୍ଷକଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟରେ ଏକ ସଭାର ଆୟୋଜନ କରାଯାଇଥିଲା ।  ପରିବେଶ ସହିତ ଆଜିର ଜାତୀୟ ସଂହତି ଦିବସ ପାଳନ ସମ୍ପର୍କରେ ଆଲୋଚନା ହୋଇଥିଲା । ଜାତୀୟ ସଂହତି ବଜାୟ  ରହିଲେ ଏକତା ସୁଦୃଢ ହୋଇପାରିବ । ବିଭିନ୍ନତା ମଧ୍ୟରେ ଏକତା ଏବଂ ବସୁଧୈବ୍ୟ କୁଟୁମ୍ବକଂ ମନ୍ତ୍ରରେ ଅଭିମନ୍ତ୍ରୀତ ଭାରତର ଏକତା, ଅଖଣ୍ଡତା ଅକ୍ଷୁର୍ଣ୍ଣ ରହିଲେ ଭାରତ ବିଶ୍ୱରେ ଏକ ଶକ୍ତିଶାଳୀ ରାଷ୍ଟ୍ରଭାବେ ପରିଗଣିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ବିଭିନ୍ନ ବିଭାଗର ମନ୍ତ୍ରୀ ଛାତ୍ରମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ  କରିଥିଲେ ।

0
0
0
s2sdefault