ହେଡଲାଇନସ୍:

ଅଗାଡିଆ ରାଜାକୁ ପାଳ ବିଣ୍ଡା ମନ୍ତ୍ରୀ......

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 କି ବେଳରେ ନିଷ୍ପତ୍ତି ହୋଇଥିଲା କେଜାଣି  ବିବାଦ ସୁଇମିଂ ପୋଲର ପିଛା ଛାଡ଼ୁନି 

ବାରିପଦା(ଦିଲ୍ଲୀପ ମହାନ୍ତି )-   ବାରିପଦା ପୌରପରିଷଦ ଅଧୀନରେ ଥିବା ଦେବେନ୍ଦ୍ରପୁରସ୍ଥିତ ନବ ନିର୍ମିତ ସୁଇମିଂ ପୋଲର ବିବାଦ ପିଛା ଛାଡ଼ିବାର ନାମ ଧରୁନାହିଁ । ମୁଖ୍ୟମନ୍ତ୍ରୀ ନବୀନ ଶାସନ ବ୍ୟବସ୍ଥାକୁ ଅଧିକ ସଶକ୍ତିକରଣ, କ୍ରିୟାଶୀଳ , ସ୍ୱଚ୍ଛ  ଓ ଲୋକାଭିମୁଖୀ କରାଇବାର ମହତ୍ ଉଦ୍ଦେଶ୍ୟ  ନେଇ ପ୍ରଯୁକ୍ତି ବିଦ୍ୟା, ସମ୍ମଳିତ ଉଦ୍ୟମ, ସ୍ୱଚ୍ଛତା, ସମୟାନୁବର୍ତ୍ତୀତା ଓ ପରିବର୍ତ୍ତନ  ଆଦିକୁ ନେଇ ୫ ଟି ଓ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଥିବା ସମୟରେ ଶାସନ ବ୍ୟବସ୍ଥାରେ ପ୍ରଶାସକ ମାନଙ୍କର ଅଧିକ ପ୍ରଭାବ ପ୍ରତିଫଳିତ ହେଉଥିବାରୁ ସଫଳତାକୁ ନେଇ ପ୍ରଶ୍ନବାଚୀ ଦେଖାଦେଇଛି । ପ୍ରଶାସକମାନେ ଆଇନ ବ୍ୟବସ୍ଥାକୁ ଅଣଦେଖା ପ୍ରଦର୍ଶନ ପୂର୍ବକ ମେରୀ ରାୟ ନୀତିକୁ ଆପଣେଇବା ଫଳରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେଉଛି । ଫଳରେ ସରକାରକୁ ଅଯଥାରେ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏହିଭଳି ପରିସ୍ଥିତି ଦେଖାଦେଇଛି ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମାସ୍ଥିତ ସୁଇମିଂ ପୁଲର ନିର୍ମାଣକୁ କେନ୍ଦ୍ର କରି । ଉକ୍ତ ସୁଇମିଂ ପୁଲ  ଶ୍ମଶାନ , ଜଙ୍ଗଲ ଓ ଆବାଦ କିସମ   ଅନାବାଦ ଆଦି ଜମି ଉପରେ ନିର୍ମାଣ କରାଯାଇଥିବା ବିଷୟକୁ ନେଇ ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି । ପ୍ଲଟ ନଂ ୧୦୭୬ , ପ୍ରଜାର ନାମ -ସର୍ବସାଧାରଣ, କିସମ – ଶ୍ମଶାନରୁ ସିଂହ ଭାଗ ଜମି ସୁଇମିଂ ପୋଲ ପରିସର ମଧ୍ୟରେ ରହିଛି ବୋଲି ଜନସାଧାରଣ ପକ୍ଷରୁ ଅଭିଯୋଗ ହେଉଥିବା ସମୟରେ ବାରିପଦା ପୌରପରିଷଦ ପକ୍ଷରୁ  ଆବାଦଯୋଗ୍ୟ ଅନାବାଦ କିସମ ଜମି ଉପରେ ଶ୍ମଶାନ ନିର୍ମାଣ କରିବା, ଶ୍ମଶାନ ଓ ଶ୍ମଶାନ ପୋଖରୀକୁ  ଯିବା ନିମନ୍ତେ ରାସ୍ତାର ସୁବିଧା ନଥିବା ସହ ରାଧାକୃଷ୍ଣ ବିଶ୍ୱାଳଙ୍କ ପ୍ଲଟ ନଂ ୧୯୮୨, ୧୦୮୦ , ଏରିଆ ଏ୦.୪୫୦ ଡେସିମିଲ ବ୍ୟକ୍ତିଗତ ଟିକଟ  ଭୁକ୍ତ ସମ୍ପତ୍ତିରୁ କିଛି ଅଂଶକୁ ପୌରପରିଷଦ ବଳପୂର୍ବକ ଜବର ଦଖଲ କରିବା ଏବଂ ଏହାକୁ ନେଇ  ଶ୍ରୀବିଶ୍ୱାଳ ଘରେ ଅନୁପସ୍ଥିତ ଥିବାରୁ ତାଙ୍କ ସ୍ତ୍ରୀ ବୀଣାପାଣି ବିଶ୍ୱାଳଙ୍କ ପକ୍ଷରୁ ବାରିପଦା ପୌରପରିଷଦରେ ପ୍ରତିବାଦ ଜଣାଇବା ଆଦି ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି ।    

                    ଜିଲ୍ଲାରେ ସ୍ପୋର୍ଟସ କମ୍ପେ୍ଲକ୍ସ ପ୍ରତିଷ୍ଠା  କବି ଯଦୁ ମଣିଙ୍କ ଚଉପଦୀ “ଛାମୁ ଯାହା ଦେବେ ହରସେ . . . . . ”ରେ ପରିଣତ ହେଲା । ଫୁଟବଲ ଏକାଡେ଼ମୀ  ପ୍ରତିଷ୍ଠାର ପଦ୍ମ  ଘୁଞ୍ଚି ଘୁଞ୍ଚି ଶେଷରେ ପାଣିରେ ଲୀନ ହୋଇ ଗଲା । ବାରିପଦାଠାରେ ଫୁଟବଲ ଏକାଡେମୀ  ପ୍ରତିଷ୍ଠା କରା ନ ଯାଇ  ସୁଇମିଂ ପୋଲ ଓ ସ୍ପୋର୍ଟସ୍ କମ୍ପେ୍ଲକ୍ସ ହେଉଥିବାର ଜଣାପଡ଼ିଥିଲା । ପ୍ରକାଶ ଥାଉକି, ରାଜ୍ୟ କ୍ରୀଡ଼ା ବିଭାଗର ପତ୍ର ନଂ.୯୦୮୬/ଏସଓଆୟଏସ-ତାରିଖ ୧୦/୧୦/୨୦୧୨ରେ ମୟୂରଭଞରେ ଫୁଟବଲ ଏକାଡେମୀ  ପ୍ରତିଷ୍ଠା କରାଯିବା ନିମନ୍ତେ ଆନୁସଂଗିକ ସୁବିଧା ସୁଯୋଗର ବ୍ୟବସ୍ଥା ଯୋଗାଇ ଦେବା ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ନିକଟକୁ ଏକ ପତ୍ର ମାଧ୍ୟମରେ ନିର୍ଦ୍ଦେଶ  ଆସିଥିଲା । ଏହା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ରହିଥିବା କ୍ରୀଡ଼ା ବିଭାଗର ଭିତ୍ତିଭୂମି ସହିତ ଲକ୍ଷ୍ମୀପୋଷି ନିକଟରେ ୨୨ ଏକର ସରକାରୀ ଜମିକୁ  ଚିହ୍ନଟ କରାଯାଇ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗକୁ ଜଣାଇ ଦିଆଯିବା ସଂଗେସଂଗେ ଆରଡ଼ିସିଙ୍କୁ ସମସ୍ତ କାଗଜ ପତ୍ର ହସ୍ତାନ୍ତର କରାଯାଇଥିଲା ବୋଲି ତତ୍କାଳୀନ  କ୍ରୀଡ଼ା ଅଧିକାରୀ ସନାତନ ସାହୁ ପ୍ରକାଶ କରିଥିବା ସମୟରେ ମୟୂରଭଞ୍ଜ ଜିଲାରେ ସୁଇମିଂ ପୁଲ  ଓ ସ୍ପୋର୍ଟସ୍ କମ୍ପେ୍ଲକ୍ସ ନିର୍ମାଣ ନିମନ୍ତେ ଯେଉଁ ଜମି ଯୋଗାଇ ଦିଆଯାଇଥିଲା, ତାହାକୁ ନେଇ ଆରଡ଼ିସି ଓ ଠିକାଦାରୀ ସଂସ୍ଥା ଅସନ୍ତୋଷ ପ୍ରକାଶ କରିଛି । ସ୍ପୋର୍ଟସ କମ୍ପ୍ଲେକ୍ସ  ନିମନ୍ତେ ଲକ୍ଷ୍ମୀପୋଷୀଠାରେ ଯେଉଁ ଜମି ଯୋଗାଇ ଦିଆଯାଇଥିଲା ତା ମଧ୍ୟରେ ଏକ ଜଙ୍ଗଲ କିସମ ଜମି ରହିଯାଇଥିବାରୁ ଆରଡ଼ିସି ଏହା ଉପରେ ଅବଜେକ୍ସନ କରିଛି । ସେହିପରି ସୁଇମିଂ ପୋଲ ନିର୍ମାଣ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ଘୋଡ଼ାଶାଳ ବନ୍ଧ ଯୋଗାଇ ଦିଆଯାଇଥିଲା ତାହା ଉପଯୁକ୍ତ ସ୍ଥାନ ନୁହେଁ ବୋଲି ନିର୍ମାଣକାରୀ ସଂସ୍ଥା ଇଡ଼କୋ କହିଛି । ଜିଲାପାଳ ମଧ୍ୟ ସ୍ପଟ୍ ତଦାରଖ କରିଛନ୍ତି, ବର୍ତ୍ତମାନ ଜମି ଖୋଜା ଚାଲିଛି । ଯେତେ ଶୀଘ୍ର ଜମି ଯୋଗାଇ ଦିଆଯାଇ ପାରିବ ସେତିକି ଶୀଘ୍ର କାର୍ଯ୍ୟ ଆଗକୁ ଆଗେଇପାରିବ ବୋଲି ପୂର୍ବତନ କ୍ରୀଡ଼ା ଅଧିକାରୀ ପ୍ରଦୀପ ବେହେରା କହିଥିଲେ । ଏହାପରେ ପରେ ଲକ୍ଷ୍ମୀପୋଷିଠାରେ ସୁଇମିଂ ପୋଲର ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଥିଲେ ମଧ୍ୟ ତାହା ଶୁଭ ଉଦଘାଟନ ଅପେକ୍ଷାରେ ରହିଛି । କିନ୍ତୁ, ଉକ୍ତ ସୁଇମିଂ ପୋଲ ଯେଉଁ ଜମି ଉପରେ ମୁଣ୍ଡଟେକି ଛିଡ଼ା ହୋଇଛି, ତାକୁ ନେଇ ବିବାଦ ଦେଖାଦେଇଛି । ସୁଇମିଂ ପୋଲ ନିର୍ମାଣରେ ଜଙ୍ଗଲ ଓ ଶ୍ମଶାନ କିସମ ଜମିକୁ ବ୍ୟବହାର କରାଯାଇଛି ବୋଲି ଜନସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡ଼ିବା ପରେ ସତ୍ୟାସତ୍ୟ ଘଟଣା ଜଣିବା ନିମନ୍ତେ ମୟୂରଭଞ୍ଜ ଜିଲ୍ଲା କ୍ରୀଡ଼ା ଅଧିକାରୀ ଦାୟିତ୍ୱରେ ଥିବା ଅବସର ପ୍ରାପ୍ତ  କୋଚ ଭୂଜବଳ ମହାପାତ୍ରଙ୍କୁ ତାଙ୍କର ସେଲ ନମ୍ବର ୭୦୦୮୬୯୩୫୪୯ରେ ଯୋଗାଯୋଗ କରିବାରୁ ସେ ପଚାରି କହୁଛି କହି ଅନ୍ୟ ଜଣଙ୍କୁ ଫୋନ ଧାରାଇ ଦେଇଥିଲେ ଏବଂ ଫୋନ ଧରିଥିବା ବ୍ୟକ୍ତି କୌଣସି ଶ୍ମଶାନ ଓ ଜଙ୍ଗଲ କିସମ ଜମି ଉପରେ ସୁଇମିଂ ପୋଲ ନିର୍ମାଣ କରାଯାଇନାହିଁ ବୋଲି କହିବା ସହ ଆରଆଇ-୩ ଜମି ଚିହ୍ନଟ କରାଇବା ନିର୍ମାଣ କରାଯାଇଛି ବୋଲି କହିବାରୁ  କେଉଁ କେଉଁ ପ୍ଲଟ ଓ କିସମର ଜମି ଉପରେ ସୁଇମିଂ ପୋଲ ନିର୍ମାଣ ହୋଇଛି ପ୍ରଶ୍ନର ଉତ୍ତରରେ ଫାଇଲ ଦେଖି ଜଣାଇବେ ବୋଲି ଉତ୍ତର ଦେଇଥିଲେ । ସେହିପରି ସୁଇମିଂ ପୋଲ କେଉଁ କେଉଁ ପ୍ଲଟ ଓ କିସମ ଉପରେ ନିର୍ମାଣ ହୋଇଛି ସେ ସମ୍ପର୍କରେ ସୂଚନା ସଂଗ୍ରହ ନିମନ୍ତେ ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନ କାର୍ଯ୍ୟାଳୟ ପ୍ରକୋଷ୍ଟରେ ଉପଲବ୍ଧ ନଥିବାରୁ ତାଙ୍କ ମୋବାଇଲ ନମ୍ବର ୬୩୭୦୮୯୨୯୯୨ ରେ ଯୋଗାଯୋଗ ଉଦ୍ୟମ କରିଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ । ସେହିପରି ବାରିପଦା ପୌରପରିଷଦ ନିର୍ବାହୀ ଅଧିକାରୀ ସରୋଜ କୁମାର ଦାଶ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଥିବାରୁ ତାଙ୍କ ସେଲ ନଂ ୯୪୩୭୦୩୪୧୮୪ରେ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ । ଏହା ଉପରେ ଆଇନଜୀବୀ ଅରବିନ୍ଦ ଦାସ ଯଦି ସଂରକ୍ଷିତ ଜମି ଉପରେ ସୁଇମିଂ ପୋଲ ନିର୍ମାଣ ହୋଇଥାଏ ତେବେ ତାହା ଆଇନର ବିରୋଦ୍ଧାଚରଣ ବୋଲି କହିଥିଲେ । ସେହିପରି ଶ୍ମଶାନ କିସମ ଜମି ଉପରେ କୌଣସି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବିଧିବଦ୍ଧ ଓ ଆଇନଗତ ଭାବେ କିସମରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ଯଦି ପ୍ରଶାସନ ଏଦିଗରେ ରହିଥିବା ନିଦ୍ଧିଷ୍ଟ ଆଇନଗତ ନିୟମ କାନୁନକୁ ଅଣଦେଖା ପ୍ରଦର୍ଶନ କରି ନିର୍ମାଣ କରିଥିବେ,  ତାହା ଏକ ଅପରାଧ ବିବେଚନା କରାଯିବ ବୋଲି ମତ ପ୍ରକାଶ କରିଥିଲେ । 

0
0
0
s2sdefault