ହେଡଲାଇନସ୍:

ଏକ କଲେ ଦେଢ଼ଶହ , ଦୁଇ କଲେ ଦୁଇଶହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ଖୋଲାରେ ଏକ ଦୁଇ  କଲେ ଅର୍ଥ ତଣ୍ଡିବ: ଠିକ ଯେ, ନିଜେ ପ୍ରସ୍ତୁତ ନଥାଇ କେମିତି ବିଏମସି ଦଣ୍ଡିବ 

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଏବେ ଗୋଟାଏ ଭଲ ପଦକ୍ଷେପ ନେବାକୁ ଯାଉଛି ସହରକୁ  ବାହ୍ୟ ଶୌଚମୁକ୍ତ ଅଞ୍ଚଳ କରିବା ପାଇଁ । ଏଣିକି ଭୁବନେଶ୍ୱରରେ ଖୋଲାରେ ଶୌଚ କଲେ ଦେବାକୁ ପଡ଼ିବ ଜରିମାନା | ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି  । ଏଣିକି ଖୋଲାରେ  ଦୁଇ କଲେ ୨୦୦ ଓ ଏକ କଲେ ୧୫୦ ଟଙ୍କା ଜରିମାନା ଦେବାକୁ ପଡିବ । ହେଲେ ଗୋଟେ ପ୍ରୋବ୍ଲେମ ରହି ଯାଇଛି | ସହରରେ ବିଏମସି ପକ୍ଷରୁ ଟଏଲେଟ ଯଥେଷ୍ଟ ପରିମାଣରେ ରୋଡ଼ ସାଇଡରେ ନାହିଁ | ସାରା ଭୁବନେଶ୍ୱରରେ  ମାତ୍ର ୧୯୩ଟି ଟଏଲେଟ ଅଛି ବୋଲି ବିଏମସି ପକ୍ଷରୁ କୁହାଯାଉଥିବା ବେଳେ ସେଠି ମଧ୍ୟରୁ  ୧୦ଟି ବାୟୋ ଟଏଲେଟ ଓ ୨୦ଟି ଇ- ଟଏଲେଟ | ଏତେ ବିରାଟ ଭୁବନେଶ୍ୱର ମହାନଗର ନିଗମ ଅଂଚଳ ପାଇଁ ଏହି  ସଂଖ୍ୟା ସମୁଦ୍ରକୁ ସଂଖେ | ସଂଖ୍ୟା ଯଥେଷ୍ଟ ନାହିଁ କି ଯୋଉଠି ଛି ତାହା ସମ୍ପର୍କରେ ଆବଶ୍ୟକ ସୂଚନା ଫଳକ ନାହିଁ | ଭୁବନେଶ୍ୱରକୁ ଆସୁଥିବା ଲୋକମାନଙ୍କ ଜାଣିବା ପାଇଁ  ଓ ପ୍ରାୟତଃ ସାଧାରଣ ଲୋକଙ୍କ ଅବଗତି ପାଇଁ | ତେଣୁ ଏପରି ମହତ୍ଵପୁର୍ଣ ପଦକ୍ଷେପ ନେବା ପୂର୍ବରୁ ବିଏମସି ପର୍ୟାପ୍ତବ୍ୟବସ୍ଥା କରିବା ଦରକାର ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି | 

0
0
0
s2sdefault