ହେଡଲାଇନସ୍:

ଅସୁରେଶ୍ୱର ଗୋରକ୍ଷଣି ପାଳିବ ପ୍ଲାଟିନମ୍‍ ଜୁବ୍‍ଲି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ପ୍ରସ୍ତୁତି ବୈଠକ

ଭୁବନେଶ୍ୱର, (ଶାସକ ପ୍ରଶାସକ): ଅସୁରେଶ୍ୱରସ୍ଥିତ ଗୋରକ୍ଷଣିର ପ୍ଲାଟିନମ୍‍ ଜୁବ୍‍ଲି ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ହୋଇଯାଇଛି । ରାଜ୍ୟର ସର୍ବପୁରାତନ ଏହି ଗୋରକ୍ଷଣି ସଂସ୍ଥା ନିରବଚ୍ଛିନ୍ନ ଭାବେ ୭୫ ବର୍ଷ ଧରି ତା’ର କାର୍ଯ୍ୟ ନିର୍ବାହ ସୁଚାରୁରୂପେ କରିଆସୁଛି । ଏହି ସଂସ୍ଥାରେ ବ୍ୟବସାୟିକ ଭିତ୍ତିରେ ଗୋପାଳନ କରାନଯାଇ ବୃଦ୍ଧ, ଅକର୍ମଣ୍ୟ ଗୋରୁଗାଈଙ୍କୁ ରଖାଯାଇ ସେମାନଙ୍କ ସେବା, ଯତ୍ନ ଆଦି ନିଆଯାଉଛି । ଏହିପରି ଏକ ମହତ୍‍ ସଂସ୍ଥାର ପ୍ଲାଟିନମ୍‍ ଜୁବ୍‍ଲି ଆସନ୍ତା ଡିସେମ୍ବର ୧୪ ଓ ୧୫ ତାରିଖ ଦୁଇଦିନ ଧରି ଅନୁଷ୍ଠିତ  ହେବ । ଞ୍ଚାୟତିରାଜ, ପାନୀୟ ଜଳ, ଆଇନ୍‍ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏହି ବୈଠକରେ ପ୍ଲାଟିନମ୍‍ ଜୁବ୍‍ଲି ପାଳନ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ଏହାକୁ କିପରି ସଫଳତାର ସହିତ ସମାପନ କରାଯାଇପାରିବ ସେ ନେଇ ସ୍ୱତନ୍ତ୍ର ଖସଡ଼ା ମଧ୍ୟ ପ୍ରସ୍ତୁତ କରାଯାଇ ଦାୟିତ୍ୱ ନ୍ୟସ୍ତ ହୋଇଛି । ଏହି ଉତ୍ସବରେ ମହାମହିମ ରାଜ୍ୟପାଳ, ପୁରୀ ଗଜପତି ମହାରାଜ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ଅସୁରେଶ୍ୱର ଓ ତା’ର ଆଖପାଖ ଅଞ୍ଚଳରେ ଗାଈଗୋରୁମାନଙ୍କ ଲାଗି ସ୍ୱତନ୍ତ୍ର ଚିକିତ୍ସା ଶିବିର ଅନୁଷ୍ଠିତ  ହେବ । 

ଅସୁରେଶ୍ୱର ଗୋରକ୍ଷଣିର ପରିଚାଳନା ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ଦ୍ୱାରା କରାଯାଇଥାଏ । ଏଠାରେ ଗୋମାତାଙ୍କ ସେବା ପାଇଁ ବିଭିନ୍ନ ଗାଁର ଅନୁ୍ୟନ ୫ହଜାର ପରିବାରରେ ମୁଷ୍ଟିଭିକ୍ଷା ପାତ୍ର ରଖାଯାଇ ଚାଉଳ ସଂଗ୍ରହ ହୋଇଥାଏ । ଏହାଛଡ଼ା ଆଉ କେତେକ ବଦାନ୍ୟ ବ୍ୟକ୍ତି ଓ ବ୍ୟବସାୟିକ ସଂସ୍ଥା ମଧ୍ୟ ଗୋପୂଜନ ପାଇଁ ଯଥାଶକ୍ତି ସହାୟତା ଦେଇଥାନ୍ତି । ୧୯୪୩ ମସିହାରେ ଏହି ଗୋରକ୍ଷଣି ପ୍ରତିଷ୍ଠିତ  ହେବା ପରଠାରୁ ଏଯାବତ୍‍ ଜନଆଧାରିତ ହୋଇ ଚାଲିଛି । ପ୍ଲାଟିନମ୍‍ ଜୁବ୍‍ଲି ଅବସରରେ ଗୋ-ସେବକମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ପ୍ରସ୍ତୁତି ବୈଠକରେ ବ୍ୟାପକ ଆଲୋଚନା ହୋଇଛି । ଉକ୍ତ ବୈଠକରେ ଗୋରକ୍ଷଣିର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ପରିଚାଳନା  କମିଟିର ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ ।

0
0
0
s2sdefault