ପିତୃ ହତ୍ୟାକାରୀ ପୁତ୍ର ଥାନାରେ ଅଟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର): କବିସୂର୍ଯ୍ୟ ନଗର ଥାନା ଅର୍ନ୍ତଗତ ଏ ବରିଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ଅର୍ଥ ଲୋଭରେ ରମେଶ ସାହୁ ନାମକ ଜଣେ ଯୁବକ ନିଜ ପିତା ପଦ୍ମନାଭ ସାହୁକୁ ଛୁରୀ ରେ ଭୁଷି ହତ୍ୟା କରିଥିବା ବେଳେ ବଡ଼ଭାଇ ଛଡେଇବାକୁ ଆସି ସାନ ଭାଇ ର ମାଡ଼ରେ ଗୁରୁତର ଆହତ ହୋଇ ଥାନା ରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ରମେଶ କୁ ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ମଦ୍ୟପ ରମେଶ ମଦ ପିଇବା ପାଇଁ ବାପା ର ଭତ୍ତା ଟଙ୍କା ମାଗି ବିଫଳ ହେବାପରେ ଏହି ଭଳି ହତ୍ୟାକାଣ୍ଡ କରିଛି ବୋଲି ଜଣାପଡିଛି।

0
0
0
s2sdefault