ନୂଆପଡା. ; ଆଜି ସକାଳେ ପାଟ୍ରୋଲିଂ ସମୟରେ ୭ ଜଣ ଦାଦନ ଶ୍ରମିକଙ୍କୁ ନୂଆପଡା ପୋଲିସ ଉଦ୍ଧାର କରିଛି । ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଅଦିତ୍ୟ ମହାକୁଡଙ୍କ ସୂଚନା ଅନୁସାରେ ପୋଲିସ ପାଟ୍ରୋଲିଂ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫାଟକ ସମ୍ମୁଖରେ ୭ ଜଣ ଲୋକ ବସିଥିବାର ଦେଖିଥିଲେ । ସେମାନଙ୍କ ମଧ୍ୟରେ ୧ ଜଣ ମହିଳା ଓ ୬ ଜଣ ପୁରୁଷ ଥିଲେ । ସନେ୍ଦହ କରି ପୋଲିସ ତାଙ୍କୁ ପଚାରିବାରୁ ବସ୍କୁ ଅପେକ୍ଷା କରିଛୁ ବୋଲି କହିଥିଲେ । ବସ୍ ରେ ରାୟପୁର ଯିବୁ ଓ କାମ କରିବାକୁ ଯାଉଛୁ ବୋଲି ସେମାନେ ପୋଲିସ କୁ କହିଥିଲେ । ଦାଦନ ଶ୍ରମିକ ଚାଲାଣ ସନ୍ଦେହରେ ପୋଲିସ ସେମାନଙ୍କୁ ଥାନାକୁ ଆଣିଥିଲେ । ସେମାନେ ଏକ ବୋଲେରୋ ଓ.ଆର-୨୬ ୪୭୬୪ ଯୋଗେ ନୂଆପଡାକୁ ଆସିଥିବାର ଜାଣି ପାରି ସମ୍ପୃକ୍ତ ଗାଡି ଓ ଗାଡି ଚାଳକକୁ ଥାନାରେ ଅଟକ ରଖି ପୋଲିସ ପଚରା ଉଚରା କରିଲା ପରେ ଶେମେଲପାଲିର ସାକିଲ ଖାଁ ନାମକ ଦାଦନ ସରର୍ଦାର ଏମାନଙ୍କୁ ବାହାର ରାଜ୍ୟକୁ ଚାଲାନ କରୁଥିବା ଜଣା ପଡିଛି । ପୋଲିସ ପଚରା ଉଚରା ଜାରି ରଖିଛି ।