ହେଡଲାଇନସ୍:

ରାୟଗଡରେ ଗଡ଼ିଲା ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ ସାହୁ) : ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ସପ୍ତାହ ପାଳନ ଅବସରରେ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୁଲ୍ୟରେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏହି ସଚେତନତା ରଥକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ  ଶ୍ରୀ ଅମୃତ ଋତୁରାଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥର ଉଦ୍ଦେଶ୍ୟ ହେଲା ଯେଉଁ ମାନେ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଇଛାପ୍ରକାଶ କରୁଛନ୍ତି ସେମାନେ ଅନଲାଇନ ମାଧ୍ୟମରେ ଆଇନଗତ ଭାବେ ପୋଷ୍ୟ ସନ୍ତାନ ଗ୍ରହଣ କରି ପାରିବେ ସେହି ବିଷୟରେ ଗୋଷ୍ଠୀ  ସ୍ତରରେ ଜନ ସଚେତନତା ସୃଷ୍ଟି କରିବା ଏହାର ମୂଳ ଉଦେ୍ଧଶ୍ୟ । ଏକ ଅସହାୟ ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ନିଜେ ପିତୃତ୍ୱ ଭାବନାର ଜାଗ୍ରତ କରାଇବା ସହ ଉକ୍ତ ପୋଷ୍ୟ ଶିଶୁଟିକୁ ଏକ ନୂତନ ଜୀବନ ପ୍ରଦାନ କରି ତାହାର ଭବିଷ୍ୟତ ଉଜ୍ୱଳ କରିବା । ଏହି ଅବସରରେ ରାୟଗଡ ଉପ-ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଆଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଆଦିପତି କହଁର, ଜିଲ୍ଲା ବାଲ୍ୟ ବିବାହ ନିଷେଧ ସଂଯୋଜକ ରତ୍ନେଶ୍ୱର ସାହୁ, ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତା , ସରକାରୀ ଅଧିକାରୀ, ଓ ବେସରକାରୀ ସଂସ୍ଥାର କର୍ମକର୍ତା ମାନେ ଏହି ସଚେତନତା ରଥ ଉଦ୍ଧଘାଟନରେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଏହି ରଥ ଆଗମୀ ୨୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ୧୮୨ ଟି ଗ୍ରାମ ପଂଚାୟତ, ୨ ଟି ବିଜ୍ଞାପିତ ଅଂଚଳ ପରିଷଦ ଓ ରାୟଗଡ ମୁ୍ୟନିସିପାଲିଟି ଅଂଚଳରେ ସଚେତନତା ସୃଷ୍ଟି କରିବ । 

 

0
0
0
s2sdefault