ନବରଙ୍ଗପୁର ତା ୧୬.୩.୨୦୨୬ :ଅଶୋକ ସାହୁ,ସ୍ଥାନୀୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଜନଗଣନା କ୍ଷେତ୍ର ପ୍ରଶିକ୍ଷକ ଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଜନଗଣନାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ତଥା ପ୍ରମୁଖ ଜନଗଣନା ଅଧିକାରୀ ଡ ମହେଶ୍ବର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜନଗଣନା କାର୍ଯ୍ୟକୁ କିଭଳି ସୁଚାରୁରୂପେ ପରିଚାଳନା କରାଯିବ ତା ଉପରେ ଉପସ୍ଥିତ ସମସ୍ତ ତାଲିମଦାତାଙ୍କୁ ମାର୍ଗଦର୍ଶନ କରିଥିଲେ।ଏହି ପ୍ରଶିକ୍ଷଣ କର୍ମଶାଳା ରେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ବିଶ୍ଵଜିତ ଚନ୍ଦ୍ର ବର୍ମନ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ,ଉପ ଜିଲ୍ଲାପାଳ ତଥା ଉପଖଣ୍ଡ ଜନଗଣନା ଅଧିକାରୀ ପ୍ରକାଶ କୁମାର ମିଶ୍ର,ତହସିଲଦାର ତେନ୍ତୁଳିଖୁଣ୍ଟି ତଥା ପ୍ରମୁଖ ତାଲିମଦାତା ପୁଷ୍ପାଞ୍ଜଳି ଦଣ୍ଡପାଟ,ତହସିଲଦାର ଉମରକୋଟ ତଥା ପ୍ରମୁଖ ତାଲିମ ଦାତା ମାଧବନ ବାଗ,ଡେପୁଟୀ କଲେକ୍ଟର ନିବେଦିତା ଶତପଥୀ,ସହକାରୀ ଜିଲ୍ଲାପାଳ ଶିବ ଶଙ୍କର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ମୋଟ ୩୬ ଜଣ କ୍ଷେତ୍ର ପ୍ରଶିକ୍ଷକ ଉପସ୍ଥିତ ଥିଲେ।ସୁଚନା ଅନୁସାରେ ଆସନ୍ତା ଏପ୍ରିଲ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ମୋବାଇଲ ଆପ ଜରିଆରେ ଜନ ସାଧାରଣ ୩୩ ଟି ପ୍ରଶ୍ନ ରସ୍ଵୟଂ ଜନଗଣନା ତଥ୍ୟ ପ୍ରଦାନ କରିବେ ଏବଂ ଏପ୍ରିଲ ୧୬ ରୁ ମେ ୧୫ ପର୍ଯ୍ୟଂତ ଘରକୁଘର ଯାଇ ଜନ ଗଣନାକାରୀ ତଥ୍ୟ ସଂଗ୍ରହ କରିବେ।
ଆଜି ପ୍ରଶିକ୍ଷଣ ସମୟରେ ବିଶେଷ କରି ଜନଗଣନା ସମ୍ପର୍କିତ ତଥ୍ଯ ସଂଗ୍ରହ,ସଠିକ୍ ଲେ ଆଉଟ୍ ମ୍ୟାପ୍ ପ୍ରସ୍ତୁତି, ମୋବାଇଲ୍ ଆପ ରେ ଜନଗଣନା ସମ୍ପର୍କିତ ତଥ୍ୟ ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ କିଭଳି ନିର୍ଭୁଲ ତଥ୍ୟ ଅପଲୋଡ଼ କରାଯାଇପାରିବ,ସେ ନେଇ ପ୍ରଶିକ୍ଷକଙ୍କୁ ବ୍ୟବହାରିକ ଜ୍ଞାନ ପ୍ରଦାନ କରାଯାଇଥିଲା।ଆଜି ଶେଷ ଦିନ ତାଲିମ କାର୍ଯ୍ୟକ୍ରମ ପରେ ପ୍ରଶିକ୍ଷକ ମାନେ କ୍ଷେତ୍ର ପରିଦର୍ଶନ କରି ପ୍ରାୟୋଗିକ ଅଭିଜ୍ଞତା ହାସଲ କରିବା ସହ ବାସ୍ତବ ସ୍ଥିତିରେ ଆସୁଥିବା ସମସ୍ୟାର ସମାଧାନ ଶିଖିଥିଲେ।ଏହି ପ୍ରଶିକ୍ଷଣ ପାଇଥିବା କ୍ଷେତ୍ର ପ୍ରଶିକ୍ଷକ ମାନେ ନିଜ ନିଜ ଚାର୍ଜ ଅଞ୍ଚଳରେ ଏନୁରେମେଟର ଓ ସୁପରଭାଇଯର ମାନଙ୍କୁ ପ୍ରଶିକ୍ଷଣ ଦେଇ ଜନଗଣନା କାର୍ଯ୍ୟ କୁ ଆଗେଇ ନେବେ। ତାଲିମ କାର୍ଯ୍ୟକ୍ରମ ଶେଷରେ ଜିଲ୍ଲାପାଳ ତଥା ପ୍ରମୁଖ ଜନଗଣନା ଅଧିକାରୀ କ୍ଷେତ୍ର ପ୍ରଶିକ୍ଷକ ଙ୍କ ସାର୍ଟିଫିକେଟ ଓ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ।
ରାଜ୍ୟ
ନବରଙ୍ଗପୁର ଠାରେ ଜନଗଣନା କ୍ଷେତ୍ର ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- Hits: 5








