ହେଡଲାଇନସ୍:

ସ୍ୱଚ୍ଛତା, ସଡ଼କ ସୁରକ୍ଷା, ଜଙ୍ଗଲ ରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Odagaon/Srikanta Mishra : ଦୃତ ଜନସଂଖ୍ୟା ବୃଦ୍ଧି ଏବଂ ପରିଚାଳନାଗତ ତୃଟି ଯୋଗୁଁ ପ୍ରକୃତି ଏବଂ ପରିବେଶ ଉପରେ ଏହାର ପ୍ରଭାବ ପଡୁିଛି । ଫଳରେ ଏମିତି ଏକ ଦି ଆସିବ ଗଛନଥିବ । ଫୁଲ ନଥିବ କି ଫଳ ନଥିବ । ପାଣି ନଥିବ କି ପ୍ରାଣୀ ନଥିବ । ପ୍ଲାଟିକ ରାକ୍ଷାଶ କାୟା ବିସ୍ତାର କରି ସ୍ୱଚ୍ଛତା ଉପରେ କୁଠାରଘାତ କରିବ । ଅଣନିଶ୍ୱାସି ହୋଇ ପଡିବ ଜୀବନ । ଏହିଭଳି ଭୟାବହତାରୁ ଉଦ୍ଧାର ପାଇବା ପାଇଁ ସ୍ୱଚ୍ଛତା, ସ ଡ଼କ ସୁରକ୍ଷା, ଜଙ୍ଗଲରକ୍ଷା, ପ୍ଲାଟିକ ବର୍ଜନ ଏବଂ ଜଳ ବ୍ୟବହାର ନିୟନ୍ତ୍ରଣ ଉପରେ ଟିବିଡବ୍ଲୁ ବୁକ୍ସ ତରଫରୁ ବ୍ଳକ ସ୍ତରୀୟ ଏକ ସଚେତନତାଧର୍ମୀ କାର୍ଯ୍ୟକ୍ରମ ସ୍ଥାନୀୟ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର, ଓଡ଼ଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି । ସରସ୍ୱତୀଶିଶୁବିଦ୍ୟାମନ୍ଦିର ସହିତ ଗାୟତ୍ରୀ ବିଦ୍ୟାମନ୍ଦିର ମଶାବାରୀ, ରାଧାକାନ୍ତ ବଳିକା ଉଚ୍ଚ ବିଦ୍ୟାଳୟ ଓଡ଼ଗାଁ, ରଘୁନାଥ ବିଦ୍ୟାପୀଠ ଓଡ଼ଗାଁ, ବି.କେ ବିଦ୍ୟାପୀଠ ବାଉଁଶଗାଡିଆ, କୋମଣ୍ଡ ହାଇସ୍କୁଲ କୋମଣ୍ଡର ୬୫୦ ଜଣ ଛାତ୍ର/ଛାତ୍ରୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମ ସମନ୍ଧୀୟ ବିଭିନ୍ନ ପ୍ରତିଯୋଗୀତା ସହିତ ସଚେତନ ଧର୍ମୀ ନୃତ୍ୟ ସଙ୍ଗୀତ ପରିବେଷଣ ହୋଇଥିଲା । ଟିବିଡବ୍ଲୁ ବୁକ୍ସର ପରିଚାଳକ ତପନ କୁମାର ମହାପାତ୍ର, କ୍ଷେତ୍ରୀୟ କାର୍ଯ୍ୟନିର୍ବାହୀ ଦିପୁ କୁମାର ବେହେରା, ନିରଞ୍ଜନ ମହାପାତ୍ର, ସୋମନାଥ ବରାଡ, ଅମରେନ୍ଦ୍ର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସ୍କୁଲର ସମସ୍ତ ଗୁରଜୀ ଗୁରୁମା ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault