ହେଡଲାଇନସ୍:

ଟେଣ୍ଡର ପ୍ରକ୍ରିୟାରେ ସରକାରୀ ଅବ୍ୟସ୍ଥାକୁ ନେଇ ବର୍ଷିଲେ ଠିକାଦାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସାଗର ପ୍ୟାଲେସ ସମ୍ମିଳନୀ କକ୍ଷରେ  ମୟୂରଭଞ୍ଜ ସରକାରୀ ଠିକାଦାର ସଙ୍ଘର ଉପଦେଷ୍ଟା ମୁରାରୀ ଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଙ୍ଘର କର୍ମକର୍ତ୍ତାମାନେ ସରକାରୀସ୍ତରରେ ଟେଣ୍ଡର ପ୍ରକ୍ରିୟାରେ ରହିଥିବା ବିଭିନ୍ନ ଅବ୍ୟବସ୍ଥା ଓ ତୃଟି ବିଚ୍ୟୁତି  ନେଇ ବର୍ଷିଥିଲେ । ମୟୂରଭଞ୍ଜ ସରକାରୀ ଠିକାଦାର ଆସୋସିଏସନର ସଭାପତି ପରେଶ ଚନ୍ଦ୍ର ମହାନ୍ତ ଗତ ନଭେମ୍ବର ୧ଠାରୁ ୨୦୧୪ରେ ସ୍ଥିରିକୃତ ସିଡ଼ୁ୍ୟଲ ରେଟକୁ ୨୦୧୯ରେ ବର୍ଦ୍ଧିତ ମୂଲ୍ୟ ଭିତ୍ତିରେ ପୁନଃ ଆକଳନ କରାଯିବା, ଭାରତ ସରକାରଙ୍କ ଷ୍ଟାଣ୍ଡାଡର଼୍ ଡ଼ାଟା ବୁକର ତୁରନ୍ତ ପ୍ରଚଳନ କରାଯିବା, ଭାରତ ସରକାରଙ୍କ ଟେଣ୍ଡର ନିୟମାବଳୀକୁ ତୁରନ୍ତ କାର୍ଯ୍ୟକାରୀ କରାଯିବା, ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ପ୍ରଚଳିତ ୧୪.୯୯ ଲେସ ପ୍ରଥା ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯିବା, ଉଚ୍ଚ ନ୍ୟାୟାଳୟ ଦ୍ୱାରା ବର୍ଦ୍ଧିତ ମୂଲ୍ୟ ସମ୍ପର୍କିତ ନିଦେ୍ର୍ଧଶନାମା ଅନୁସାରେ ଠିକାଦାରମାନଙ୍କୁ ପ୍ରାପ୍ୟ ପ୍ରଦାନ କରାଯିବା,  ଶ୍ରମିକମାନଙ୍କେ ମଜୁରୀର ଉଚିତ ନିର୍ଦ୍ଧାରଣ ସହ ଠିକାଦାରମାନଙ୍କୁ ତତ୍ସମ୍ପର୍କୀତ ପ୍ରାପ୍ୟ ପ୍ରଦାନ କରାଯିବା, ତେଲେଙ୍ଗାନା ସରକାରଙ୍କ ନୀତି ଅନୁଯାୟୀ ଜିଏସଟି ପାଇଁ ୧୦ ପ୍ରତିଶତ ଅଧିକ ପ୍ରାପ୍ୟ ପ୍ରଦାନ କରାଯିବା, କୌଣସି ବାହ୍ୟ ସର୍ତ୍ତ ବ୍ୟତୀତ କେବଳ ଲାଇସେନ୍ସ କ୍ଷମତା ଅନୁସାରେ କାର୍ଯ୍ୟାଦେଶ ପ୍ରଦାନ କରାଯିବା,  ପୂର୍ବ ବ୍ୟବସ୍ଥା ଅନୁସାରେ ବିଭିନ୍ନ ସଞ୍ଚୟ ପତ୍ର ମାଧ୍ୟମରେ ସିକୁ୍ୟରିଟି ପ୍ରଦାନ କରାଯିବା ଏବଂ ବ୍ୟବସ୍ଥା ନଥାଇ ନିର୍ମାଣ ସାମଗ୍ରୀ ପରିବହନ ସମୟରେ ଅନୁମତି ପତ୍ର ଏବଂ ରୟାଲିଟି ରସିଦ୍  ଦାଖଲ ନିଦେ୍ର୍ଧଶନାମାକୁ ତୁରନ୍ତ ପ୍ରତ୍ୟାହାର କରାଯିବା ଆଦି ୧୦ ଦଫା ଦାବି ପୂରଣ ନିମନ୍ତେ କାର୍ଯ୍ୟବନ୍ଦ ଆନେ୍ଦାଳନ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ସଙ୍ଗର ମୁଖପାତ୍ର ସତ୍ୟରଞ୍ଜନ ପଟ୍ଟନାୟକ ଠିକାଦାର ସଙ୍ଘ ପକ୍ଷରୁ ଆରମ୍ଭ ହୋଇଥିବା କାର୍ଯ୍ୟ ବନ୍ଦ ଆନେ୍ଦାଳନରେ ପ୍ରାୟ ୩ ହଜାରରୁ ଅଧିକ କାର୍ଯ୍ୟରତ ଠିକାଦାର ସାମିଲ ହୋଇଛନ୍ତି ।  ଫଳରେ ଜାତୀୟ ରାଜପଥ, ରାଜ୍ୟ ରାଜପଥ, ପ୍ରଧାନମନ୍ତ୍ରୀ ସଡ଼କ, ମୁଖ୍ୟମନ୍ତ୍ରୀ ସଡ଼କ, ବିଜୁ ସେତୁ, ସରକାରୀ କୋଠାବାଡ଼ି ଆଦି ବିଭିନ୍ନ ବିଭାଗରେ ପ୍ରାୟ ଜିଲ୍ଲାରେ ୩ ଶହ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ବନ୍ଦ ହୋଇ ଯାଇଥିବା ବେଳେ ଏହା ଉପରେ ପରୋକ୍ଷ ଏବଂ ପ୍ରତ୍ୟକ୍ଷରେ ନିର୍ଭର କରୁଥିବା ଲକ୍ଷାଧିକ ପରିବାରକୁ ପ୍ରଭାବିତ କରାଇଛି । ତଥାପି ସରକାରଙ୍କ ନିଦ୍ରା ଭଙ୍ଗ ହେଉନଥିବାରୁ  ନଭେମ୍ବର ୧୧ ସୋମବାର ପୂର୍ବାହ୍ନ ୧୧ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ  ଓ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟକୁ ଘେରାଓ କରାଯିବ । ପରବର୍ତ୍ତି ସମୟରେ ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ଆନେ୍ଦାଳନ କରାଯାଇ କାର୍ଯ୍ୟାଳୟର କାମକାର୍ଯ୍ୟକୁ ଅଚଳ କରାଯିବ ବୋଲି ଆସୋସିଏସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବାର ସୂଚନା ଦେଇଥିଲେ ।  ସେହିପରି କାର୍ଯ୍ୟକ୍ରମରେ ପୌରହିତ୍ୟ କରୁଥିବା ଉପଦେଷ୍ଟା ଶ୍ରୀଶର୍ମା ମାଟି, ମୋରମ ଉପରେ ରୟାଲିଟି କଟାଯାଉଥିବାରୁ ତାହାକୁ ତୀବ୍ର ବିରୋଧ କରିଥିଲେ । ବ୍ୟକ୍ତିଗତ ଟିକଟଭୁକ୍ତ ଜମି , ପୋଖରୀ ଆଦିରୁ ଠିକାଦାର ମାଟି ଉତ୍ତୋଳନ କରି ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ସରକାର ଏହି କ୍ରୟ ବାବଦରେ ବିଲ ମାଗିବା ଦୁର୍ଭାଗ୍ୟ ଜନକ । ସରକାରୀ ପଥର ଖାଦାନର ଅଭାବ ରହିଥିବାରୁ ନିର୍ମାଣ କାର୍ଯ୍ୟ ନିମନ୍ତେ ବେସରକାରୀ ସୂତ୍ରରୁ ମେଟାଲ, ଚିପସ ଆଦି ସଂଗ୍ରହ କରି ନିର୍ମାଣ କାର୍ଯ୍ୟ ଚାଲୁ ରଖିବାକୁ ପଡ଼ୁଥିବା ସମୟରେ ସରକାରୀ ବ୍ୟବସ୍ଥାରେ ୧୦୦ ପ୍ରତିଶତ ରୟାଲିଟି କଟାଯାଉଛି , କିନ୍ତୁ କଟାଯାଉଥିବା ରୟାଲିଟିର ରସିଦ ଦେଉନାହାନ୍ତି । ଠିକାଦାରମାନେ ନିର୍ମାଣ ସମୟରେ କଞ୍ଚାମାଲ ବାଲି, ମୋରମ ଆଦି ଟ୍ରାକ୍ଟରରେ ପରିବହନ କରୁଥିବା ବେଳେ ପ୍ରଶାସନ ଟ୍ରକ୍ଟରକୁ ଧରି ଲକ୍ଷାଧିକ ଟଙ୍କା ଫାଇନ କାଟୁଛି ।  ଫଳରେ ଠିକାଦାରଙ୍କୁ ଲାଭ ବଦଳରେ କ୍ଷତି ପହଁଞ୍ଚାଉଛି ବୋଲି ଶ୍ରୀଶର୍ମା ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ କୁମାର ପାତ୍ର, ସଞ୍ଜୟ ଅଗ୍ରୱାଲା, ସନ୍ତୋଷ ଖଣ୍ଡେଲୱାଲ, ତରୁଣ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ନନ୍ଦ କିଶୋର, ସୁବାଷ ଚନ୍ଦ୍ର ମଣ୍ଡଳ, ଶିବ ଶଙ୍କର ସାହୁ, ମହେନ୍ଦ୍ର ସିଂ, ଅରୁଣ ସରକାର, ମଙ୍ଗଳ ଭୌମିକ, ସୁଦାମ ଗିରି, ସଜଲ ମୌଲିକ, ସତ୍ୟେନ୍ଦ୍ର ପ୍ରସାଦ, ଶଙ୍କର କର, ପ୍ରିୟବ୍ରତ ଦାସ, ସ୍ୱରୂପ ମହାପାତ୍ର, ତାପସ ସାହୁ, ରବୀନ୍ଦ୍ର ପାଢ଼ୀ, ତ୍ରିଲୋଚନ ଗିରି, ସନ୍ତୋଷ ସାହୁ, ଗୋବିନ୍ଦ ସାହୁ, ଅମର ପଟ୍ଟନାୟକ, ରଞ୍ଜିତ ସାହୁ, ସୁବ୍ରତ ପାତ୍ର, ସନ୍ଦୀପ ପତି, ଅଶୋକ ବେହେରା, ଶ୍ରବଣ ଗୋପ, ରାଜୀବ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । 

 

 

0
0
0
s2sdefault