ଏନଏସି କର୍ମଚାରୀଙ୍କ ଦାଦାଗିରି :୨ ନାବାଳକଙ୍କୁ ରଡ଼ରେ ପିଟିଲେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି ଅଜୟ କୁମାର ବାଘ: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଏନ୍ଏସି କର୍ମଚାରୀଙ୍କ ଦାଦାଗିରି l ୨ ନାବାଳକଙ୍କୁ କର୍ମଚାରୀ ଜଣକ ରଡ଼ ରେ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି l ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି l ଲୋକେ ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ସମ୍ମୁଖରେ ଧାରଣା ଦେବା ପରେ ପୁଲିସ ଅଭିଯୁକ୍ତ ଏନ୍ଏସି କର୍ମଚାରୀ ଅଜୟ ସୁନାନିକୁ ଗିରଫ କରିଛି l କେଉଁ କାରଣରୁ ନାବାଳକଙ୍କୁ ମାଡ଼ ମାରିଲା ତାହା ଜଣାପଡ଼ିନାହିଁ l ଏହାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି l

ସୂଚନାନୁସାରେ ଏନ୍ଏସି ୯ ନମ୍ବର ୱାଡ କୁଣ୍ଡାପୋଷିର ୨ ନାବାଳକ ଘରବାହରେ କଥାବାର୍ତ୍ତା ହେଉଥିବା ସମୟରେ ଏନ୍ଏସିର କର୍ମଚାରୀ ଅଜୟ ପହଞ୍ଚି ସେମାନଙ୍କୁ ଏକ ଲୁହା ରଡ଼ ରେ ନିସ୍ତୁକ ମାଡ ମାରିଥିଲା l ଏଥିରେ ନାବାଳକ ଦୟ ଆହତ ହୋଇଛନ୍ତି l ଘଟଣାକୁ ନେଇ ଲୋକେ ଉତ୍ତ୍ୟକ୍ତ ହୋଇ ପ୍ରାୟ ୧୫୦ରୁ ଅଧିକ ମହିଳା ଓ ପୁରୁଷ କୁଚିଣ୍ଡା ଥାନାକୁ ପହଞ୍ଚି l ଏତଲା ଦେବା ସହ ଅଭିଯୁକ୍ତ କୁ ତୁରନ୍ତ ଗିରଫ ଦାବିରେ ଧାରଣା ଦେଇଥିଲେ l ଘଟଣା ସ୍ଥଳକୁ ଏ ଏସଡିପିଓ ରାଜକିଶୋର ମିଶ୍ର,ଥାନା ଆଇଆଇସି ପ୍ରକାଶ କର୍ଣ୍ଣ ପ୍ରମୁଖ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ l ପୁଲିସ ଅଭିଯୁକ୍ତ କୁ ଗିରଫ କରିବାର ପ୍ରତିଶ୍ରୁତି ଦେଲା ପରେ ଲୋକେ ଧାରଣରୁ ହଟିଥିଲେ l

0
0
0
s2sdefault