ହେଡଲାଇନସ୍:

ରାଜ୍ୟର ୨୩ ଟି ଜିଲ୍ଲାର  ଅଧାରୁ ଅଧିକ ଅଞ୍ଚଳରେ ପହଂଚିନି ପାଇପ ପାନୀୟ ଜଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ୨୦୨୪-୨୫ ଆର୍ଥିକ  ବର୍ଷ ସୁଦ୍ଧା ପାଇପ ଯୋଗେ  ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁଲକ୍ଷ୍ୟ ଧାର୍ଯ୍ୟକରାଯାଇଛି ।କିନ୍ତୁ ୨୦୧୯-୨୦ ସୁଦ୍ଧାଲକ୍ଷ୍ୟ ଧାର୍ଯ୍ୟହୋଇଥିବା ୧୭୧୬ ପାଇପ ଯୋଗେ ପାନୀୟଜଳ ପ୍ରକଳ୍ପ ମଧ୍ୟରୁ ମାତ୍ର ୭୦୪ ଟି କାର୍ଯ୍ୟକାରୀ ହୋଇପାରିଛି ।ଏହି ସଫଳତାର ହାର ହେଉଛି ୪୧.୦୩ ପ୍ରତିଶତ ।ଏହି ତଥ୍ୟ ମଙ୍ଗଳବାର ଦିନ ବିଧାନସଭାରେ ପ୍ରଦାନ କରିଛନ୍ତି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା । ସମସ୍ତ ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଣ ସଂପର୍କୀତ ବିରୋଧି ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା ଯେଉଁ ତଥ୍ୟ ଦେଇଛନ୍ତିଏହି ତଥ୍ୟ ଅନୁଯାୟୀ ରାଜ୍ୟ ସରକାରଙ୍କ ବସୁଧା ଯୋଜନା, ଜାତୀୟ ଗ୍ରାମୀଣ ପାନୀୟଜଳଯୋଜନାଏବଂଏନ୍ଆର୍ଡିଡବ୍ଲୁ୍ୟପି ଆରଆଇଡ଼ିଏଫ ଯୋଜନା  ଅନୁଯାୟୀ ବସୁଧାରେ ଲକ୍ଷ୍ୟ ଧାର୍ଯ୍ୟ ୧୦୪୭ ଥିବାବେଳେ ସଫଳତା ମିଳିଛି ୫୩୬ । ଏହି ପରିଏନ୍ଆର୍ଡିଡବ୍ଲୁ୍ୟପି ପାନୀୟ ଜଳ ଯୋଜନା ଅନୁଯାୟୀ ୫୩୬ ଟି ପ୍ରକଳ୍ପର ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ସଫଳତା ମିଳିଛି ମାତ୍ର ୮୪ ଟି । ଆରଆଇଡ଼ିଏଫ ଯୋଜନାରେ  ୧୯୭ ଟି ପ୍ରକଳ୍ପ ନିର୍ମାଣର ଲକ୍ଷ୍ୟ ଧାର୍ଯ୍ୟ କରା ଯାଇଥିବାବେଳେ ମାତ୍ର ୮୪ ଟି ପ୍ରକଳ୍ପ ନିର୍ମାଣ ହୋଇପାରିଛି । ଅର୍ଥାତ ଲକ୍ଷ  ଧାର୍ଯ୍ୟ ଥିଲା ୧୭୧୬ ଟି ପ୍ରକଳ୍ପ କିନ୍ତୁ ସଫଳତା ମିଳିଛି ମାତ୍ର ୭୦୪ ଟି ।ଏହି ୩ ଟି ପାନୀୟ ଜଳଯୋଜନା ଅନୁଯାୟୀ ମନ୍ତ୍ରୀ ଶ୍ରୀଜେନା ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ ରାଉରକେଲା ଭଳି ସହରରେ ମାତ୍ର ୫.୫୬ ପ୍ରତିଶତ ଲକ୍ଷ୍ୟ ଧାର୍ଯ୍ୟ ସଫଳ ହୋଇଛି ।ଏହିପରି ବାରିପଦାରେ ୧୦.୪୮ ପ୍ରତିଶତ ଏବଂ ମାଲକାନଗିରିରେ ୦.୦୦ ପ୍ରତିଶତ ଲକ୍ଷ୍ୟ ସଫଳ ହୋଇଛି ।ଏହିପରି କଟକ ଜିଲ୍ଲାରେ ୧୮.୦୬ ପ୍ରତିଶତଲକ୍ଷ୍ୟ ଧାର୍ଯ୍ୟ ସଫଳ ହୋଇଥିବା ବେଳେ ବାଲେଶ୍ୱରରେଏହି ସଫଳ ତାହାର ହେଉଛି ୧୭.୩୩ ପ୍ରତିଶତ  ।ରିପୋର୍ଟ ଅନୁଯାୟୀ କେବଳ ବଲାଙ୍ଗୀର,ବାଲେଶ୍ୱର, ବରଗଡ, ଗଞ୍ଜାମ, ଖୋର୍ଦ୍ଧା, କୋରାପୁଟ, ପୁରୀ ଭଳି ଜିଲ୍ଲାରେ ପାଇପ୍ ଯୋଗେ  ପାନୀୟଜଳ ଯୋଗାଣ ଯୋଜନା ୫୦ ପ୍ରତିଶତରୁ ଅଧିକ ସଫଳତା ମିଳିଥିବା ବେଳେ ଅନ୍ୟ ୨୩ ଟି ଜିଲ୍ଲାରେ ୫୦ ପ୍ରତିଶତରୁ କମ୍ ସଫଳତା ମିଳିପାରିଛି । ଅର୍ଥାତ ସରକାରଙ୍କ  ଲକ୍ଷ୍ୟ ଧାର୍ଯ୍ୟ ସଫଳ ହୋଇ ପାରିନାହିଁ । ୨୦୨୪-୨୫ ସୁଦ୍ଧା ସରକାର ସମସ୍ତ ରାଜ୍ୟବାସୀଙ୍କୁ ପାଇପ୍ ଯୋଗେ  ବିଶୁଦ୍ଧ ପାନୀୟ ଜଳ କିପରି ଯୋଗାଇ ଦେବେ ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିବା ସହ ସରକାର ଏ ସଂପର୍କରେ ସମୀକ୍ଷା କରିବା ସହ କିପରି ଧାର୍ଯ୍ୟ ସମୟ ସୀମା ସୁଦ୍ଧା ସମସ୍ତଙ୍କୁ ପାଇପ୍ ଯୋଗେ  ବି ଶୁଦ୍ଧ ପିଇବା ପାଣି ଯୋଗାଇ ଦିଆଯିବ ସେନେଇ ପଦକ୍ଷେପ ନେବାକୁ ଶ୍ରୀ ମାଝୀ ଦାବୀ କରିଛନ୍ତି ।

 

 

0
0
0
s2sdefault