ହେଡଲାଇନସ୍:

ଏମପିସି କନିଷ୍ଟ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମେରୀ ରାୟ ନୀତି : ଜିଲ୍ଲାପାଳଙ୍କ ନିକଟରେ ଫେରାଦ ଦେଲେ ଛାତ୍ରଛାତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୁଖ୍ୟମନ୍ତ୍ରୀ ନବୀନ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଶିକ୍ଷା ଅନୁଷ୍ଠାନ  କର୍ତ୍ତୃପକ୍ଷଙ୍କ ମେରୀ ରାୟ ନୀତି ଶିକ୍ଷା ବ୍ୟବସ୍ଥାକୁ ପଙ୍ଗୁ କରାଇବାରେ ଲାଗିଛନ୍ତି । ଶିକ୍ଷା ବ୍ୟବସ୍ଥାରେ ବ୍ୟବସାୟ ମନୋଭାବ ପୋଷଣ ଫଳରେ ସରକାରୀ ଶିକ୍ଷାନୁଷ୍ଠାନରେ ରେଜଲଟ ଦିନକୁ ଦିନ ଅଧୋଗତି ପରିଲକ୍ଷିତ ହେଉଛି । ଏଥି ସହିତ ଛାତ୍ରଛାତ୍ରୀମାନେ ଶୋଷଣର ଶିକାର ପାଲଟୁଛନ୍ତି । ଶିକ୍ଷା ବ୍ୟବସ୍ଥା ଏହି ପରିସ୍ଥିତି ମଧ୍ୟ ଦେଇ ଗତି କରୁଥିବା ସମୟରେ ବାରିପଦାସ୍ଥିତ ମହାରାଜା ପୂର୍ଣ୍ଣ ଚନ୍ଦ୍ର କନିଷ୍ଠ  ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମେରୀ ରାୟ ନୀତିରେ ଛାତ୍ରଛାତ୍ରୀ ଅତିଷ୍ଠ  ହୋଇ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ନିକଟରେ ଅଭିଯୋଗ କରିବାକୁ ବାଧ୍ୟ ହୋଇଛନ୍ତି । ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ଅଭିଯୋଗ ଅନୁସାରେ ସେମାନଙ୍କ କ୍ଲାସ ପ୍ରତ୍ୟେକ ଦିନ ସକାଳ ୭ରୁ ଆରମ୍ଭ ହୋଇ ମଧ୍ୟହ୍ନ ଗୋଟାଏରେ ଶେଷ ହୋଇଥାଏ । ଫାଙ୍କା ପିରିୟଡ଼ ଗୁଡ଼ିକରେ ଛାତ୍ରଛାତ୍ରୀମାନେ ସେମାନଙ୍କ ନିମନ୍ତେ ଉଦ୍ଧିଷ୍ଟ କମନ ରୁମରେ ପରବର୍ତ୍ତି କ୍ଲାସକୁ ଅପେକ୍ଷା କରୁଥିବା ସମୟରେ ତାଙ୍କୁ କମନ ରୁମ ସହ ମହାବିଦ୍ୟାଳୟରୁ ବାହାରକୁ ବାହାର କରିଦିଆଯାଉଛି । ପ୍ରତିବାଦ କଲେ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରାଯାଇଛି । ମହାବିଦ୍ୟାଳୟରେ ଅଧ୍ୟକ୍ଷ ଓ ଅଧ୍ୟାପକମାନେ ରାଜନୀତିରେ ବ୍ୟସ୍ତ ରହୁଛନ୍ତି । ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ ଜଣେଇଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ । ଏହା ବ୍ୟତୀତ ଛାତ୍ରଛାତ୍ରୀମାନଙ୍କୁ ମହାବିଦ୍ୟାଳୟରୁ ବହିଷ୍କାର କରାଇ ଦିଆଯିବାର ଧମକ ମଧ୍ୟ ଦିଆଯାଉଛି । ଏଣୁ ଆଜି ଏମପିସି କନିଷ୍ଠ  ମହାବିଦ୍ୟାଳୟର ପ୍ରଦୁ୍ୟମ୍ନ କୁମାର ସାହୁ, ରୋହିତ ମୁଖୀ, ଅମରନାଥ ଟୁଡ଼ୁ, ସୁମନ୍ତ ପାତ୍ର, ସାଗର ଆଢ଼୍ୟା, ଲୋହିତ ସେନାପତି, ସତ୍ୟବ୍ରତ ବେହେରା ପ୍ରମୁଖ ଶତାଧିକ ଛାତ୍ର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅଭିଯୋଗ ଜଣାଇଛନ୍ତି । 

 

0
0
0
s2sdefault