ହେଡଲାଇନସ୍:

ଇଏ ତ ପୁରାପୁରି 5-ଟି :ହାତୀ ଫସଲ ନଷ୍ଟ କରିବାର 310 ଦିନ ପରେ ବି ଚାଷୀଙ୍କୁ ମିଳିନି କ୍ଷତିପୁରଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର: (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ପାଟଣାଗଡ଼ ବ୍ଲକ ବାଙ୍କୀବାହାଲ ଗ୍ରାମରେ  ହାତୀପଲ ନଷ୍ଟ କରିଥିବା ର  ୩୧୦ ଦିନ ବିତିଯାଇଥିଲେ ମଧ୍ଯ ସହୟତା ରାଶି ପାଇ ନାହାଁନ୍ତି ଚାଷୀ।

ସୂଚନା ଥାଉକି ଯେ,  ତା ୦୮/୦୧/୨୦୧୯ ମଙ୍ଗଳବାର ରାତ୍ରିରେ ଗୋଟିଏ ବଣୁଆ ହାତୀ ପଲ ଆସି ଭଗତ ବାଗ, ଚମ୍ପେଶ୍ଵର ବାଗ, ଚଞ୍ଚଲ ବାଗ, ଇନ୍ଦ୍ରମଣି ଶାଗ, ବୈଲୋଚନ ଶବର, ରାମଚନ୍ଦ୍ର ବାଗ, ରତନ ବାଗ ଓ ପବିତ୍ର ବାଗ ଙ୍କ ଫସଲ ନଷ୍ଟ କରିଥିଲେ। କ୍ଷତି ଗ୍ରସ୍ତ ଚା ଚାଷୀ ଏହି ବିଷୟ ରେ ସ୍ଥାନୀୟ ବନଖଣ୍ଡ ଅଧିକାରୀ ଙ୍କ ନିକଟରେ ଅଭିଯୋଗ କରିଥିଲେ। ଘଟଣା କୁ ୩୧୦ ଦିନ ବିତିଯାଇଥିଲେ ମଧ୍ଯ ଏ ପର୍ଯ୍ଯନ୍ତ ସାହାଯ୍ୟ ରାଶି ନ ମିଳିବା ଏକ ଚାଞ୍ଚଲ୍ୟକର ବିଷୟ। କିଛି ଅଧିକାରୀ ଙ୍କ ଖାମଖିଆଲି ନିତି ଯୋଗୁଁ ବିଲମ୍ବ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି।  ଦରିଦ୍ର ଓ ଦିନମଜୁରିଆ ଚାଷୀ ସହାୟତା ରାଶି ନ ମିଳିବା ଯୋଗୁଁ ପରିବାର ପ୍ରତିପୋଷଣ କରିବା ରେ କଷ୍ଟ ହେଉଛି ବୋଲି ବଲାଙ୍ଗୀର ଡି. ଏଫ. ଓ ଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି।

0
0
0
s2sdefault