(ଆଠମଲ୍ଲିକ /ସନ୍ତୋଷ ମେହେର ):ଆଠମଲ୍ଲିକ:- ପବିତ୍ର କାର୍ତ୍ତିକ ମାସରେ ପୂର୍ଣ୍ଣମୀରେ ଆଠମଲ୍ଲିକର ବିଭିନ୍ନ ଶୈବପୀଠ ଗୁଡିକରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ଜମିଛି I ସବୁ ମାସ ମାନଙ୍କ ମଧ୍ୟରେ କାର୍ତ୍ତିକ ମାସକୁ ଶ୍ରେଷ୍ଠ ପୁଣ୍ୟ ମାସ ଭାବରେ ପାଳନ କରାଯାଉଥିବା ବେଳେ ଆଜି ଆଠମଲ୍ଲିକର ଅନେକ ଶୈବପୀଠ ଲୋକାରଣ୍ୟ ହୋଇ ପଡିଛି I ବିଶେଷ କରି ଦେଉଳଝରୀ ରେ ଆଜି ଭକ୍ତ ମାନଙ୍କ ପ୍ରବଳ ଗହଳି ଲାଗିଛି I ଆଜି ସକାଳୁ ଲମ୍ବା ଲାଇନରେ ଭକ୍ତମାନେ ବାବା ସିଦ୍ଧେସ୍ୱରଙ୍କୁ ଦର୍ଶନ କରିଛନ୍ତି, ସେହିପରି ଦେଉଳଝରୀର ଉଷ୍ମପ୍ରଶ୍ରବଣ ଦେଖିବାକୁ ଅନେକ ଲୋକଙ୍କ ଭିଡ଼ ଜମିବାରେ ଲାଗିଥିଲା I ଆଠମଲ୍ଲିକ ଅଞ୍ଚଳର ଅନେକ ଶିବ ମନ୍ଦିର ଗୁଡିକ ମଧ୍ୟରୁ ଘୋଡାଗାଡି, ବୁରଘାଟ, ବାଙ୍କପାଳ, ଧୁଳିଆପଡା, କନ୍ଧପଡ଼ା, ଡୁଡୁମ, ଦେଉଳି, ନୀଳକଣ୍ଠପଡା,ଝିମେଇଚୁଆଁ, କୁଟେଶ୍ୱର ଆଦି ଅନେକ ଶୈବପୀଠ ଗୁଡିକରେ ଭକ୍ତ ମାନଙ୍କର ଲମ୍ବା ଲାଇନ ହୋଇଥିଲା I ଆଠମଲ୍ଲିକର ଅନ୍ୟ ଏକ ପର୍ଯଟନସ୍ଥଳୀ ବିନିକେୟୀ ଠାରେ ମଧ୍ୟ ଆଜି ଲୋକଙ୍କର ସମାଗମ ଦେଖିବାକୁ ମିଳିଛି
ରାଜ୍ୟ
କାର୍ତ୍ତିକପୂର୍ଣ୍ଣମା ଅବସରରେ ଆଠମଲ୍ଲିକର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ସମାଗମ
- Hits: 464