ହେଡଲାଇନସ୍:

ହାତଗୁଂଜା ନେଲାବେଳେ ଖାପକିନି ମାଡିବସିଲା ଭିଜିଲାନ୍ସ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :-ଭିଜିଲାନ୍ସ ଜାଲରେ ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ରେଭିନ୍ୟୁ ଆସିଷ୍ଟାଣ୍ଟ । ଝାରବନ୍ଧ ବ୍ଲକ ଶୁଖାଡୁଙ୍ଗୁରି ଗ୍ରାମର ଗିରି ବଲ୍ଲଭ ସାହୁଙ୍କ ଠାରୁ ଷ୍ଟାମ୍ପ ଭେଣ୍ଡର ଲାଇସେନ୍ସ କରାଇ ଦେବା ପାଇଁ ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଡିଲେଶ୍ବର ଭୁଏ ୧୫୦୦୦ଟଙ୍କା ଲାଞ୍ଚ ନେଲାବେଲେ ଭିଜିଲାନ୍ସ ଦ୍ବାରା ଧରାପିଛନ୍ତି ।

 ସୁଚନା ଅନୁସାରେ ଝାରବନ୍ଧ ବ୍ଲକ ଶୁଖାଡୁଙ୍ଗୁରୀ ଗ୍ରାମର ଗିରିବଲ୍ଲଭ ସାହୁଙ୍କ ଭାଇ ଦୀର୍ଘ ଦିନ ହେଲା ନୁତନ ଷ୍ଟାମ୍ପ ଭେଣ୍ଡର ଲାଇସେନ୍ସ ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ  । କିନ୍ତୁ ଏଥିପାଇଁ ବରିଷ୍ଠ  ରେଭେନ୍ୟୁ ଏସିଷ୍ଟାଂଟ ଡିଲେଶ୍ୱର ଭୁଏ  ୧୫ ହଜାର ଟଙ୍କା ଦାବୀ କରିଥିଲେ । ଏହା ପରେ ଗିରିବଲ୍ଲଭ ବରଗଡ ଭିଜିଲାନ୍ସ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ ଏବଂ ଆଜି ପୁର୍ବ ଯୋଜନା ମୁତାବକ ଅଭିଯୋଗକାରୀ ରାସାୟନିକ ପ୍ରଳେପ ଦିଆ ୧୫ ହଜାର ଟଙ୍କା ଆଣି ଡିଲେଶ୍ୱରଙ୍କୁ ଦେଇଥିଲେ  ।  ପୁର୍ବରୁ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତୁରନ୍ତ ଚଢାଉ କରି କିରାଣିଙ୍କୁ ଗିରଫ କରିବା ସହ ତାଙ୍କଠାରୁ ରାସାୟନିକ ପ୍ରଲେପ ଦିଆ ୧୫ ହଜାର ଟଙ୍କାର ନୋଟ ଜବତ କରିଥିଲା  । ବରଗଡ ଭିଜିଲାନ୍ସ ଡିଏସପି ବିରେନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ଏହି ଚଢାଉ ଦଳରେ ବଲାଙ୍ଗିର ଡିଏସପି ଦିଲ୍ଲିପ କୁମାର କର, ଇନ୍ସପେକ୍ଟର ସଦାନନ୍ଦ ପାଣୀ, ଇଂ. ପୁନୀତାପ୍ରଭା ବାଗେ ପ୍ରମୁଖ ଉପସ୍ଥିତ ଥିଲେ  ।

0
0
0
s2sdefault