ହେଡଲାଇନସ୍:

 ଥାଇଲାଣ୍ଡରେ ଓଡିଶୀ ନୃତ୍ୟ : ଗଜପତିର  ପ୍ରୀତିପ୍ରିୟା , ଭୁବନେଶ୍ୱରର ରିତିକା, ମଧୁସ୍ମିତା ଓ ପ୍ରିୟଦର୍ଶନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି  ମୁନିସିପାଲଟି କଲୋନୀ ର ଘନଶ୍ୟାମ ବେହେରା ଓ ସଂଯୁକ୍ତା ବେହେରା ଙ୍କ କନିଷ୍ଠ ଝିଅ ପ୍ରୀତିପ୍ରିୟା ବେହେରା  ଥାଇଲାଣ୍ଡ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୩୫ତମ ଆସିଅନ ସମିତି ର କାର୍ଯ୍ୟକ୍ରମ ରେ ଯୋଗଦେଇ ଓଡିଶୀ ନୃତ୍ୟ ପଦର୍ଶନ କରି ଗଜପତି ଜିଲ୍ଲା ର ଉଦାହରଣ ପାଲଟିଛନ୍ତି ।  

    ଏହି କାର୍ଯ୍ୟକ୍ରମଟି ଥାଇଲାଣ୍ଡର ବ୍ୟାଙ୍କକ୍ ରେ ଅନୁଷ୍ଠିତ ହୋଇଥିଲା । ଥାଇଲାଣ୍ଡରେ ଭାରତୀୟ ଦ୍ରୁତବାସର ଅନୁରୋଧ କ୍ରମେ ବ୍ୟାଙ୍କକ୍ ରେ ଅବସ୍ତିତ ପ୍ରବାସୀ ଭାରତୀୟ ସଂଘଠକ ତରଫରୁ ଥାଇଲାଣ୍ଡ ରେ ବସବାସ କରୁଥିବା ସମସ୍ତ ଓଡ଼ିଆ ସଂଘଠକ ଓ ଓଡ଼ିଆ କମୁନିଟି   ତରଫ ରୁ ପୂର୍ଣ୍ଣିମା ସାହୁ ଓ ବିଶ୍ୱରଂଜନ ମହାନ୍ତି ଙ୍କ ନେତୃତ୍ୱରେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଗଜପତି ଜିଲ୍ଲାର ପ୍ରୀତିପ୍ରିୟା ବେହେରା , ଭୁବନେଶ୍ୱରର ରିତିକା ମଣ୍ଡଳ ,  ମଧୁସ୍ମିତା ସ୍ଵାଇଁ ଓ ପ୍ରିୟଦର୍ଶନୀ ପ୍ରଧାନ ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ପଦର୍ଶନ କରି ଦର୍ଶକଙ୍କ ଦ୍ଵାରା ପ୍ରଶଂସିତ ହୋଇଥିଲେ।

0
0
0
s2sdefault