
ନୀଳଗିରି,ତା,୧୬/୦୩- କାଳ ନେବ ବାଳ ଧରି ଆୟତ୍ତ ନୁହଇଁ କାହାରି।
ମୃତ୍ୟୁ ସତ୍ୟ ମୃତ୍ୟୁ ଆସେ ।କିନ୍ତୁ ଏମିତି ମୃତ୍ୟୁ ବେଳେ ବେଳେ ସମସ୍ତ ଙ୍କୁ ଚକିତ କରିବା ସହିତ ଦୁଃଖ ସାଗର ରେ ଭସାଇ ଦେଇ ଥାଏ।ସେଇମିତି ଏକ ମୃତ୍ୟୁ ଯାହା ଆଜି ଶେରଗଡ଼ ଓ ନୀଳଗିରି ଅଞ୍ଚଳ ରେ ଶୋକ ର ଛାୟା ଖେଳାଇ ଦେଇଛି।
ସୂଚନାରୁ ଜଣାଯାଇଛି, ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଶେରଗଡ଼ ଅଞ୍ଚଳର ଜ୍ୟୋତିଶଙ୍କର ଦାଶ ତାଙ୍କ ତିନି ଜଣଙ୍କ ସାଙ୍ଗଙ୍କ ସହିତ ମିରିଗିଣି ଖଣ୍ଡିଆହୁଡ଼ି ପାହାଡକୁ ବୁଲିବା ପାଇଁ ଯାଇଥିଲେ। ବୁଲାବୁଲି ପରେ ପରିତ୍ୟକ୍ତ ପଥର ଖାଦାନ ମଝିରେ ଥିବା ଜଳ ପରିପୂର୍ଣ୍ଣ ସ୍ଥାନ ରେ ଗାଧୋଉଥିଲେ। ହଠାଥ ଜ୍ୟୋତିଶଙ୍କର ଙ୍କ ଗୋଡ଼ ଖସି ଯିବାରୁ ସେ ଗଭୀର ଜଳରାଶି ମଧ୍ୟକୁ ଚାଲିଯାଇଥିଲେ । ନିଜକୁ ଆୟତ୍ତ ନକରିପାରି ପାଣିରେ ବୁଡ଼ିଯାଇଥିଲେ ।ପାଖରେ ଥିବା ସାଙ୍ଗ ମାନେ ବହୁ ଖୋଜା ଖୋଜା କରିଥିଲେ ମଧ୍ୟ ଜୋତିଶଙ୍କର ଙ୍କୁ ପାଇନଥିଲେ। ସ୍ଥାନୀୟ ଗ୍ରାମବାସୀ ଓ ସେହି ବାଟ ଦେଇ ଯାଉଥିବା ଲୋକମାନେ ଖବର ପାଇ ଆସି ଜ୍ୟୋତିଶଙ୍କର ଙ୍କୁ ଗଭୀର ଜଳ ମଧ୍ୟରୁ ଉଦ୍ଧାର କରି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ ।ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଘଟଣା ଦେଖି ବାପା ସରୋଜ କୁମାର ଦାସ ଓ ପରିବାର ଲୋକ ପୁଅ ର ମୃତ ଶରୀର ନିକଟ ରେ ମୁଣ୍ଡ ବାଡେଇ କାନ୍ଦିବାର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖି ଏବେ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି।








