ହେଡଲାଇନସ୍:

ପଦ୍ମପୁରରେ ମହମ୍ମଦ ଜୟନ୍ତୀ ପାଳିତ  ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- ବରବଡ ଜିଲ୍ଲା ପଦ୍ମପୁର ସହରରେ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ଉସôବ ଇଦ ମିଲାଦ ଉନ ନବି ମହାସମାରୋହରେ ପାଳିତ ହୋଇଯାଇଛି  । ଏହି ଅବସରରେ ପଦ୍ମପୁର ସୁନ୍ନି ସମାଜ ତରଫରୁ ସକାଳୁ ଏକ ରା୍ୟାଲି ବାହାରି ସହର ପରିକ୍ରମା କରିଥିଲା ଏବଂ  ପରେ ସ୍ଥାନୀୟ ମସଜିଦ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ , ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରିହା ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ ସମସ୍ତଙ୍କୁ ଇଦ ପର୍ବର ଶୁଭକାମନା ଜଣାଇଥିଲେ  । ଏହି ଅବସରରେ ମୁସଲିମ ଯୁବକମାନେ ମସଜିଦ ପରିସରରେ ଏକ ରକ୍ତଦାନ ଶିବିରର ଆୟୋଜନ କରି ଭାଇ·ରାର ବାର୍ତା ପ୍ରଦାନ କରିଥିଲେ  ।

ତାଜ କମିଟିର ହାଜି ନୱାଜ, ,ହାଜି ନାଜିର, ମହମ୍ମଦ ଇରଫାନ ,ଗୁଲାମ ଗଉସ ,ଆଶ୍ଫିୟା  ଖାନ ,ହାଜି  ମାଜିଦ, ମହମ୍ମଦ ନିଜ଼ାମ ,ମହମ୍ମଦ ଶୋଏବ ,ମହମ୍ମଦ ଫୁରକନ ,ମହମ୍ମଦ ଇସତିଆକ ,ମହମ୍ମଦ  ସୁଲେମାନ ,ମହମ୍ମଦ ମୁଜାହିଦ, ମହସୀନ ଖାନ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ |

0
0
0
s2sdefault