ହେଡଲାଇନସ୍:

ଜମନକିରା ଜନଶୁଣାଣିରେ ଜିଲାପାଳଙ୍କୁ ଘେରିଲେ ଚାଷୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁପାରିଶ କରିଥିବା କଥା କହିବା ପରେ ଆନ୍ଦୋଳନରୁ ଓହରିଲେ ଚାଷୀ

ଜମନକିରା (ଲିପନ ନାଏକ): ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଚାଷୀମାନେ ଗତ ୨୦୧୮-୧୯ ମସିହାରେ ଭୟାବହ ମରୁଡ଼ିର ଶିକାର ହୋଇଥିବାବେଳେ ଚାଷୀ ମାନେ ବୀମା ରାଶି ପାଇବାପାଇଁ ହକଦାର ହୋଇଥିଲେ l ଉକ୍ତ ବୀମା ରାଶି ଗତ ୨୦୧୯ ମସିହା ଜୁନ- ଜୁଲାଇ ସୁଦ୍ଧା ଚାଷୀଙ୍କ ଆକାଉଣ୍ଟ ରେ ଜମାହେବା କଥା l ମାତ୍ର ଅଦ୍ୟାବଧି ଟଙ୍କା ଜମା ହୋଇନଥିବା ଯୋଗୁଁ କିଛିଦିନ କୁଚିଣ୍ଡା ଉପଖଣ୍ଡସ୍ଥ ଚାଷୀମାନେ ମିଳିତ ଭାବେ କୁଚିଣ୍ଡା ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ୩୫ ଦିନରୁ ଅଧିକ ଧାରଣାରେ ଥିଲେ l ଚାଷକାମ ସରିବା ପରେ ଚାଷୀମାନେ ପୁଣି ଥରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଚାଲୁ ରଖିଛନ୍ତି l  ତାସତ୍ତେ ସରକାର ,ପ୍ରଶାସକ କିମ୍ଵା ବୀମା କମ୍ପାନୀ ତରଫରୁ ବୀମା ରାଶି ପ୍ରଦାନ କରାଯାଇନାହିଁ l ଏହାକୁ ତ୍ରୀବ ବିରୋଧ କରି ଗତକାଲି ବ୍ଲକ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଘେରାଉ କରିବା ପାଇଁ ନିଷ୍ପତି ହୋଇଥିଲା l ସେହି ନିଷ୍ପତି କ୍ରମେ ବ୍ଲକର ୯ ଟି ସଂଗଠନ ପକ୍ଷରୁ ଚାଷୀମାନେ ଜିଲ୍ଲାପାଳଙ୍କ ଆସିବା ବାଟକୁ ଚାହିଁ ବସିଥିଲେ l ସେ ଆସିବାପରେ ତାଙ୍କ ବାଟ ଓଗାଲିଥିଲେ l ଜିଲ୍ଲାପାଳ ଡ଼. ଶୁଭମ ସକ୍ସେନା ସରକାରଙ୍କୁ ଏନେଇ ବହୁବାର ଜଣେଇ ଥିବା କଥା କହିବା ସହ ପୁଣିଥରେ ଏକ ଦାବିପତ୍ର ବିଡ଼ିଓଙ୍କ ଜରିଆରେ ପଠେଇବା ପାଇଁ ପରାମର୍ଶ ଦେଇଥିଲେ l

ସେ ଶୀଘ୍ର ପତିକାର କରିବେ ବୋଲି ପ୍ରତଶ୍ରୁତି ଦେବାପରେ ଚାଷୀ ମାନେ ଘେରାଉ ରୁ ଓହରି ଯାଇଥିଲେ l ଘେରାଉ ସମୟରେ ଉପଖଣ୍ଡ ଚାଷୀ ସଂଗଠନ ର ଆବାହକ କୁଷଧ୍ଵଜ  ଚୌଧୁରୀଙ୍କ ନେତୃତ୍ୱରେ ଶୋଭରମ ପ୍ରଧାନ,ଧନେଶ୍ଵର ପ୍ରଧାନ,ନବୀନ କୁମାର ପ୍ରଧାନ,ସୁଧାଂଶୁ ଚୌଧୁରୀ, ଚମ୍ପେଶ୍ୱର ପୃଷେଠ୍,ଅର୍ଜୁନ ମୋହନ ପ୍ରଧାନ, ଚୁଡ଼ାମଣି ପଟେଲ,କେଦାର ବରିହା,ଅରୁଣ ପଟ୍ଟନାୟକ,ଗୁରୁଚରଣ ପଟେଲଙ୍କ ସମେତ ବ୍ଲକ ଅଞ୍ଚଳର ୯ ଟି କୃଷକ ସୁରକ୍ଷା ସଂଗଠନ ର ଶତାଧିକ ଚାଷୀ ଉପସ୍ଥିତ ଥିଲେ । 

 

 

0
0
0
s2sdefault