ଷଡଭୁଜ ଚୈତନ୍ୟ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର): ଓଡଗାଁ ଶ୍ରୀ ରଘୁନାଥ ଜିଉଙ୍କ ପିଠରେ ପଂଚୁକ ଯାତ୍ରାର ୪ର୍ଥ ସନ୍ଧ୍ୟାରେ ଶ୍ରୀ ଜିଉମାନଙ୍କୁ ଷଡଭୁଜ ଶ୍ରୀଚୈତନ୍ୟ ବେଶରେ ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ । ଯୁଗେ ଯୁଗେ ଭକ୍ତର ଇଚ୍ଛା ପୁରଣ କରିବା ପାଇଂ ନିଜେ ଭଗବାନ ଧରା ପୃଷ୍ଠରେ ଅବତରିତ ହୋଇଥାନ୍ତି । ଦୁଷ୍ଟ ଶକ୍ତିମାନଙ୍କୁ ବିନାଶ କରି ସନ୍ଥମାନଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି । ଏହା ସହିତ ଯୁଗ ଯୁଗ ଧରି ଅପେକ୍ଷା କରିଥିବା ଭକ୍ତଙ୍କର ଇଚ୍ଛା ପୁରଣ କରିଥାନ୍ତି ପ୍ରଭୁ । ଯେମିତି ଶବରୀ ର କୋଳି, କୈବର୍ତର ପଦପ୍ରକ୍ଷାଳନ ଏବଂ ପାଷାଣୀ ଅହଲ୍ୟା ଉଦ୍ଧାର କରିଥିଲେ, ସେହିଭଳି ମହାନ ଭକ୍ତ ନିତାଇ ଗୈାରୀଙ୍କ ପାଇଁ ପ୍ରଭୁ ଏହି ଅବତାର ଗ୍ରହଣ କରିଥିବା ପୁରାଣରେ ବର୍ଣ୍ଣିତ ରହିଛି । ସମସ୍ତ ନୀତିକାନ୍ତି ଅନୁଯାୟୀ ଶ୍ରୀଜିଉଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରଭୁଙ୍କ ଏହି ଦୃର୍ଲ୍ଲଭ ବେଶକୁ ଦର୍ଶନ କରିବାପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଆଜିର ପାଳିଆପଣ୍ଡା ବେଣୁଧର ନନ୍ଦ,ପୂଜକପରିଷଦର ସମସ୍ତ କର୍ମକର୍ତା ଓ ମନ୍ଦିରପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ସମସ୍ତ ନୀତିକାର୍ଯ୍ୟ ସଂପାଦନ କରିଥିଲେ ।

0
0
0
s2sdefault