ହେଡଲାଇନସ୍:

ନୂଆଦିଲ୍ଲୀରେ ଓଡ଼ିଆ ମହାମଞ୍ଚ ପକ୍ଷରୁ ଶ୍ରେଷ୍ଠ ମନ୍ତ୍ରୀ ପ୍ରତାପଙ୍କୁ  ଭବ୍ୟ ସମ୍ବର୍ଧନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ନୂଆଦିଲ୍ଲୀ (ଏସପିବି )ପଞ୍ଚାୟତରାଜ ଓ ପାନୀୟଜଳ,ଆଇନ, ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମିଳିଛି ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର। ଫେମ୍ ଇଣ୍ଡିଆ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ଏକ ଭବ୍ୟସମାରୋହରେ କେନ୍ଦ୍ର ଦକ୍ଷତା ବିକାଶ ଓ ଔଦ୍ୟୋଗିକ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେଙ୍କ ନିକଟରୁ ପୁରସ୍କାର ଗ୍ରହଣ କରିଛନ୍ତି ପ୍ରତାପ ଜେନା।  ଆଉ ଏ ସଫଳତା ପାଇଁ ନୂଆଦିଲ୍ଲୀରେ ଓଡ଼ିଆ ମହାମଞ୍ଚ ପକ୍ଷରୁ ଦିଆ ଯାଇଛି ଭବ୍ୟ ସମ୍ବର୍ଧନା | ବିଜ୍ଞାନ  ଭବନରେ ଏ ପୁରସ୍କାର ପାଇବା ପରେ ଆୟୋଯିତ ଏକ ସ୍ୱତନ୍ତ ସମ୍ବର୍ଧନା କାର୍ଯ୍ୟକ୍ରମରେ ଭୂମିପୁତ୍ର ବିଜୁ ପଟ୍ଟନାୟକ ମେମୋରିଆଲ ଫାଉଣ୍ଡେସନ ପକ୍ଷରୁ ମହେଶ୍ୱର ବେହୁରିଆ, ଦିଲ୍ଲୀ ଓଡିଶା ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ କିଶୋର ଦ୍ବିବେଦୀ,ଉତ୍କଳ ଦୁର୍ଗାପୂଜା କମିଟି ପକ୍ଷରୁ ସମରେନ୍ଦ୍ର ନାଗ, ବିଜୁ ଛାତ୍ର ଜନତା ଦଳ ଦିଲ୍ଲୀ ୟୁନିଟ ପକ୍ଷରୁ ଉମେଶ ସାହୁ, ବାଳ ଜାଗୃତି ଆସୋସିଏସନ ପକ୍ଷରୁ ସୁଜିତ ବିଶ୍ୱାଳ,କ୍ଳାସ ପକ୍ଷରୁ ସୁମନ୍ତ ସାହୁ -ଦେବେନ୍ଦ୍ର ସାହୁ, ଆଦି ଉତ୍କଳ ସମାଜ ପକ୍ଷରୁ ଅଭିମନ୍ୟୁ ସାହାଣୀ, ସାର୍ବଜନୀନ କଳିଙ୍ଗ ଆସୋସିଏସନ ପକ୍ଷରୁ ପ୍ରଣବ ପଣ୍ଡା, ଜଗନ୍ନାଥ ଏକତା ସଙ୍ଘ ପକ୍ଷରୁ ଅତନୁ ଦାଶ, ଓଡ଼ିଆ ନୋଇଡା ସମାଜ ନିରଞ୍ଜନ ରାଉତ, ଆଖଣ୍ଡଳମଣି ସେବା ସମିତି ସୁଜନ ସାହୁ, ତାରିଣୀ ଗ୍ରୁପ ଭଜନପୁରା ପକ୍ଷରୁ କିଶୋର ରାଉତ, ତ୍ରିନାଥ ପୂଜା କମିଟି ଜନକପୁରା ସାହିବାବାଦ ପକ୍ଷରୁ ରାଜେନ୍ଦ୍ର କୁମାର ସାମଲ ସମ୍ବର୍ଦ୍ଧିତ କରିଥିଲେ |

ସେହିପରି  ଉତ୍କଳଓଡ଼ିଆ ଗଣେଶ ପୂଜା କମିଟି ପ୍ରିତମପୁରା ପକ୍ଷରୁ ପ୍ରଶାନ୍ତ ବଳ, ଗଣେଶ ପୂଜା କମିଟି ରୋହିଣୀ ପକ୍ଷରୁ ଖଗେଶ୍ୱର ସାହୁ, ମହାଶିବରାତ୍ରି ପୂଜା କମିଟି ଦ୍ଵାରକା ପକ୍ଷରୁ କୈଳାସ ଚନ୍ଦ୍ର ଖଟୁଆ,ସେତାସ କନ୍ସଲଟିଙ୍ଗ ସଲ୍ୟୁସନ ପକ୍ଷରୁ ଅଜୟ ପ୍ରଧାନ, ସମାଜସେବୀ ଅନିଲ କୁମାର ସାହୁ, ଓଡ଼ିଆ ଏକତା ମଞ୍ଚ ଆୟାନଗର ପକ୍ଷରୁ ସୁଧାଂଶୁ ନାୟକ, ଉତ୍କଳ ଆସୋସିଏସନ ପକ୍ଷରୁ  ଅଜିତ କୁମାର କର, ପିପୁଲ କେୟାର ଫାଉଣ୍ଡେସନ ପକ୍ଷରୁ ସୁଶାନ୍ତ ଚାନ୍ଦ, ସମୀକ୍ଷା ସୋସାଇଟି ମଣ୍ଡି ଭିଲେଜ, ଏଲ ଏନ ବେବର୍ତ୍ତାଙ୍କ ସମେତ ବହୁ ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା |ସମ୍ବର୍ଦ୍ଧନାରେ ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା ସେମାନଙ୍କୁ ଏ ଶ୍ରଦ୍ଧା ପାଇଁ କୃତଜ୍ଞତା ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ଓଡ଼ିଶାର ବିକାଶ ପ୍ରକ୍ରିୟାରେ ସାମିଲ ହେବାପାଇଁ ଆହ୍ୱାନ ଜଣାଇଥିଲେ | ଆଜି ସନ୍ଧ୍ୟାରେ ମନ୍ତ୍ରୀ ଶ୍ରୀ ଜେନା ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ତାଙ୍କୁ ମଧ୍ୟ ଉପସ୍ଥିତ ସମର୍ଥକ ଓ ଶୁଭେଛୁ ମାନେ ସମ୍ବର୍ଦ୍ଧନା ଜଣାଇଥିଲେ 

0
0
0
s2sdefault