ହେଡଲାଇନସ୍:

ବିଜୁଏକ୍ସପ୍ରେସ ୱେ ମାତ୍ର ଦେଢ଼ ଶହ ମିଟର ଦୂର : କିନ୍ତୁ ରାସ୍ତାନାହିଁ ବୋଲିି ଚାଲିବାକୁ ପଡୁଛି ପାଞ୍ଚ କିଲୋମିଟର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ/ ହୋରଚାନ୍ଦ ଦେଉରିଆ:- ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ,  କିନ୍ତୁ ଯେଉଁ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ  ପୌରପାଳିକା ଅଞ୍ଚଳ ଠାବ କରାଯାଇଥିଲା ସେହିସମୟରେ ସୁନ୍ଦରଗଡ଼ ପୌରପାଳିକା ରେ ଛଅଟି ୱାର୍ଡ ଥିଲା ହେଲେ ଜିଲ୍ଲାର ବିକାଶ କୁ ଦେଖି ଏବେକାର ଦିନରେ  ତେଇସି ୱାର୍ଡ଼ ହେବାକୁ ଯାଉଛି | ବର୍ତ୍ତମାନ ପୌରପାଳିକା ରେ  ଉଣେଇଶ ୱାର୍ଡ଼ ଅଛି  କିଛି ୱାର୍ଡ଼ ରେ ଓଡିଶା ମୁନ୍ସୀପାଲଟି ଆକ୍ଟ ଅନୁଯାୟୀ ସମସ୍ତ ଅଧିକାର ଦିଆଯାଉଥିବା ବେଳେ ବାଉଁଶ ପଡ଼ା ଭଳିଆ ଏକ ଅଞ୍ଚଳ ଯାହା କି ୱାର୍ଡ଼ ନଂବର୍ ୧୩ ରେ ଅବସ୍ଥିତ କେବଳ  ଭୋଟ ଦେବା ସମୟରେ ନିଜକୁ ପୌରପାଳିକାର ଜନସାଧାରଣ   ଭଳିଆ ନିଜକୁ ଭାବିଥାନ୍ତି କିନ୍ତୁ  ଏହି ୱାଡ଼ର୍ ସମସ୍ତ ପରିବାର ରାଜ୍ୟ ସରକାରଙ୍କ ସୁବିଧା ରୁ ବଞ୍ଚିତ ଅଛନ୍ତି। ସାଧାରଣ ଲୋକ ଯଦି ସେହି ଅଞ୍ଚଳ କୁ କୌଣସି କାମ ପାଇଁ ଗଲେ ଏକ ଜଙ୍ଗଲ ରେ ବସୁଥିବା ଗ୍ରାମବାସୀ  ଭଳିଆ ଅନୁଭୂତି ହୋଇଥାଏ । ସେଟେଲମେଣ୍ଟ ସମୟରେ ଯେତେବେଳେ ଧନୀ ଓ ଚାଲାକ୍ ଲୋକ ମାନେ ନିଜର ଜବରଦଖଲ ଜମି ର ପଟ୍ଟା କରି ପକାଇଲେ ସେତେବେଳେ ଏଠାକାର ଓ ଏହି ସହରର ପ୍ରକୁତ ଆଦିବାସୀ ନିଜ ଜମିର ପଟ୍ଟା କରି ପାରିଲେ ନାହିଁ । ଓ ବାରମ୍ବାର ଏହି ଲୋକମାନଙ୍କୁ ପ୍ରଶାସନ ସହିତ ଜମି ମାଫିଆଙ୍କ  ଆକ୍ରୋଶର ଶିକାର ହେବାକୁ ପଡୁଛି । ଯାହାକୁ ନେଇ ପ୍ରଶାସନ ପାଖରେ ପଟ୍ଟାପ୍ରଦାନ ସହିତ ଏହି ପଡା ବାସୀଙ୍କୁ ଯୁବ ନେତା ଡାକ୍ତର ହିମାଂଶୁ ଶେଖର ଷଡ଼ଙ୍ଗୀ ଙ୍କ ସହଯୋଗ  ରେ ପଟ୍ଟାପ୍ରଦାନ ପାଇଁ ପ୍ରଶାସନ ସହିତ ଲଢ଼ିବାକୁ ପଡ଼ିଥିଲା । ଓ ଶେଷରେ ବାଧ୍ୟ ହୋଇ ପ୍ରଶାସନ ତାଙ୍କ ଜବରଦଖଲ ଜମିରୁ ତାଙ୍କୁ ଉଚ୍ଛେଦ କରି ପାରିନ ଥିଲା। ବର୍ତ୍ତମାନ ଯଦିଓ ଏହି ଅଞ୍ଚଳର ଲୋକମାନେ ନିଜକୁ ଓଡ଼ିଶା ଲ୍ୟାଣ୍ଡରାଇଟ୍ ଆକ୍ଟ୍ରେରେ ନିଜକୁ ସାମିଲ କରି ପାଇଛନ୍ତି , ପୌର ପାଲିକ ଓ ତହସିଲ୍ କାର୍ଯ୍ୟାଳୟର କଛପଗତିର କାର୍ଯ୍ୟକଳାପ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ  ବାଉଁଶ ପଡ଼ାର୍  ସାଧାରଣ ଜନତା ରାଜ୍ୟ ସରକାରଙ୍କ ପକ୍ଷରୁ ଜମିପଟ୍ଟା ଓ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଈ ପାରି ନାହାଁନ୍ତି। ସବୁଠୁ ବେଶି ଦୁଃଖର କଥା  ବାଉଁଶ ପଡ଼ା ରେ ୮୦ରୁ ଉର୍ଦ୍ଧ୍ବ ଗରିବ ଦଳିତ , ଆଦିବାସୀ ଓ ଅନ୍ୟାନ୍ୟ ବର୍ଗର୍ ଲୋକେ ବସବାସ କରୁଛନ୍ତି |  ବାଉଁଶ ପଡ଼ାଠୁ ବିଜୁ ଏକ୍ସପ୍ରେସୱ ବାଇପାସର ଦୂରତା ମାତ୍ର ଦେଢ଼ ଶହ ମିଟର  କିନ୍ତୁ  ତାଙ୍କୁ  ମୁଖ୍ୟ ରାସ୍ତାକୁ ଆସିବାକୁ ପାଞ୍ଚ କିଲୋ ମିଟର ଚାଳିବାକୁ ପଡୁଛି । ଯେହେତୁ ରାସ୍ତା ନାହିଁ ଆମ୍ବୁଲେନ୍ସ ମଧ୍ୟ ଯିବା ସମ୍ଭବ ହେଉନାହିଁ  ।ଏହି ଅଞ୍ଚଳ ରେ ଜନସ୍ବାସ୍ଥ୍ୟ ବିଭାଗକୁ ତାଗିଦ୍ କଲା ପରେ ଯଦିଓ ପାଇପ ଲାଇନ ସଂଯୋଗକରା ଯାଇଁଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏଥିରେ ପାଣି ଆସୁ ନାହି । ବିଦ୍ୟୁତିକରଣ ହୋଇ ଖମ୍ବପକା ହୋଇଛି କିନ୍ତୁ କୌଣସି ଠାରେ ଲାଇଟ ଜଳୁନାହିଁ କିମ୍ବା ଆଖି ମିଟିକା ମଧ୍ୟ ମାରୁନାହିଁ ,ସାଧାରଣ ଲୋକେ ହନ୍ତସନ୍ତ ହୋଇ ଜୀବନ ଅତିବାହିତ କରି ଆସୁଛନ୍ତି | ଏହିସବୁ ଅସୁବିଧା କୁନେଇ ଆଗରୁ ଅନେକଥର ଯୁବନେତା ଡ଼ଃ ହିମାଂଶୁ ଶେଖର ଷଡ଼ଙ୍ଗୀ  ଆଗରୁ  ଅନେକ ଥର ତତ୍କାଳୀନ ପୌର। ନିର୍ବାହୀ ଅଧିକାରୀ ଓ ଜଣ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଏହି ଅଞ୍ଚଳ କୁ ଆଣି ଏହାର ସମସ୍ତ ବିକାଶମୂଳକ କାର୍ଯ୍ଯ କରିବାକୁ ତାଗିଦ୍ କରିଥିଲେ। କିଛି ଗୁଡିଏ କାର୍ଯ୍ଯ ହୋଇ ଥିଲେ ମଧ୍ୟ ବର୍ତ୍ତମାନ ରାସ୍ତା ପାଇଁ ବହୁତ ଅସୁବିଧା ହେଉଥିବାରୁ ଆଜି ପୁଣି ଲୋକଙ୍କ ଅନୁରୋଧ କ୍ରମେ  ଡାକ୍ତର ଷଡ଼ଙ୍ଗୀ   ବାଉଁସପଡା କୁ ଲୋକଙ୍କ ଅନୁରୋଧ କ୍ରମେ ଯାଇଥିଲେ ଓ ପରେ ପୌର ନିର୍ବାହୀ ଅଧିକାରୀ  ସହିତ ଭିଡିଓକଳ କରି ଲୋକଙ୍କୁ ହେଉଥିବା ଅସୁବିଧା  ବିଷୟରେ ଚର୍ଚ୍ଚା କରିଥିଲେ ଓ ତାଙ୍କୁ ରାସ୍ତା ବିଷୟରେ କହିଥିଲେ। ଅତିଶୀଘ୍ର  ଏହି ଦିଗରେ ପଦକ୍ଷେପ ନେଲେ ଲୋକଙ୍କୁ ଢେଡ଼ଶହ ମିଟର ରାସ୍ତା ପାଇଁ ପାଞ୍ଚ କିଲୋିଟର ରାସ୍ତା ଚାଳିବାକୁ ପଡିବ ନାହିଁ ବୋଲି ହୃଦବୋଧ କରାଇଥିଲେ। ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ମିଶ୍ର ଏ ଦିଗରେ ଶୀଘ୍ର ପଦକ୍ଷେପ ନେବେ ଏବଂ ଏହି ଅଞ୍ଚଳର ସମସ୍ତ ମୌଳିକ ସୁବିଧା ଦିଗରେ କାମ କରିବେ ବୋଲି କହିଥିଲେ | କିନ୍ତୁ ବାରମ୍ବାର ପ୍ରଶାସନ ପାଖରେ ଗୁହାରି କଲେ ମଧ୍ୟ ସମସ୍ତ ସମୟରେ ଚୁପମାରି ବସି ପଡ଼ୁଥିବାରୁ ଡ଼ଃ ଷଡ଼ଙ୍ଗୀ ପଡ଼ା ବାସୀଙ୍କୁ କହିଛନ୍ତି ଯଦି ପ୍ରଶାସନ ଏଥର କର୍ଣ୍ଣପାତ ନକରେ ତାହେଲେ ଅଣ୍ଟାଭିଡ଼ି ରେଡିରୁହ ଆନ୍ଦୋଳନ କରିବା ପାଇଁ ବୋଲି କହିଛନ୍ତି |

0
0
0
s2sdefault