ହେଡଲାଇନସ୍:

ଓମାନର ସୋହାର ଆଲୁମିନିୟମ୍ କମ୍ପାନୀରେ ଦୀପାବଳୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବନ୍ଧୁ ମିଳନ ସହ ମନୋରଂଜନ କାର୍ଯ୍ୟକ୍ରମରେ ଝୁମିଲେ ପ୍ରବାସୀ ଓଡିଆ

ଓମାନ(ଶାସକ ପ୍ରଶାସକ)ଚଳିତ ନଭେମ୍ବର ମାସ 8 ତାରିଖ,  ଶୁକ୍ରବାର ଦିନ ଓମାନ୍ ର  ସୋହାର ଆଲୁମିନିୟମ୍ କମ୍ପାନୀ ରେ ଅନୁଷ୍ଠିତ ହୋଇଯାଇଛି  ଦିପାବଳୀ  ମହୋତ୍ସବ। ଏହି ପରିପ୍ରେକ୍ଷୀରେ  କମ୍ପାନୀ ରେ  କାର୍ଯ୍ୟରତ ଅନେକ ଓଡ଼ିଆ କର୍ମଚାରୀ  ବିଭିନ୍ନ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ। 

ମା' ମାନେ ନିଜ ସନ୍ତାନଙ୍କ ସହ ଫାସନ ୱାକରେ ଅଂଶଗ୍ରହଣ କରିଥିଲେ ( ରିମା, ଦେବ, ଦିବ୍ୟାନ୍ସ, ଏଲିନା , ପିହୁ ,ଶିଲା, ସ୍ରୁଷ୍ଟି, ମିଲି, ଅର୍ଣ୍ଣବ, ରଶ୍ମି, ରାନି)   ଚୁମ୍କି ନୃତ୍ୟ ରେ ଅଂଶଗ୍ରହଣ କରିଥିଲେ। ହିନ୍ଦୀ ଚଳଚିତ୍ର ଗୀତ ରେ କୁନି କୁନି ଛୁଆମାନଙ୍କର (ଅର୍ଣ୍ଣବ, ଆଲ୍ଫା ,ପାପୁଲ, ଅର୍ଜିତ , ସ୍ରୁଷ୍ଟି ,  ପିହୁ , ରାନୀ ,ଦେବ ,ଆଲ୍ଫା ଓ ଆରାଧ୍ୟା) ଡାନ୍ସ  ପରିବେଷଣ ଅତ୍ଯନ୍ତ ମନ ମୁଗ୍ଧକର ହୋଇପାରିଥିଲା। ବିଶେଷକରି ଊରୀ ଓ ପୂଲବାମା ଆଟାକ୍ ଉପରେ ପର୍ଯ୍ୟବେଶିତ ଇଉନିଟୀ ଥିମ୍ କୁ ଧ୍ୟାନରେ ରଖି, ଓଡ଼ିଆ ଭାଇମାନଙ୍କ ଦ୍ବାରା  ପରିବେଷିତ  ମାଇମ୍ ଆକ୍ଟ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା। ସୋହାର୍ ଓଡ଼ିଆ ଯୁବକମାନଙ୍କ ଦ୍ୱାରା ( ନିର୍ମଳ ବେହେରା , ଉମେଶ ପାଣିଗ୍ରାହୀ , ସମ୍ବିତ୍ ପ୍ରଧାନ , ବିଷ୍ନୁ ପ୍ରସାଦ ନାୟକ, ବିରଞ୍ଚି ନାରାୟଣ ଦାଶ , ବିପିନ ମହାନ୍ତି, ପତିତପାବନ ସାମଲ, କିଶୋର ଖୋସଲା ଓ ସରୋଜ ସାହୁ ) ପରିବେଷିତ ଦେଶ ପ୍ରେମମୟ ମାଇମ୍ ଅତ୍ୟନ୍ତ ପ୍ରଶଂସନୀୟ ହୋଇ ପାରିଥିଲା। ଏଲିନା ସମସ୍ତ କଳାକାର ମାନଙ୍କୁ  ମ୍ୟାକଅପ୍ କରିବାରେ ସହଯୋଗ କରିଥିଲେ। 

ବିବାହିତ ଯୋଡୀଙ୍କ ମଧ୍ୟରେ ହୋଇଥିବା  ଖେଳରେ ସନ୍ତୋଷ  ଆଚାର୍ଯ୍ଯ ଓ ମିଲି ବିଜେତା ହୋଇଥିବା ବେଳେ  ଅନ୍ୟାନ୍ୟ ଖେଳରେ ଉମେଶ, ଅରିଜିତ, ବିରଞ୍ଚି ବିଜୟ ହୋଇଥିଲେ। ସୋହାର ଆଲୁମିନିୟମ  କମ୍ପାନୀର ଓର୍ଗାନାଇଜିଙ୍ଗ କମିଟି ମେମ୍ବର ରେ ଓଡ଼ିଆ ଯୁବକର୍ମୀ ବିପିନ୍ ମହାନ୍ତି ଓ ସରୋଜ ସାହୁ ଙ୍କ ଅବଦାନ ଖୁବ୍ ପ୍ରଶଂଶନୀୟ ଥିଲା.।

0
0
0
s2sdefault