ହେଡଲାଇନସ୍:

ଗଂଜେଇ ଚାଷ ପ୍ରସ୍ତାବ :  ସରକାରଙ୍କ ବ୍ୟାକ ଗିୟର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅବକାରୀ ବିଭାଗର ପ୍ରସ୍ତାବକୁ ଖାରଜ କଲା ଆଇନ ବିଭାଗ 

ଭୁବନେଶ୍ୱର (ଶାସକ ପ୍ରଶାସକ) ସବୁଜ ସଂକେତ ପାଇଁ ଆପାତତଃ ଅବକାରୀ ବିଭାଗ ଅଂଟା ଭିଡ଼ିଥିଲା ଗଂଜେଇ ଚାଷ ପାଇଁ ଅନୁମତି ଦେବାକୁ | ଆଉ ଆଜି ଡାକିଥିଲା ବୈଠକ | ହେଲେ ଦୁଇଦିନ ଧରି ଯେଉଁଭଳି ଭାବେ ସରକାରଙ୍କୁ ସମାଲୋଚନା ସୋସିଆଲ ମିଡିଆରେ ଓ ବିଭିନ୍ନ ଗଣମାଧ୍ୟମରେ ହେଲା, ସରକାର କୌଣସି ଅସ୍ୱାଭାବିକ ପରିସ୍ଥିତି ଏଡେ଼ଇବା ପାଇଁ ଏହି ପ୍ରସ୍ତାବକୁ ଆଇନ ବିଭାଗ ମୁହଁରେ ଖାରଜ କରାଇଛନ୍ତି |  ଆଉ ଆଜି ଅନୁଷ୍ଠିତ ପୂର୍ବ ଧାର୍ଯ୍ୟ ବୈଠକ ସାରିବା ପରେ ଏ ବିଷୟରେ ସୂଚନା ଦେଇଛନ୍ତି ଅବକାରୀ ସଚିବ ସୁଶୀଲ କୁମାର ଲୋହାନୀ | 

ସୂଚନାଯୋଗ୍ୟ ଯେ ଗଂଜେଇରେ ଔଷଧୀୟ ଗୁଣ ଥିବା ଦର୍ଶାଇ ଗଂଜେଇ  ଚାଷ ପାଇଁ ବି ଅନୁମତି ଦେବା ପ୍ରସଙ୍ଗରେ ବୈଠକ ଡାକିଥିଲା ଅବକାରୀ ବିଭାଗ | ଏହି ମର୍ମରେ ଅବକାରୀ ବିଭାଗ ଯୁଗ୍ମ ସଚିବ ଏସ ବି କେ ପ୍ରଧାନ ଅବକାରୀ କମିଶନରଙ୍କୁ ବିଭାଗୀୟ ପତ୍ର ସଂଖ୍ୟା ୫୭୮୬/ ୮-୧୧-୧୯ ମାଧ୍ୟମରେ ଅବଗତ କରାଇବା ସହ ବୈଠକରେ ଉପସ୍ଥିତ ରହିବାକୁ ଉଲ୍ଲେଖ କରିଥିଲେ | ଶେଷକୁ ଆଜିର ବୈଠକରେ ଅବକାରୀ ବିଭାଗର ଏପରି ପ୍ରସ୍ତାବ  ଉପରେ ପାଣି ପୁରାଇ ଦେଇଛି ଆଇନ ବିଭାଗ |

0
0
0
s2sdefault