ହେଡଲାଇନସ୍:

ଦୁଇଦିନିଆ ୟୁଏଇ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଅନ୍ତରାଷ୍ଟ୍ରୀୟ ପେଟ୍ରୋଲିୟମ ପ୍ରଦର୍ଶନୀ ଏବଂ ସମ୍ମିଳନୀରେ ଯୋଗଦେବେ

 ଅନ୍ତର୍ଜାତୀୟ ଉର୍ଜା ସଂଗଠନର ମୁଖ୍ୟ ଏବଂ ବିଶ୍ୱ ତୈଳ ଓ ଗ୍ୟାସ କମ୍ପାନୀର ସିଇଓଙ୍କୁ ସାକ୍ଷାତ୍ କାର୍ଯ୍ୟକ୍ରମ

 ନୂଆଦିଲ୍ଲୀ/ ଭୁବନେଶ୍ୱର, ନଭେମ୍ବର ୧୦ – ନଭେମ୍ବର ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଦୁଇଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନଙ୍କ ସହ ଉଚ୍ଚସ୍ତରୀୟ ସରକାରୀ ଅଫିସର ମଣ୍ଡଳି ସହ ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳି ମଧ୍ୟ ମନ୍ତ୍ରୀଙ୍କ ସହ ଏହି ବିଦେଶ ଗସ୍ତରେ ସାମିଲ ଅଛନ୍ତି । ଶ୍ରୀ ପ୍ରଧାନ ୟୁଏଇ ମନ୍ତ୍ରୀ ଡ. ସୁଲତାନ ଅହମ୍ମଦ ଅଲ୍ ଜାବେରଙ୍କ ନିମନ୍ତ୍ରଣ କ୍ରମେ ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆବୁଧାବୀ ଅନ୍ତରାଷ୍ଟ୍ରୀୟ ପେଟ୍ରୋଲିୟମ ପ୍ରଦର୍ଶନୀ ଏବଂ ସମ୍ମିଳନୀ(ଆଡିପେକ୍)ରେ ଯୋଗଦେବେ । ଏହି ଦିନ ଏକ ମନ୍ତ୍ରୀସ୍ତରୀୟ ବୈଠକରେ ମଧ୍ୟ ଶ୍ରୀ ପ୍ରଧାନ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

ଶ୍ରୀ ପ୍ରଧାନ ଏବଂ ୟୁଏଇ ମନ୍ତ୍ରୀ ସୁଲତାନ ଅହମ୍ମଦ ଅଲ୍ ଜାବେର ଉଭୟ ଏଫଆଇପିଆଇ, ଡିଜିଏଚ ଏବଂ ସିଆଇଆଇ ଦ୍ୱାରା ସହଯୋଗରେ ଆୟୋଜିତ ଭାରତ ପ୍ୟାଭିଲିୟନକୁ ଉଦଘାଟନ କରିବେ । ଏହି ଅବସରରେ ଡିଜିଏଚ ପକ୍ଷରୁ ଭାରତର ଅନ୍ୱେଷଣ ଓ ଉତ୍ପାଦନ  ଏବଂ ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ପାଇଁ ଏକ ରୋଡ ସୋ’ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ୟୁଏଇର ଉର୍ଜା ଓ ଶିଳ୍ପ ମନ୍ତ୍ରୀ ଏବଂ ଡ. ସୁଲତାନ ଅହମ୍ମଦ ଅଲ୍ ଜାବେରଙ୍କୁ ଭେଟି ହାଇଡ୍ରୋକାର୍ବନ, ଇସ୍ପାତ୍ କ୍ଷେତ୍ର ସମ୍ବନ୍ଧରେ ଆଲୋଚନା କରିବା ସହ ଭାରତ ଏବଂ ୟୁଏଇ ମଧ୍ୟରେ ଚାଲୁଥିବା ସମସ୍ତ ବ୍ୟବସାୟିକ କାମ ଉପରେ ଚର୍ଚ୍ଚା କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଶ୍ରୀ ପ୍ରଧାନ ଆଡିପେକ୍ ୨୦୧୯ କାର୍ଯ୍ୟକ୍ରମ ଅଧୀନରେ ଯୋଗ ଦେଇଥିବା ଅନ୍ତର୍ଜାତୀୟ ଉର୍ଜା ସଂଗଠନର ମୁଖ୍ୟ ଏବଂ ବିଶ୍ୱ ତୈଳ ଓ ଗ୍ୟାସ କମ୍ପାନୀର ସିଇଓଙ୍କୁ ସାକ୍ଷାତ୍ କରିବାର କାର୍ଯ୍ୟକ୍ରମ ରହିଛି । ମଧ୍ୟପୂର୍ବ ଦେଶ ଗୁଡିକରେ ଇସ୍ପାତ୍ ଯୋଗାଣର ସମ୍ଭାବନା ଉପରେ ମଧ୍ୟ ଗୁରୁତ୍ୱାରୋପ କରିବେ ।

 

0
0
0
s2sdefault