ସରପଂଚ -ଇଓ ନଆସିବାରୁ ଅଫିସରେ ପକାଇଲେ ତାଲା
ଜାମସେଠ:/ରାଜେନ୍ଦ୍ର କୁମାର ପ୍ରଧାନ :-ବରଗଡ ଜିଲ୍ଲା ପାଇକମାଲ ବ୍ଲକର ବରତୁଣ୍ଡା ପଞ୍ଚାୟତ ରେ ଲୋକେ ଏବେ ବିଭିନ୍ନ ସମସ୍ୟା ନେଇ ଆଜି ସକାଲ ୮ଟା ରୁ ପଞ୍ଚାୟତ ଅଫିସ ଆଗରେ ଧାରଣାରେ ବସିଥିଲେ। ଖବର ପାଇଥିଲେ ସୁଦ୍ଧା ସରପଞ୍ଚ ବା କାର୍ଯ୍ୟ ନିର୍ବାହି ଅଧିକାରୀ ନ ଆସିବାରୁ ୧୦ ଟାରୁ ଅଫିସ କୁ ତାଲା ଦେଇଛନ୍ତି।
ଧରଣାରତଙ୍କ କହିବା ଅନୁସାରେ ଗତ ଏକ ବର୍ଷ ହେଲା ଏହି ପଞ୍ଚାୟତ ର ମଯ୍ୟାଦାପାଲି ଠାରେ ହାତୀ ଜଣକୁ ମାରିଦେଇଥିଲା।ଏଥିପାଇଁ ପଞ୍ଚାୟତ ବାସି ଓ ଆଞ୍ଚଲିକ କୃଷକ ମହାସଂଘ ମାଣ୍ଡୋସିଲ ତରଫରୁ ରାସ୍ତା ରୋକ କରାଯାଇଥିଲା।ସେତେବେଲେ ତସିଲଦାର ବିଡିଓ ଆଇଆଇସି ପାଇକମାଲ ଲୋକଙ୍କ ସହ ଆଲୋଚନା କରି ଦାବୀକୁ ମାନି ଥିଲେ। ଦାବୀ ଥିଲା ହାତୀ ଆସିଲେ ଗାଁ ଗୁଡିକ ଅନ୍ଧାରରେ ଥିବାରୁ ଜଣା ପଡୁନାହି । ଯଦି ଆଲୋକ ବ୍ୟବସ୍ଥା କରାଯାଆନ୍ତା, ତେବେ ଭୟ ଦୁର ହୁଅନ୍ତା। ଛଅ ମାସ ପରେ ଆଞ୍ଚଲିକ କୃଷକ ମହାସଂଘ ଓ ପଞ୍ଚାୟତ ବାସୀ ଇଓ ଏବଂ ସରପଞ୍ଚ କୁ ଭେଟି ଅଗ୍ରଗତି ସଂପର୍କରେ ବୁଝିଥିଲେ। ସେମାନେ କହିଲେ ବିଦ୍ୟୁତ ବିଭାଗ ସହଯୋଗ କରୁନାହାନ୍ତି। ସେତେବେଲେ ମହାସଂଘ ତରଫରୁ ପ୍ରସ୍ତାବ ଦିଆଗଲା ଯେ ହାତୀ ଆସିଲେ ଲାଇନ କଟିବ |ତେଣୁ ସୋଲାର ବ୍ୟବସ୍ଥା କରାଯାଉ। ସେମାନେ ସେଥିରେ ସହମତି ପ୍ରକାଶ କଲେ। କିନ୍ତୁ ଏବେ ଟଙ୍କା ଖର୍ଚ୍ଚ ସରିଛି ହେଲେ ଲାଇଟ ନାହିଁ। ବରଗଡ ଜିଲ୍ଲା ରେ ଏବେ ହାତୀ ଆତଙ୍କ। ପଞ୍ଚାୟତ ର ୫ଟି ପାହାଡ ତଲ ଗାଁ ଗୁଡିକ ରାତିରେ ଭୟରେ ରହୁଛନ୍ତି। ଲୋକଙ୍କ ଆହୁରି ସମସ୍ୟା ହେଲା ଓଡିଶାରେ ପଞ୍ଚାୟତ ମାନଙ୍କ ମଧ୍ୟରେ ଆୟ ତୁଲନାରେ ୫ନମର ମଧ୍ୟରେ ରହିପାରେ | ହେଲେ ଏତେ ଟଙ୍କାର ପଞ୍ଚାୟତ | ଆୟ ତୁଲନାରେ ବହୁ ପଛରେ ଥିବା ପଞ୍ଚାୟତ ତୁଲନାରେ ବରତୁଣ୍ଡା ପଞ୍ଚାୟତ ର ଦୁର୍ଦ୍ଦଶା କହିଲେ ନସରେ।
ଧାରଣା ରତ ପଞ୍ଚାୟତବାସୀ ଙ୍କର ଅନ୍ୟ ଦାବୀ ହେଲା ବରତୁଣ୍ଡାରୁ ମଯ୍ୟାଦାପାଲି ରାସ୍ତା, ଖପୁରିଡିହି ରୁ ମତିପାଲି ରାସ୍ତାଏବେ ଶୋଚନିୟ ଅବସ୍ଥା | ବାରମ୍ୱାର କହିଲେ ବି ତାର ସୁଫଲ ନାହିଁ। ପଞ୍ଚାୟତ କୁ ସରପଞ୍ଚ ଆସିବା ସପନ ଅଟେ। ଘରେ ତାଙ୍କର ଫାଇଲ ଚାଷ ହୁଏ। ପଞ୍ଚାୟତ ର ଲୋକଙ୍କ ପଞ୍ଚାୟତ ବିଷୟରେ ଦୁଖ ସୁଖ ବୁଝନ୍ତି ତାଙ୍କ ପତି। ପଞ୍ଚାୟତ ଆୟ ବହୁତ ବେଶି ତେଣୁ କାମ ହୁଏ ହେଲେ ଛ ଟଙ୍କା ଘୋଡା କେ ନ ଟଙ୍କାର ଦାନା। ଯାହାର ମୁକସାକ୍ଷୀ ସବୁଆଡେ ଥିଲେ ମଧ୍ୟ ପଞ୍ଚାୟତର ପୁରୁଣା ଘରର ପୁନଃନିର୍ମାଣର ବିଲ ଦେଖିଲେ ଜଣାପଡିବ।
ଆସନ୍ତାକାଲି ଯାଏ ସମସ୍ୟାର ସମାଧାନ ନହେଲେ ସୋମବାର ଠାରୁ ଆଞ୍ଚଲିକ କୃଷକ ମହାସଂଘ ଏହି ସମସ୍ୟା ଉପରେ ବରତୁଣ୍ଡା ପଞ୍ଚାୟତବାସୀ ମାନଙ୍କ ସହିତ ରାଜରାସ୍ତା କୁ ଓହ୍ଲାଇବ ବୋଲି ଜଣାଯାଏ।କାରଣ ଏକ ବର୍ଷ ଆଗରୁ ସ୍ଥଗିତହୋଇଥିବା ରାସ୍ତାରୋକ ପୁଣି ଚାଲୁହେବ।