ହେଡଲାଇନସ୍:

ଗଂଜେଇ ଚାଷ ପାଇଁ ସରକାର ଦେବେ ଅନୁମତି !

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଭୁବନେଶ୍ୱର :  ଅଧିକ ମଦ ଦୋକାନ ଖୋଲି ଅବକାରୀ ରାଜସ୍ବ ବଢ଼ାଇବା ପାଇଁ ଅବକାରୀ ବିଭାଗ ପଦକ୍ଷେପ ନେବା ପରେ ଏବେ  ଗଂଜେଇ ଚାଷ ପାଇଁ ବି ଅନୁମତି ଦେବାପାଇଁ ଚିନ୍ତା କରୁଛନ୍ତି | ଆଉ ଏ ସମ୍ପର୍କରେ ଅବକାରୀ ସଚିବ ଆସନ୍ତାକାଲି ଅର୍ଥାତ ନଭେମ୍ବର ୧୯ ତାରିଖରେ ଏକ ଗୁରୁତ୍ୱପୂର୍ଣ ବୈଠକ ଡାକିଛନ୍ତି | ଔଷଧୀୟ ବ୍ୟବହାର ପାଇଁ ଗଂଜେଇ ଚାଷ ଅନୁମତି ଦେବା ସମ୍ପର୍କରେ ସବିଶେଷ ତର୍ଜ୍ଜମା ଏହି ବୈଠକରେ କରାଯିବ | ଏହି ମର୍ମରେ ଅବକାରୀ ବିଭାଗ ଯୁଗ୍ମ ସଚିବ ଏସ ବି କେ ପ୍ରଧାନ ଅବକାରୀ କମିଶନରଙ୍କୁ ବିଭାଗୀୟ ପତ୍ର ସଂଖ୍ୟା ୫୭୮୬/ ୮-୧୧-୧୯ ମାଧ୍ୟମରେ ଅବଗତ କରାଇବା ସହ ବୈଠକରେ ଉପସ୍ଥିତ ରହିବାକୁ ଉଲ୍ଲେଖ କରିଛନ୍ତ | ଦେଖାଯାଉ କଣ ହେଉଛି | ଭଗବାନ କରନ୍ତୁ ଆଙ୍ଗୁଠି ପୁରାଉ ପୁରାଉ ବାହା ନପଶୁ |

0
0
0
s2sdefault