ହେଡଲାଇନସ୍:

ବିଧାୟକ ସରୋଜ ମେହେରଙ୍କ ଦ୍ୱାରା ଲୋକାର୍ପିତ ହେଲା ବିଭିନ୍ନ ପ୍ରକଳ୍ପ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପାଟଣାଗଡ (ସଚିନ ସାହୁ ) : ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଦ୍ୱାରା ଅନେକ ଗୁଡିଏ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ହୋଇଯାଇଛି | ପାଟଣାଗଡ ବ୍ଲକ ସରମୁହାଣ ଗ୍ରାମରେ ନେହେରୁ ଯୁବ ପରିଷଦର ନୂତନ କୋଠରୀ ଉଦ୍ଘାଟନକରିବା ସହ ଘଷିଆନ  ପଞ୍ଚାୟତ ଗୋପାଳପୁର ଠାରେ ସୋଲାର ପାନୀୟ ଜଳଯୋଗାଣ ପ୍ରକଳ୍ପର ଲୋକଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ | ବହୁ ବର୍ଷ ଧରି ଦାବି କରି ଆସୁଥୁଲେ ବି ବିଧାୟକ ସରୋଜ ମେହେର  ନିର୍ବାଚିତ ହେବାର ଅଳ୍ପଦିନ ଭିତରେ  ଏହି ପ୍ରକଳ୍ପ ପ୍ରତିଷ୍ଠା କରି ଲୋକାର୍ପିତ କରିଥିବା ଯୋଗୁ ବିଧାୟକଙ୍କ ନିକଟରେ ଗ୍ରାମବାସୀ କୃତଜ୍ଞତା  ଜଣାଇଥିଲେ |  ପରିଶେଷରେ ବିଧାୟକ ନିଜ ଗସ୍ତର ଶେଷରେ ପାଟଣାଗଡ ନବଦୁର୍ଗା ପୂଜା ଉତ୍ସବର ଲଟେରୀ ଉଠାଣ ଉତ୍ସବରେ ଯୋଗାଦାନ କରି ଅନେକ ଲଟେରୀ ବିଜେତାଙ୍କୁ ତାଙ୍କ ଉପହାର ପ୍ରଦାନ କରିଥିଲେ.

0
0
0
s2sdefault