ହେଡଲାଇନସ୍:

କୋମଣ୍ଡ ଶ୍ରୀପଲିଟେକ୍ନିକରେ ଛାତ୍ର ଉତ୍ତେଜନା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାୟୋମେଟ୍ରିକ ପ୍ରଣାଳୀ ବ୍ୟବହାର,୫୦% କମ ଉପସ୍ଥାନ ୩୭୩ ବିଦ୍ୟାର୍ଥୀ ପରୀକ୍ଷା ଦେବାରୁ ବଂଚିତ ! 

ଓଡଗାଁ, (ଶ୍ରୀକାନ୍ତ ମିଶ୍ର) : ଓଡଗାଁ ଥାନା ଅନ୍ତର୍ଗତ କୋମଣ୍ଡ ଠାରେ ଥିବା ଘରୋଇ ପଲିଟେକ୍ନିକ ଶିକ୍ଷାନୁଷ୍ଠାନରେ ବାୟୋମେଟ୍ରିକ ପ୍ରଣାଳୀ ବ୍ୟବହାର ଯୋଗୁଁ ୫୦% କମ୍ ଉପସ୍ଥାନ କାରଣରୁ ୩୭୩ ବିଦ୍ୟାର୍ଥୀ ପରୀକ୍ଷା ଦେବାରୁ ବଂଚିତ ହେବା ଘଟଣାକୁ ନେଇ ଆଜି ଛାତ୍ର/ଛାତ୍ରୀ ମାନଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ଓଡଗାଁ ଆଇଆଇସି ମମତା ପତି ଘଟଣା ସ୍ଥଳରେ ପହଁଚି ବୁଝାଶୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା । ଚଳିତମାସ ୨୬ ତାରିଖ ଠାରୁ ୧ମ, ୩ୟ, ୫ମ ସେମିଷ୍ଟର  ପରୀକ୍ଷା ଆରମ୍ଭହେବ । ସରକାରଙ୍କ ନିଷ୍ପତ୍ତି  ଓ ନିର୍ଦ୍ଦେଶାବଳୀ  ଅନୁସାରେ ଶତକଡା ୫୦% ରୁ କମ୍ ଉପସ୍ଥାନ ଥିବା ଛାତ୍ର/ଛାତ୍ରୀ ମାନେ ପରୀକ୍ଷାରୁ ବଂଚିତ ହେବେ ବୋଲି ସାରା ଓଡିଶାରେ ଏନେଇ ଚର୍ଚ୍ଚା ଚାଲିଛି । ତେବେ ଏ ନିର୍ଦ୍ଦେଶାବଳୀ କଥା ଜାଣିବା ପରେ କୋମଣ୍ଡ ଶ୍ରୀ ପଲିଟେକନିକ୍ ର ପରୀକ୍ଷା ଦେବାକୁ ଥିବା ୫ଶହ ଛାତ୍ର/ଛାତ୍ରୀଙ୍କ ମଧ୍ୟରୁ ୧୧୭ଜଣଙ୍କ ୫୦% ଉପସ୍ଥାନ ଥିବାରୁ ସେମାନେ ପରୀକ୍ଷା ଦେବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଣୁ ପରିକ୍ଷାଦେବାରୁ ବାଦ ପଡୁଥିବା ଛାତ୍ର/ଛାତ୍ରୀମାନେ କୋମଣ୍ଡ ଠାରେ ନୟାଗଡ ଭଞ୍ଜନଗର ରାସ୍ତାକୁ ଅବରୋଧ ଏବଂ କଲେଜ ଫାଟକରେ ତାଲା ପକେଇବାକୁ ମସୁଧା କରୁଥିଲା ବେଳେ ଓଡଗାଁ ପୋଲିସ ଘଟଣା ସ୍ଥଳରେ ପହଁଚି ଆଲୋଚନା କରିଥିଲେ । ଓଡଗାଁ ଆଇଆଇସି ଘଟଣା ସ୍ଥଳରେ ପହଁଚି କଲେଜ ଅଧ୍ୟକ୍ଷ, ପ୍ରଶାସନିକ ଅଧିକାରୀ ଓ ଛାତ୍ରପ୍ରତିନିଧଙ୍କ ସହିତ ଆଲୋଚନା କରି କଲେଜରେ ନାମଲେଖା ସମୟରେ ଉପସ୍ଥାନ ସମ୍ପର୍କରେ କଲେଜ କର୍ତୁପକ୍ଷ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଅପରପକ୍ଷରେ ବାୟୋମେଟ୍ରିକ ୨ମାସ ଅଚଳଥିବା କାରଣରୁ ଉପସ୍ଥାନ ହୋଇପାରିନଥବା ଦର୍ଶାଇ ଛାତ୍ରମାନଙ୍କ ତରଫରୁ ଅଭିଯୋଗ ହୋଇଥିଲା । ପୂର୍ବବର୍ଷ ୧% ଉପସସ୍ଥାନ ଥିବା ଛାତ୍ର/ଛାତ୍ରୀମାନେ ପରୀକ୍ଷା ଦେବା ପାଇଁ ଯୋଗ୍ୟ ହୋଇଥିବା ବେଳେ ଚଳିତ ବର୍ଷ ତାହା ୧୦%କୁ ବୃଦ୍ଧିହୋଇ ୫ବର୍ଷ ଭିତରେ ୫୦% ଉପସ୍ଥାନ ପର୍ଯ୍ୟନ୍ତ ପହଁଚିବା ପାଇଁ ଛାତ୍ର/ଛାତ୍ରୀମାନେ ଦାବି କରିଥିଲେ । ଏବଂ ବର୍ତମାନ ସରକାର ନିୟମ କରିଥିବା ଓାନ୍ ଇୟର ବ୍ୟାକ୍ ସିଷ୍ଟମ ଯୋଗୁଁ ଛାତ୍ର/ଛାତ୍ରୀମାନଙ୍କୁ ଏକବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ତେଣୁ ଏହାକୁ ବନ୍ଦ କରି ପୂର୍ବରୁଥିବା ସେମିଷ୍ଟାର ସିଷ୍ଟମକୁ ଲାଗୁକରିବା ପାଇଁ ମଧ୍ୟ ଦାବି କରିଥିଲେ । ତେବେ କଲେଜ କର୍ତୁପକ୍ଷ ସରକାରଙ୍କ ନିର୍ଦ୍ଦେଶାବଳୀକୁ ଆବଶ୍ୟକ ଅନୁସାରେ ପିଲାମାନଙ୍କୁ ଅବଗତ କରିଥିବାନେଇ ସ୍ପଷ୍ଟ  କରିଥିବା ବେଳେ ସେମାନଙ୍କର ଦାବିକୁ ଉପଯୁକ୍ତ ଜରିଆରେ ସରକାରଙ୍କ ପାଖରେ ପହଁଚାଇବା ପାଇଁ ଉଦ୍ୟମ କରିବେ ବୋଲି କହିଥିଲେ । ଫଳରେ ସାମୟିକ ଭାବରେ ଛାତ୍ର/ଛାତ୍ରୀମାନେ ଆନ୍ଦୋଳନ କରିବାରୁ ବିରତ ରହିଥିଲେ । ତେବେ ଦାବି ପୁରଣ ନହେଲେ ଶାନ୍ତିପୂର୍ଣ୍ଣ ଭାବେ କଲେଜ ତଥା ସରକାରଙ୍କର ନିସ୍ପତିର ପ୍ରତିବାଦ କରିବେ ବୋଲି କହିଥିଲେ । 

 

 

0
0
0
s2sdefault