ହେଡଲାଇନସ୍:

ହରଭଙ୍ଗା : କାର୍ତ୍ତିକ ପର୍ଣ୍ଣିମା ଅବସରରେ ଚଳଚଞ୍ଚଳ ବିଭିନ୍ନ ଶୈବ ପୀଠ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

(ହରଭଙ୍ଗା /ପ୍ରତାପ ମେହେର ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ହରଭଙ୍ଗା ବ୍ଲକ୍ ର ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ ହେବା ସହିତ ହଜାର ହଜାର ଭକ୍ତଙ୍କ ସମାଗମ ହେବାକୁ ଲାଗିଛି । ଚତୁର୍ଦ୍ଦଶୀ ରେ ସମସ୍ତ ଭକ୍ତ ରାତ୍ର ଉଜାଗର ରହି  " ଆ - କା - ମା - ବୈ (ଆଷାଢ଼ , କାର୍ତ୍ତିକ , ମାର୍ଗଶୀର , ବୈଶାଖ ) ପାନ ଗୁଆ ଥୋଇ ପାନ ଗୁଆ ତୋର ମାସକ ଧର୍ମ ମୋର " କହି ଆଜି ସକାଳୁ ଡଙ୍ଗା ଭସାଇ ମନ୍ଦିର ଆସିଥାନ୍ତି ।

ସରସରା ର ବାବା ବୈଦ୍ୟନାଥ ମନ୍ଦିର ରେ ଭକ୍ତଙ୍କ ସମାଗମ ସହିତ କାଲି ରାତିରେ ସାମାଜିକ ନାଟକ " ସୁଖ ଚାରଣା କୁ ଦୁଃଖ ବାରଣା " ପରିବେଷଣ ହୋଇଥିଲା । ସେହିପରି ସିଦ୍ଧପୁର ର ବାବା ସିଦ୍ଧେଶ୍ୱର ମନ୍ଦିର , ବୁରୁବୁଡା ରେ ବାବା ଗୁପ୍ତେଶ୍ୱର ,  ବାବା ପେଟାଶ୍ୱର  ଭେଜିଗୋରା , ଶ୍ରୀ ବାବା କେଦାରେଶ୍ୱର ମହାଦେବ ମନ୍ଦିର , ଚାରିଛକ , ବାବା  ଗୁପ୍ତେଶ୍ୱର   ମନ୍ଦିର  ରାମଗଡ଼ ବି ରାମଚନ୍ଦ୍ର ପୁର ଶୁବନେଶ୍ୱର ବାବା

ହରଭଙ୍ଗା ର ଆଦେଶ୍ଵର ବାବା ମନ୍ଦିର , କରଡ଼ି ରେ ବାବା ଚମ୍ପେଶ୍ୱର ମନ୍ଦିର ରେ ହଜାର ହଜାର ଭକ୍ତଙ୍କ ସମାଗମ ସହିତ ପ୍ରବଚନ ମଧ୍ୟ ହେଇଛି ।

 

0
0
0
s2sdefault