ହେଡଲାଇନସ୍:

ସକାଳୁ ସକାଳୁ ଅଘଟଣ : ବାଙ୍ଗିରିପୋଶି ଘାଟିରୁ ଖସିଲା ଟ୍ରକ-ଦୁଇ ମୃତ, ଜଣେ ଗୁରୁତର(see Video)

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା/ ଦିଲ୍ଲୀପ ମହାନ୍ତି -ମୟୂରଭଞ୍ଜ ଜିଲ୍ଲା ର ବାଙ୍ଗିରିପୋଶି ଘାଟିରୁ ଖସିଲା ଟ୍ରକ-ଦୁଇ ମୃତ୍ୟୁ ଜଣେ ଗୁରୁତର । ପାଖାପାଖି 8/10 ଫୁଟ କଲଭର୍ଟ ତଳକୁ ଖସିଲା ଲୁହା ବଝେଇ  ଟ୍ରକ । ୬୮ ନଂ ଜାତୀୟ ରାଜପଥ ରେ ଘଟିଛି ଅଘଟଣ । ଟ୍ରକ ଟି କଲିକତା ଯାଉଥିବା ଜଣାପଡିଛି । ପ୍ରାୟ ଆଜି ସକାଳ ୭ ରୁ ୮ ମଧ୍ୟ ରେ ଘଟିଛି ଦୁର୍ଘଟଣା  ।   ସ୍ଥାନୀୟ ଲୋକ ଓ ଦମକଳ ବାହିନୀ ଙ୍କ ସହାୟତାରେ ଟ୍ରକରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି । ତେବେ ଦୁଇ ଜଣ ଙ୍କ ମୃତ୍ୟୁ ହୋଇସାରିଥିଲା । ଏବଂ ଜଣେ ଗୁରୁତର ଆହତ ଙ୍କୁ ବାଙ୍ଗିରିପୋଶି ଡ଼ାକ୍ତରଖାନାରେ ଭତ୍ତି କରାଯାଇଛି । ଦିଲ୍ଲୀପ ଦାସ ଗୁରୁତର ଙ୍କୁ ପରେ ବାରିପଦା ବଡ଼ ଡ଼ାକ୍ତରଖାନା କୁ ଅଣାଯାଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନାଯୋଗ୍ୟ ଯେ,ଛତିଶଗଡରୁ ବେଙ୍ଗଲ ଲୁହା ବାର ନେଇ ଟ୍ରକଟି ଯାଉଥିବା ବେଳେ ଭାରସାମ୍ୟ  କଲଭର୍ଟ ଭିତରକୁ ଓଲଟି ଗଲା ।

0
0
0
s2sdefault