ହେଡଲାଇନସ୍:

"ପରିବାରର ତ୍ୟାଗ ଆଉ ସହଯୋଗ ବିନା ସାମ୍ବାଦିକତା ଅସମ୍ଭବ "

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସାମ୍ବାଦିକଙ୍କ ପରିବାରକୁ ସମ୍ବର୍ଦ୍ଧିତ କରି ଜୟ ଓଡିଶା ପାଳିଲା ସାମ୍ବାଦିକ ସ୍ୱାଧୀନତା ଦିବସ

  ଭୁବନେଶ୍ୱର : ପରିବାରର ସହଯୋଗ ଖାସ କରି ପତ୍ନୀଙ୍କ ତ୍ୟାଗ ବିନା ଜଣେ ସାମ୍ବାଦିକ ତା ପେଶାକୁ ଠିକଣା ଭାବେ ତୁଲାଇପାରିବେ ଅସମ୍ଭବ | ଘଟ ପେଶାଗତ, ଆର୍ଥିକ, ସାମାଜିକ, ପାରିବାରିକ ଘାତ ପ୍ରତିଘାତ ଦେଇ ଗତି କରୁଥିବା ଜଣେ ସାମ୍ବାଦିକ ପାଇଁ ସବୁଠୁ ବଡ ମୂଲ୍ୟବାନ ହେଉଛି ତା ପରିବାରର ନିସର୍ତ୍ତ ସମର୍ଥନ | ପେଶାଦାରି ଜୀବନରେ ବନ୍ଧନ ଭିତରେ ରହୁଥିବା ସାମ୍ବାଦିକକୁ ତା ପରିବାର ତରଫରୁ ମିଳୁଥିବା ସ୍ୱାଧୀନତା ତାପାଇଁ ବଡ ସମ୍ବଳ | ହେଲେ ସାମ୍ବାଦିକର ପରିବାରର ସହଯୋଗ ଓ ପତ୍ନୀଙ୍କ ତ୍ୟାଗ ଅକୁହା କାହାଣୀ ଓ ସ୍ଵୀକୃତି ବିହୀନ ହୋଇ ରହିଯାଏ | ସାମ୍ବାଦିକଟିଏ ଚାଲିଗଲେ ବି ତା ଦେହାନ୍ତ ଖବର କୋଉ ଭିତର ପୃଷ୍ଠାର କୋଉ ସଂଦିରେ ସିଙ୍ଗଲ କଲମ ନିଉଜ ଭତରେ ହଜିଯାଏ  | ବେଳେ ବେଳେ ମୃତୁ ଖବର ବି ପ୍ରକାଶ ପାଏନି |  ଆଉ ତା ପରିବାର କଥା ଛାଡ | 

ହେଲେ ସାମ୍ବାଦିକ ଜୀବନରେ ତା ପରିବାରର ଗୁରୁତ୍ୱକୁ ଉପଲବ୍ଧି କରିଛି ଓଡ଼ିଶାର ଜଣାଶୁଣା ସାମାଜିକ ସଂଗଠନ " ଜୟ ଓଡିଶା" | ଆଉ ସେଇଠି ପାଇଁ ଯେତେବେଳେ ସାରା ରାଜ୍ୟରେ ପ୍ରେସ ଫ୍ରିଡମ ଡେ ସଭା ସମିତି, ଚିରାଚରିତ ଭାଷଣବାଜି, ସାମ୍ବାଦିକଙ୍କ ସୁରକ୍ଷାର ଘଂଟିକିଆ ପ୍ରତିଶ୍ରୁତି, ଖିଆ ପିଆ  ଭିତରେ ପାଳିତ ହୋଇଯାଇଛି , ଲତି ଭିଡ ଭିତରେ ଜଣେ କାର୍ଯ୍ୟରତ ସାମ୍ୱାଦିକଙ୍କ ପଛରେ ଥିବା ପରିବାରକୁ ମାନେ ପକାଇଛି ଜୟ ଓଡିଶା ସଂଗଠନ | ଜାତୀୟ ଗଣମାଧ୍ୟମ ଦିବସକୁ ପାଳିଛି ଏକ ଭିନ୍ନ ଏବଂ ଅଭିନବ ଉପାୟରେ  ଜୟ ଓଡ଼ିଶା |  ଯେଉଁଥିରେ ପାଖାପାଖି ୭୦ ଜଣ ସାମ୍ବାଦିକ ଓ ସାମ୍ବାଦିକା ବନ୍ଧୁଙ୍କୁ ସପରିବାରେ ମଞ୍ଚରେ ସମ୍ମାନିତ କରାଯାଇଛି । କିଏ କା ବାପା ମାଙ୍କୁ ସାଙ୍ଗରେ ଆଣିଥିଲା ତା କିଏ କାହା ପତ୍ନୀ, କିଏ କାହା ସ୍ୱାମୀ, କିଏ କାହା ପତ୍ନୀ, ଛୁଆ, ବାପାମାଙ୍କୁ ନେଇ ଆସିଥିଲା ତା ଆଉ କିଏ ନିଜ ପତ୍ନୀଙ୍କୁ ନେଇ ଉପସ୍ଥିତ ହୋଇଥିଲେ ଏହି କାର୍ଯ୍ୟକ୍ରମରେ |  କାର୍ଯ୍ୟକ୍ରମଟି ବିଶେଷ ଭାବେ ସେମାନଙ୍କ ପରିବାରର ପ୍ରତିଟି ସଦସ୍ୟଙ୍କ ପାଇଁ ଉତ୍ସର୍ଗକୃତ ଥିଲା। ପ୍ରତିଟି ମଣିଷର ସଫଳତା ପଛରେ ଯେ ପରିବାରର ଯୋଗଦାନ ମୂଲ୍ୟବାନ ଏବଂ ଅବର୍ଣ୍ଣନୀୟ ଅଟେ।

ଜୟ ଓଡ଼ିଶା କର୍ମକର୍ତ୍ତାଙ୍କ ବ୍ୟତୀତ , ମୁମ୍ବାଇର ପୂର୍ବତନ ପୋଲିସ କମିଶନର ତଥା ଜୟ ଓଡ଼ିଶା ର ମେଣ୍ଟର ଶ୍ରୀଯୁକ୍ତ ଅରୂପ ପଟନାୟକ, ମୁଖ୍ୟ ଉପଦେଷ୍ଟା ତଥା ଲବ୍ଧ ପ୍ରତିଷ୍ଠା ଚିକିତ୍ସକ  ଶ୍ରୀଯୁକ୍ତ ଜଗନ୍ନାଥ ମହାପାତ୍ର ,ଉପଦେଷ୍ଟା ଶ୍ରୀଯୁକ୍ତ ଉମାନାଥ ମିଶ୍ର,ଶ୍ରୀଯୁକ୍ତ ନାରାୟଣ ମହାପାତ୍ର ଏବଂ ଶ୍ରୀଯୁକ୍ତ ସତ୍ୟଜିତ ଦାସ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

ଜୟ ଓଡ଼ିଶା ସଭାପତି, ଶ୍ରୀଯୁକ୍ତ ରୁଦ୍ର ନାରୟଣ ସାମନ୍ତରାୟ ଙ୍କ ମତରେ  "ସାମ୍ବାଦିକତା କାହା ପାଇଁ ନିଶା ଏବଂ ପେଶା ହୋଇଥିଲେ ମଧ୍ୟ ଏକାଧାରାରେ ସାମ୍ବାଦିକତା ଆଦୌ ସହଜ ନୁହେଁ। ଏଥିପାଇଁ ପରିବାରର ନିରବଚ୍ଛିନ୍ନ ସହଯୋଗ ଓ ଆଶୀର୍ବାଦ ଅତ୍ୟନ୍ତ ଜରୁରୀ ଅଟେ। ଏକ ସାମ୍ବାଦିକ କିମ୍ବା ସାମ୍ବାଦିକା ବନ୍ଧୁ ଙ୍କୁ ଦିନ ରାତି ଚିନ୍ତାହିନ ହୋଇ ସମାଜ ପାଇଁ କାମ କରିବାରେ ପରିବାର ର ଯୋଗଦାନ ନିହାତି ଭାବେ ରହିଛି।ସେମାନଙ୍କୁ ଶାରୀରିକ ତଥା ମାନସିକ ସ୍ତର ରେ ପ୍ରତିଦିନ ପ୍ରସ୍ତୁତ କରିବାରେ ପରିବାର ହାତ ରହିଥାଏ। ତେଣୁ ସମସ୍ତ ସାମ୍ବାଦିକ ଭାଇ ଏବଂ ଭଉଣୀ ମାନଙ୍କ ପରିବାର ର ସମସ୍ତ ସଦସ୍ୟ ଚିରନମସ୍ୟ ଅଟନ୍ତି।

 

0
0
0
s2sdefault