ହେଡଲାଇନସ୍:

"ସୁପ୍ରିମକୋର୍ଟଙ୍କ ରାୟ କୋଟି କୋଟି ରାମଭକ୍ତଙ୍କ ଆଖିର ଲୁହକୁ ପୋଛିବାରେ ସହାୟକ ହେବ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଉରକେଲା- ଗତକାଲି ମାନ୍ୟବର ସୁପ୍ରିମକୋର୍ଟ ବହୁ ଚର୍ଚିତ ଅଯୋଧ୍ୟା ରାମ ଜନ୍ମଭୂମି ମାମଲାରେ ନିଜ ରାୟ ପ୍ରକାଶିତ କରିଥିବା ବେଳେ ବିବାଦୀୟ ଜମିକୁ ରାମଲାଳାଙ୍କୁ ପ୍ରଦାନ କରିଛନ୍ତି | ସୁପ୍ରିମକୋର୍ଟଙ୍କ ଏଭଳି ଆଭିମୁଖ୍ୟ ପରେ ଦୀର୍ଘ 70 ବର୍ଷଧରି ଚାଲି ଆସିଥିବା ବିବାଦର ଅବସାନ ଘଟିଥିବା ବେଳେ ଶ୍ରୀରାମଙ୍କ ଜନ୍ମସ୍ଥାନରେ ଭବ୍ୟ ମନ୍ଦିର ନିର୍ମାଣର ରାସ୍ତା ପ୍ରଶସ୍ତ ହୋଇଛି | ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଦେଶର ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବା ବେଳେ ସୁପ୍ରିମକୋର୍ଟଙ୍କ ଏହି ରାୟ କୋଟି କୋଟି ରାମଭକ୍ତଙ୍କ ଆଖିର ଲୁହକୁ ପୋଛିବାରେ ସହାୟକ ହେବ ବୋଲି କହିଛନ୍ତି ବିଶ୍ୱହିନ୍ଦୁ ପରିଷଦର ପଶ୍ଚିମ ଓଡିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ | ଏହି ପରୀପ୍ରେଖିରେ ବିଶ୍ୱହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା ଶ୍ରୀ କୁସୁମ ଏକ ବିସ୍ତୃତ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ପ୍ରଭୁ ଶ୍ରୀରାମ ଏଦେଶର କୋଟି କୋଟି ରାମଭକ୍ତଙ୍କ ଆସ୍ଥା ଓ ଆବେଗର କେନ୍ଦ୍ର ହୋଇଥିଲେ ମଧ୍ୟ ଶ୍ରୀରାମଙ୍କ ଜନ୍ମସ୍ଥାନକୁ ପ୍ରମାଣିତ କରିବା ପାଇଁ ରାମଭକ୍ତ ମାନଙ୍କୁ ଯେତିକି ସଂଘର୍ଷ କରିବାକୁ ପଡିଛି ଓ ବଳିଦାନ ଦେବାକୁ ପଡିଛି ତାହା ସ୍ୱାଧୀନତା ସଂଗ୍ରାମକୁ ମଧ୍ୟ ବଳିପଡିବ | 1528 ମସିହାରୁ 2019 ମଧ୍ୟରେ ରାମ ଜନ୍ମଭୂମିର ଉଦ୍ଧାର ନିମନ୍ତେ 73 ଥର ସଂଘର୍ଷ ହୋଇଥିବା ବେଳେ 256478 ଜଣ ରାମଭକ୍ତ ନିଜ ପ୍ରାଣବଳି ଦେଇଛନ୍ତି | କେବଳ ସ୍ୱାଧୀନୋତର ଭାରତରେ 5000 ରୁ ଉର୍ଦ୍ଧ ରାମଭକ୍ତଙ୍କ ନିଜର ପ୍ରାଣବଳି ଦେଇଛନ୍ତି | କୋଟି କୋଟି ହୃଦୟର ଆରାଧ୍ୟ ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନର ଉଦ୍ଧାର ପାଇଁ ହୋଇଥିବା ସଂଘର୍ଷରେ କେତେ ଯେ ମାଆର କୋଳ ଖାଲି ହୋଇଯାଇଛି, କେତେଯେ ମଥାରୁ ସିନ୍ଦୁର ଲିଭିଯାଇଛି ତାହାର ସଠିକ ଆକଳନ କରିବା ସମ୍ଭବ ନୁହେଁ | ହେଲେ ଏତେ ସଂଘର୍ଷ, ଏତେ ବଳିଦାନ ପରେବି ଶ୍ରୀରାମଙ୍କ ଜନ୍ମସ୍ଥାନରେ ମନ୍ଦିର ନିର୍ମାଣ ଏକ ଦିବାସ୍ବପ୍ନ ହୋଇ ରହିଯାଇଥିଲା | ସ୍ୱାଧୀନତା ପ୍ରାପ୍ତି ପରେ ଦୀର୍ଘ 70 ବର୍ଷ ଧରି ନ୍ୟାୟାଳୟଙ୍କ ସମୁଖରେ ଶ୍ରୀରାମଙ୍କ ପ୍ରମାଣ ଦେଇ ଦେଇ ଏକପ୍ରକାର ନିରାଶ ହୋଇଯାଇଥିଲେ | କେବଳ ପ୍ରଭୁ ଶ୍ରୀରାମଙ୍କୁ ମନେ ପକାଇ ଆଖିରୁ ଲୁହ ନିଗାଡିବା ବ୍ୟତୀତ ରାମଭକ୍ତଙ୍କ ପାଖରେ ଆଉ କୌଣସି ବିକଳ୍ପ ନଥିଲା | ଯେଉଁ ଦେଶରେ ରାଷ୍ଟ୍ରୀୟ ଉତ୍ସବରେ "ରାମଧୂନ" ବୋଲାଯାଏ, ସେ ଦେଶର ନ୍ୟାୟାଳୟରେ ରାମଙ୍କ ପ୍ରମାଣ ମାଗି ମାଗି ରାମଭକ୍ତ ମାନଙ୍କ ଆବେଗକୁ ଯେତିକି କୁଠାରଘାତ କରାଯାଇଛି ସେଇ କଷ୍ଟକୁ ଭାଷାରେ ପ୍ରକାଶ କରିବା ସମ୍ଭବ ନୁହେଁ ବୋଲି କୁସୁମ କହିଛନ୍ତି | ହେଲେ ଯାହାବି ହେଉ ବିଳମ୍ବରେ ହେଲେ ମଧ୍ୟ ମାନ୍ୟବର ସୁପ୍ରିମକୋର୍ଟ କୋଟି କୋଟି ରାମଭକ୍ତଙ୍କ ହୃଦୟର ଆବେଗ ଓ ବେଦନାକୁ ହୃଦୟଙ୍ଗମ କରିଛନ୍ତି ଏବଂ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣର ରାସ୍ତାକୁ ପ୍ରଶସ୍ତ କରିଛନ୍ତି | ତେଣୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ଅଟେ ବୋଲି କୁସୁମ କହିଥିବା ବେଳେ କୋର୍ଟଙ୍କ ଏହି ରାୟ କୋଟି କୋଟି ରାମଭକ୍ତଙ୍କ ଆଖିର ଲୁହକୁ ପୋଛିବାରେ ସହାୟକ ହେବବୋଲି କହିଛନ୍ତି | ତାସହିତ ରାମଲାଳାଙ୍କ ପକ୍ଷରୁ ମାମଲା ଲଢ଼ିଥିବା 92 ବର୍ଷୀୟ ଆଇନଜୀବୀ କେ.ପରାସରନଙ୍କୁ ଶ୍ରୀ କୁସୁମ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି |

0
0
0
s2sdefault