ହେଡଲାଇନସ୍:

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ ଓ ବିଜ୍ଞାନ ମେଳା ଉଦ୍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା(ସରୋଜ ସାହୁ) –  ସିରିଗୁଡା ସ୍ଥିତ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସର୍୍ଗିଫୁଲ ଓ ବିଜ୍ଞାନ ମେଳା ଉଦ୍ଘାଟିତ ହୋଇଯାଇଅଛି । ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ପୌରୋହିତ୍ୟରେ ଆୟୋଜିତ  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜନଜାତି ଓ ଜାତି ବିକାଶ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ସମ୍ମାନୀତ ଅତିଥି ଭାବେ  ରାୟଗଡା  ବିଧାୟକ ମକରନ୍ଦ ମୁଦୁଲି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧିର ଦାସ, ଶିକ୍ଷା ମଣ୍ଡଳାଧୀଶ କୃଷ୍ଣଚନ୍ଦ୍ର ମହଲା,  ସର୍ଗି ଫୁଲର ଆବାହକ ତଥା ଜିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳ ପ୍ରମୁଖ ମଂଚର ମଂଚାସୀନ ଥିଲେ । ଆବାହକ ଶ୍ରୀବିଶ୍ୱାଳ ନିଜ ପ୍ରାରମ୍ଭିକ ଅଭିଭାଷଣରେ ପ୍ରକାଶ କରିଥିଲେ ଯେ ରାଜ୍ୟ ସରକାର ଯେଉଁ ପରିକଳ୍ପନା ନେଇ ୧୦ ବର୍ଷ ସର୍୍ଗିଫୁଲ କାର୍ଯ୍ୟକ୍ରମର ଶୁଭରାମ୍ଭ କରିଥିଲେ ତାହା ଆଜି ସଫଳ ରୂପାୟନ ନେଇଛି । ଯେଉଁ ଉଦ୍ୟେଶ ନେଇ ସର୍୍ଗିଫୁଲର ଶୁଭାରମ୍ଭ ହୋଇଥିଲା ତାହା ଶତପ୍ରତିଶତ ସଫଳତା ପାଇଛି, ଯ ଦ୍ୱାରା ଅନୁସୂଚିତ ଜାତି ଓ ଜନଜାତିର ଛାତ୍ର ଛାତ୍ରୀ ମାନେ ନିଜ ନିଜ ଅଚଂଳରେ ଥିବା ପରମ୍ପରା, ନୃତ୍ୟ, ସଂସ୍କୃତି କୁ ଏହି ସର୍୍ଗିଫୁଲ ମଂଚ ମାଧ୍ୟମରେ ପ୍ରଦର୍ଶନ କରିଥାନ୍ତି ।  ମନ୍ତ୍ରୀ ଶ୍ରୀସାରକା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ସର୍ଗିଫୁଲ ଆୟୋଜନ କରିବାର ମୁଖ୍ୟ ଉଦେ୍ଧଶ୍ୟ ହେଉଛି ପାଠ ପଢା ସହ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭା କୁ ଲୋକଲଚନକୁ ଆଣିବା । ଏଥି ସହ ଖେଳକୁଦ ମାଧ୍ୟମରେ ନିଜ ଭିତରେ ଥିବା ଅର୍ନ୍ତନିହିତ କଳା,କୌଶଳକୁ ବିକଶିତ କରିବା ମୂଖ୍ୟ ଲକ୍ଷ୍ୟ ବୋଲି ମନ୍ତ୍ରୀ ଶ୍ରୀସାରାକା ପ୍ରକାଶ କରିଥିଲେ । ଶିକ୍ଷକ ଓ ଛାତ୍ର ମାନଙ୍କ ମଧ୍ୟରେ ଉତମ ସଂପର୍କ ରହିବା ଆବଶ୍ୟକ, ଶିକ୍ଷକ ସ୍ନେହ, ଶ୍ରଦ୍ଧା ଓ ସଂପର୍କର ଡୋରିରେ ବାନ୍ଧି ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ କରିଲେ ଛାତ୍ର ଛାତ୍ରୀ ମାନେ ଉଚ୍ଚକୋଟୀର ଶିକ୍ଷାଲାଭ କରିବା ସହ ଭବିଷ୍ୟତରେ ସଫଳ ମଣିଷଟିଏ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀସାରକା ପ୍ରକାଶ କରିଥିଲେ । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ ଯ ସର୍୍ଗିଫୁଲ ହେଉଛି କୁନି କୁନି ଶିଶୁ ମାନଙ୍କ ମହୋତ୍ସବ । ଦୁଇ ଦିନ ଧରି ହେଉଥିବା ଏହି ମହୋତ୍ସବରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ଜିଲ୍ଲା ତଥା ରାଜ୍ୟବାସୀ ଦେଖିବେ । ଜିଲ୍ଲା ସ୍ତରରେ ଭଲ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ରାଜ୍ୟ ସ୍ତରରେ ଉଚ୍ଚକୋଟୀର ପ୍ରଦର୍ଶନ କରି ରାୟଗଡା ଜିଲ୍ଲାକୁ ଗୌରବାନ୍ୱିତ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ଜିଲ୍ଲାପାଳ ଶ୍ରୀବେହେରା ।  

ଏହି ଜିଲ୍ଲା ସ୍ତରୀୟ ସର୍ଗିଫୁଲ ଉତ୍ସବରେ ୧୪୧ ଗୋଟି ସ୍କୁଲର ପ୍ରାୟ ୮୨୨ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗତିରେ ଭାଗ ନେଇଥିଲେ । ୪୩ ଗୋଟି ସ୍କୁଲର ଛାତ୍ର ଛାତ୍ରୀ ମାନେ ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ କୌଶଳ ପ୍ରଦର୍ଶନ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେବା ନିମନ୍ତେ ୧୮୨ ଜଣ ଶିକ୍ଷକ ନିୟୋଜିତ ହୋଇଥିଲେ । ବରିଷ୍ଠ  ଓ କନିଷ୍ଠ  ବିଭାଗରେ ଜୀବନ କୌଶଳ ପ୍ରଦର୍ଶନ, ମ୍ୟୁଜିକାଲ ଗ୍ୟାଲେରୀ, ଦଳଗତ ନୃତ୍ୟ ପ୍ରତିଯୋଗିତା, ଏକକ ନୃତ୍ୟ ପ୍ରତିଯୋଗିତା, ଏକକ ଅଭିନୟ ପ୍ରତିଯୋଗିତା, ଯନ୍ତ୍ରବାଦକ ପ୍ରତିଯୋଗିତା, ସଂଗୀତ ପ୍ରତିଯୋଗିତା, ତର୍କ ପ୍ରତିଯୋଗିତା, ବକ୍ତୃତା, ଭଲିବଲ ପ୍ରତିଯୋଗିତ ଆଦି ଅନୁଷ୍ଠିତ  ହୋଇଥିଲା । ଏହି ସର୍ଗିଫୁଲ ୨ ଦିନ ଧରି ଚାଲିବ । ସର୍ଗିଫୁଲ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିବା ପ୍ରମୁଖ ମାନଙ୍କ ମଧ୍ୟରେ  ସଂଜୟ ବେହେରା, ବେଣୁଧର ଚୌଧୁରୀ, ସତ୍ୟ ନାରାୟଣ ମିଶ୍ର,  ପ୍ରଦୀପ ଚୌଧୁରୀ, ଶିବ ପଣ୍ଡା, ଏମ.ଶିବ ପ୍ରସାଦ, ଦେବାଶିଷ ସାମଲ, ଗୋପିନାଥ ପରିଛା, ଅନନ୍ତ ବୈଷ୍ଣବ ଶତପଥି, ଲକ୍ଷ୍ମୀ ପାଳ, ଦ୍ୱିତୀ ଚନ୍ଦ୍ର ସାହୁ, ସୁନିଲ ଗୌଡ, ନୟନୀ ରୟତ ପ୍ରମୁଖ । କାର୍ଯ୍ୟକ୍ରମରେ ମଂଚ ପରିଚାଳନା କରିଥିଲେ ଶିକ୍ଷକ ଶ୍ରୀନିବାସ ରାଓ ଲାଡି 

0
0
0
s2sdefault